News7 Logo

ଯୁବତୀଙ୍କୁ ଖଣିକୁ ଠେଲି ହତ୍ୟା କରିଥିଲା ପୁରୁଷ ବନ୍ଧୁ, କଙ୍କାଳ ମିଳିବା ପରେ ଅଭିଯୁକ୍ତ ଗିରଫ

NEWS7
Missing

ଭୁବନେଶ୍ବର ୯: ଭରତପୁରରୁ ଅପହରଣ । ତାପଙ୍ଗ  କଳିଙ୍ଗା ଖଣିରୁ  ଯୁବତୀଙ୍କ କଙ୍କାଳ ଉଦ୍ଧାର । ଗତ ଜାନୁଆରୀ ମାସ ଠାରୁ ନିଖୋଜ ଥିଲେ ଯୁବତୀ । ଭୁବନେଶ୍ୱର ଭରତପୁର ଥାନା ଅଞ୍ଚଳରୁ ଯୁବତୀ ନିଖୋଜ ନେଇ ଅଭିଯୋଗ ଥିଲା । ଶନିବାର କମିଶନରେଟ୍ ପୋଲିସ ଆସି ଯୁବତୀଙ୍କ ମୃତଦେହ ଜବତ କରିଛି । ଯୁବତୀ ଜଣକ ନିରୂପମା ପରିଡା ବୋଲି ତାଙ୍କ ପରିବାର ଲୋକ ଚିହ୍ନଟ କରିଛନ୍ତି । ପୁରୁଷ ବନ୍ଧୁ ହତ୍ୟା କରି ଏଠାରେ ପକାଇ ଦେଇଥିବା କମିଶନରେଟ୍ ପୋଲିସ କହିଛି ।

ସୂଚନାଯୋଗ୍ୟ ଯେ, ନୟାଗଡ ଅଞ୍ଚଳର ଦେବାଶିଷ ବିଶୋଇ ନାମକ ଜଣେ ଯୁବକ ଗତ ୮ ମାସ ତଳେ ନିରୁପମାକୁ ଅପହରଣ କରି ନେଇଥିଲେ । ଅପହରଣ ପରେ ଉଭୟ ତାପଙ୍ଗ ଖଣି ଅଞ୍ଚଳରେ ପହଞ୍ଚିଥିଲେ । ସେଠାରେ କୌଣସି କଥାକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡା ହୋଇଥିଲା । ଆଉ ସେଠାରେ ନିରୁପମାଙ୍କୁ ଦେବାଶିଷ ଖଣି ଭିତରକୁ ଠେଲି ହତ୍ୟା କରିଥିଲେ । ପରିବାର ଲୋକେ ନିରୁପମା ପିନ୍ଧିଥିବା ଡ୍ରେସ୍‌କୁ ଦେଖି ଚିହ୍ନଟ କରିଛନ୍ତି । ଭରତପୁର ପୋଲିସ ଦେବାଶିଷକୁ ଗିରଫ କରିଛି ।