ମହିଳାଙ୍କ ଆକାଉଣ୍ଟକୁ ଟଙ୍କା ପଠାଇବା ଯୋଜନାରେ ଖର୍ଚ୍ଚ ହେଉଛି ଦେଶର ଜିଡିପିର ୦.୫ %

Published By : Prameya-News7 Bureau | November 30, 2024 IST

business standard

ନୂଆଦିଲ୍ଲୀ: ମହିଳାଙ୍କ ଆକାଉଣ୍ଟଙ୍କୁ ସିଧା ସଳଖ ଟଙ୍କା ପଠାଇବା ଭଳି କଲ୍ୟାଣକାରୀ ଯୋଜନା ବର୍ତ୍ତମାନ ଦେଶର ୯ଟି ରାଜ୍ୟରେ ପ୍ରଚଳନ କିମ୍ବା ପ୍ରସ୍ତାବିତ ଅଛି। ଏହି ଯୋଜନାଗୁଡ଼ିକ ପାଇଁ ୨୦୨୪-୨୫ ଆର୍ଥିକ ବର୍ଷରେ ରାଜ୍ୟଗୁଡ଼ିକ ମୋଟ ୧୮ ବିଲିଅନ ଡଲାର ଖର୍ଚ୍ଚ ଆବଣ୍ଟନ କରିଛନ୍ତି। ଯାହା ଦେଶର ଜିଡିପିର ୦.୫ ପ୍ରତିଶତ। ଗୋଲ୍ଡମ୍ୟାନ୍ ସାକ୍ସ ଗ୍ଲୋବାଲ ରିସର୍ଚ୍ଚ ଏହି ତଥ୍ୟ ଦେଇଛି। 

ମହିଳାମାନଙ୍କୁ ସିଧାସଳଖା ଟଙ୍କା ବାଣ୍ଟିବା ଯୋଜନା ବର୍ତ୍ତମାନ ନିର୍ବାଚନରେ ଏକ ଅମୋଘ ଅସ୍ତ୍ର ସାବ୍ୟସ୍ତ ହୋଇଛି। ଯାହା ମହିଳାଙ୍କ ଭୋଟର ହାତେଇବାକୁ ସହଯୋଗ କରୁଛି। ଯାହାର ନିକଟ ଉଦାହରଣ ମହାରଷ୍ଟ୍ର ସରକାରଙ୍କ ‘ଲାଡ୍‌ଲୀ ବହିନ ଯୋଜନା।’ ପୂର୍ବ ସରକାରରେ ମୁଖ୍ୟମନ୍ତ୍ରୀ ଥିବା ବେଳେ ଏକନାଥ ସିନ୍ଦେ ଏହି ଯୋଜନାର ଘୋଷଣା କରିଥିଲେ। ଏଥିରେ ଯୋଗ୍ୟ ମହିଳାଙ୍କ ଖାତାକୁ ମାସକୁ ୧୫୦୦ ଟଙ୍କା ଦିଆଯିବ। 

‘ଲାଡ୍‌ଲୀ ବହିନ ଯୋଜନାରେ ୨୧ରୁ ୬୦ ବର୍ଷର ମହିଳାଙ୍କୁ ଏହି ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଛି। ଯେଉଁ ପରିବାରରେ ବାର୍ଷିକ ଆୟ ୩ ଲକ୍ଷରୁ କମ ଥିବା ସେମାନେ ଏଥିରେ ସାମିଲ୍ ହୋଇପାରିବେ। ଏଥିପାଇଁ ବଜେଟରେ ସର୍ବାଧିକ ୫.୪ ବିଲିୟନ ଡଲାର୍ ଆବଣ୍ଟନ କରିଛନ୍ତି ମହାରାଷ୍ଟ୍ର ସରକାର।  ଯାହା ରାଜ୍ୟର ଜିଡିପିର ୧.୧ ପ୍ରତିଶତ।

