News7 Logo

ଲମତାପୁଟରେ ପହିଲି ଶୀତର ଝଲକ, କାକର ବିନ୍ଦୁରେ ସଜେଇ ହେଇଛି ଧରଣୀରାଣୀ

NEWS7
winter

ଲମତାପୁଟ ୧୮/୦୯: ବର୍ଷା ଛାଡିଛି । ହେଲେ ପାଗର ମିଜ୍ଜାଜ ବି ବଦଳିଛି । ଲଗାତାର ବର୍ଷା ପରେ କୋରାପୁଟ ଲମତାପୁଟକୁ ଛୁଇଁଛି ଶୀତର ସ୍ପର୍ଶ । ମାଳଅଞ୍ଚଳକୁ ଛୁଇଁଲା ପହିଲି ଶୀତ l ବର୍ଷାର ଛାଡିବା ପରେ ଲମତାପୁଟ ବ୍ଲକକୁ ଛୁଇଁଛି ଶୀତ । ଘାସରେ କାକର ବିନ୍ଦୁର ସ୍ପର୍ଶ ଶୀତ ଆଗମନର ସଂକେତ ଦେଇଥିବା ବେଳେ ହାଲୁକା ଶୀତ ଲହରୀ ଆରମ୍ଭ ହୋଇଯାଇଛି ।

ସାରା ଅଞ୍ଚଳକୁ ଢାଙ୍କି ରଖିଛି କୁହୁଡି । ପହିଲି ଶୀତରେ ଖେଳ ପଡିଆ ମାନଙ୍କରେ ଖେଳାଳି ମାନେ ବଡି ୱାର୍ମ ଅପ କରିବା ପାଇଁ ଫୁଟବଲ ଖେଳରେ ସମସ୍ତେ ବ୍ୟସ୍ତ । ଚା ଦୋକାନରେ ସକାଳୁ ସକାଳୁ ଭିଡ଼ ଜମିବା ଆରମ୍ଭ ହୋଇଯାଇଥିବା ବେଳେ କୁହୁଡି ସକାଶେ ଗାଡି ମଟର ଯାତାୟାତ ରେ ଅସୁବିଧା ଦେଖା ଯାଉଛି ।

ପାହାନ୍ତିଆରୁ ଘନ କୁହୁଡି ଆରମ୍ଭ ହୋଇଯାଇଥିବାରୁ ଗାଡି ମଟର ଲାଇଟ ଲଗାଇ ସତର୍କତାରେ ଯାତାୟାତ କରୁଛନ୍ତି । ଲମତାପୁଟ ବ୍ଲକରେ ଚଳିତ ବର୍ଷ ବର୍ଷା ପରିମାଣ ଅଧିକା ହୋଇଥିବାରୁ ଶୀତର ପ୍ରକୋପ ଚଳିତ ବର୍ଷ ରେକର୍ଡ ଭାଙ୍ଗିବା ନେଇ ଆଶଙ୍କା କରିଛନ୍ତି ଅଞ୍ଚଳ ବାସି ।