LIVE TV

ଲୋକଙ୍କୁ ଉତ୍ତେଜିତ କରୁଥିଲେ ... ସୋନମ ୱାଙ୍ଗଚୁକଙ୍କ ଉପରେ ଲାଗିଛି ଅନେକ ଅଭିଯୋଗ

NEWS7
Sonam Wangchuk

ଲେହ : ସୋନମ ୱାଙ୍ଗଚୁକଙ୍କୁ କାହିଁକି ଲଦ୍ଦାଖରେ ଗିରଫ କରାଯାଇଛି, ଏହି ବିଷୟରେ ହୋଇଛି ବଡ଼ ଖୁଲାସା। ଲଦ୍ଦାଖ ପ୍ରଶାସନ ପକ୍ଷରୁ ଜାରି ବୟାନ ମୁତାବିକ, ସୋନମ ୱାଙ୍ଗଚୁକଙ୍କ କାର୍ଯ୍ୟକଳାପ କ୍ଷେତ୍ରର ସୁରକ୍ଷା ଓ ଶାନ୍ତି ପାଇଁ ବଡ଼ ବିପଦ ପାଲଟି ଥିଲା। ବୟାନରେ ଏହା ମଧ୍ୟ କୁହାଯାଇ ଥିଲା ଯେ, ୱାଙ୍ଗଚୁକ ଯେଉଁଭଳି ନେପାଳର ବିଦ୍ରୋହ ଓ ଅରବ କ୍ରାନ୍ତିର ଉଦାହରଣ ଦେଉ ଥିଲେ , ଏଥିରେ ଲୋକଙ୍କ କ୍ରୋଧ ବଢୁଥିଲା। ଲଦ୍ଦାଖ ପ୍ରଶାସନ ମୁତାବିକ , ଲେହରେ ଶାନ୍ତି ଓ ବ୍ୟବସ୍ଥା ଜାରି ରଖିବା ପାଇଁ ସୋନମ ୱାଙ୍ଗଚୁକଙ୍କ ଗିରଫ ଜରୁରୀ ଥିଲା।

ବୟାନ ମୁତାବିକ, ୱାଙ୍ଗଚୁକଙ୍କୁ ହେପାଜତକୁ ନେବା ପରେ ଯୋଧପୁରରେ ରଖା ଯାଇଛି। ଉଲ୍ଲେଖନୀୟ ଯେ, ଲଦ୍ଦାଖକୁ ରାଜ୍ୟର ମାନ୍ୟତା ଓ ସମ୍ୱିଧାନର ଷଷ୍ଠ ଅନୂସୂଚୀର ବିସ୍ତାରର ଦାବିକୁ ନେଇ କେନ୍ଦ୍ର ଶାସିତ ରାଜ୍ୟରେ ହୋଇଥିବା ହିଂସାତ୍ମକ ବିରୋଧ ପ୍ରଦର୍ଶନର ଦୁଇ ଦିନ ପରେ ଶୁକ୍ରବାର ଜଳବାୟୁ କାର୍ଯ୍ୟକର୍ତ୍ତା ସୋନମ ୱାଙ୍ଗଚୁକଙ୍କୁ ପୁଲିସ ଗିରଫ କରି ନେଇଛି। ଏହି ହିଂସାତ୍ମକ ବିରୋଧ ପ୍ରଦର୍ଶନରେ ଚାରି ଜଣ ଲୋକଙ୍କ ମୃତ୍ୟୁ ହୋଇ ଥିଲା ଏବଂ ଆଉ ୯୦ ଜଣ ଆହତ ହୋଇ ଥିଲେ।

ପୁଲିସ ମୁଖ୍ୟ ଏସ ଡି ସିଂହ ଜାମୱାଲଙ୍କ ନେତୃତ୍ୱରେ ଏକ ପୁଲିସ ଦଳ ୱାଙ୍ଗଚୁକଙ୍କୁ ଶୁକ୍ରବାର ଦ୍ୱିପ୍ରହର ଅଢେଇଟା ସମୟରେ ହେପାଜତକୁ ନେଇ ଥିଲା। ଏହାପରେ ତାଙ୍କୁ ଏବେ ରାଜସ୍ଥାନର ଯୋଧପୁର ଜେଲ୍‌କୁ ସ୍ଥାନାନ୍ତରିତ କରି ଦିଆ ଯାଇଛି। ପ୍ରଶାସନ ପକ୍ଷରୁ ଜାରି ବୟାନରେ କୁହାଯାଇଛି ଯେ, ଶାନ୍ତିପ୍ରିୟ ସହର ଲେହରେ ସାମାନ୍ୟ ସ୍ଥିତି ଜାରି କରିବା ଖୁବ୍‌ ଜରୁରୀ। ସୋନମ ୱାଙ୍ଗଚୁକ ସ୍ଥିତିକୁ ଆହୁରି ଖରାପ କରିବା ପୂର୍ବରୁ , ତାଙ୍କୁ ଗିରଫ କରି ନେବା ଜରୁରୀ ଥିଲା। ସୋନମ ୱାଙ୍ଗଚୁକ ଗତ ଅନେକ ଦିନରୁ ହଙ୍ଗର ଷ୍ଟ୍ରାଇକ୍‌ କରି ଥିଲେ। ପ୍ରଶାସନର ଦାବି ଯେ, ଏହା ପଛରେ ତାଙ୍କ ନୀତି ସନ୍ଦିଗ୍ଧ ଥିଲା। ଅଧିକାରୀଙ୍କ ମୁତାବିକ , ସରକାର ମାମଲା ଉପରେ କଥାବାର୍ତ୍ତାର ଅଫର ଦେଇ ଥିଲେ। କିନ୍ତୁ ୱାଙ୍ଗଚୁକ ଏହା ଉପରେ ଧ୍ୟାନ ଦେଇ ହଙ୍ଗର ଷ୍ଟ୍ରାଇକ୍‌ ଜାରି ରଖି ଥିଲେ।