ବଜେଟ ଆବଣ୍ଟନ ତୁଳନାରେ ଏହା ପଛକୁ ରହିଛି କର୍ଣ୍ଣାଟକ। କର୍ଣ୍ଣାଟକ ୨୦୨୩ ରେ ଏଭଳି ଯୋଜନା ଆରମ୍ଭ ହୋଇଥିଲା। ଏଥିରେ ୩.୬ ବିଲିୟନ ଡଲାର୍ ବଜେଟ ଆବଣ୍ଟନ ହୋଇଥିବା ବେଳେ ଏହା ରାଜ୍ୟ ଜିଡିପିର ୧ ପ୍ରତିଶତ। ତୃତୀୟରେ ରହିଛି ହରିଆଣା। ଯୋଜନା ପାଇଁ ହରିଆଣା ସରକାର ୨.୫ ବିଲିୟନ ଡଲାର ବଜେଟ ଆବଣ୍ଟନ କରିଥିବା ବେଳେ ମଧ୍ୟପ୍ରଦେଶ ୨.୨ ବିଲିୟନ ଡଲାରରେ ଖର୍ଚ୍ଚ କରିବେ। ତେବେ ଦିଲ୍ଲୀରେ ସବୁଠାରୁ କମ ମାସକୁ ୧୦୦୦ ଟଙ୍କା ମହିଳାଙ୍କ ଖାତାକୁ ଟ୍ରାନ୍ସଫର କରାଯିବ। ଏହି ଯୋଜନାରେ ୧୮ ବର୍ଷରୁ ଅଧିକ ମହିଳାଙ୍କୁ ନଗଦ ରାଶି ଦିଆଯିବ। ଏଥିରେ ୦.୨ ବିଲିୟନ ଡଲାର୍ ଖର୍ଚ୍ଚ ଆବଣ୍ଟନ କରାଯାଇଛି। 

ହରିଆଣାରେ ସର୍ବାଧିକ ୨୧୦୦ ଟଙ୍କା ଘୋଷଣା କରାଯାଇଛି। ଯେଉଁ ପରିବାରର ଆୟ ବାର୍ଷିକ ୨ ଲକ୍ଷରୁ କମ୍ ଥିବ ସେମାନଙ୍କୁ ଏହି ରାଶି ମିଳିବ। ବୟସ ସୀମା ୧୮ ବର୍ଷରୁ ଅଧିକ। ସେହିପରି କର୍ଣ୍ଣାଟକ ମାସକୁ ୧୦୦୦ରୁ ୨୧୦୦ ଟଙ୍କା ପର୍ଯ୍ୟନ୍ତ ଯୋଗ୍ୟତା ଅନୁସାରେ ମିଳିବ।  

ଏହି ଯୋଜନାଗୁଡ଼ିକ ପାଇଁ ରାଜ୍ୟ ଅର୍ଥନୀତି ଉପରେ ପଡ଼ୁଥିବା ଚାପକୁ ନେଇ ଗୋଲ୍ଡମ୍ୟାନ୍ ସାକ୍ସ କହିଛି ହରିୟାଣାକୁ ଅଧିକ ଚାପ ପଡ଼ିବ। ଯୋଜନା କାର୍ଯ୍ୟକାରୀ ହେଲେ ଖର୍ଚ୍ଚ ରାଜ୍ୟ ଜିଡିପିର ୧.୭ ପ୍ରତିଶତ ହେବ। ତା’ ପଛକୁ ଝାଡ଼ଖଣ୍ଡ ଏବଂ ମଧ୍ୟପ୍ରଦେଶ ଜିଡିପିର (୧.୨ ପ୍ରତିଶତ) ଖର୍ଚ୍ଚ ବୋଝ ପଡ଼ିବ। ତେବେ ସବୁଠାରୁ କମ ଚାପ ପଡ଼ିବ ଦିଲ୍ଲୀ ଓ ତାମିଲନାଡୁ ଉପରେ। ଏହି ଯୋଜନା ଦ୍ୱାରା ଦିଲ୍ଲୀ ଜିଡିପିର ୦.୨ ପ୍ରତିଶତ ଖର୍ଚ୍ଚ ହେବାକୁ ଥିବା ବେଳେ, ଏଭଳି ଯୋଜନା ପାଇଁ ତାମିଲନାଡୁ ନିଜ ଜିଡିପିର ୦.୪ ପ୍ରତିଶତ ଖର୍ଚ୍ଚ କରିବ। 

ମହିଳାମାନଙ୍କ ଖାତାକୁ ସିଧାସଳକ ଟଙ୍କା ହସ୍ତାନ୍ତରଣ ଯୋଜନା ପ୍ରଥମେ ଆସାମ ୨୦୨୦ରେ ପରେ ପଶ୍ଚିମବଙ୍ଗ ୨୦୨୦୧ରେ ଆରମ୍ଭ କରିଥିଲେ। ଏହି ଯୋଜନା ପାଇଁ ପଶ୍ଚିମବଙ୍ଗ ୨୦୨୪-୨୫ ଆର୍ଥିକ ବର୍ଷରେ ୧.୭ ବିଲିୟନ ଡଲାର ଆବଣ୍ଟନ କରିଛି। ଯାହା ରାଜ୍ୟର ଜିଡିପିର ୦.୮ ପ୍ରତିଶତ। ୨୫ ରୁ ୬୦ ବର୍ଷ ବୟସର ଯୋଗ୍ୟ ମହିଳାଙ୍କୁ ମାସକୁ ୧,୫୦୦ ଟଙ୍କା ଦେଉଛନ୍ତି ମମତା ସରକାର। 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.