LIVE TV

ଡୋନାଲ୍ଡ ଟ୍ରମ୍ପଙ୍କୁ କାହିଁକି ମିଳିଲାନି ନୋବେଲ୍ ଶାନ୍ତି ପୁରସ୍କାର ? କାରଣ କହିଲେ ଚୟନ ସମିତି ଅଧ୍ୟକ୍ଷ

NEWS7
NOBEL

ନୂଆଦିଲ୍ଲୀ: ନରୱେଜିଆନ୍ ନୋବେଲ୍ ସମିତି ଶୁକ୍ରବାର ୨୦୨୫ ବର୍ଷ ପାଇଁ ନୋବେଲ୍ ଶାନ୍ତି ପୁରସ୍କାର ଘୋଷଣା କରିଛି । ଭେନେଜୁଏଲ୍ ଲୋକଙ୍କ ଗଣତାନ୍ତ୍ରିକ ଅଧିକାରୀର ରକ୍ଷା କରିବା ଓ ନ୍ୟାୟପୂର୍ଣ୍ଣ ଏବଂ ଶାନ୍ତପୂର୍ଣ୍ଣ ମାର୍ଗରେ ଏକଛତ୍ରବାଦ ବରୋଧରେ ସଂଘର୍ଷ ପାଇଁ ମାରିଆ କୋରିନା ମଚାଡୋଙ୍କୁ ଏହି ସମ୍ମାନ ମିଳିବ ।

ଏହି ଘୋଷଣା ପରେ ଜଣେ ସାମ୍ୱାଦିକ ସମିତିର ଅଧ୍ୟକ୍ଷଙ୍କୁ ପ୍ରଶ୍ନ କରିଥିଲେ: ଗତ କିଛି ମାସ ଧରି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବାରମ୍ୱାର ନୋବେଲ୍ ପାଇଁ ହକଦାର ଓ ପାଇବା ପାଇଁ ଇଚ୍ଛା ରଖିଥିଲେ । ସେ କହିଥିଲେ ଯେ ନୋବେଲ ଶାନ୍ତି ପୁରସ୍କାର ନମିଳିଲେ, ତାହା ଆମେରିକାର ଅପମାନ ହେବ । ନୋବେଲ ଶାନ୍ତି ସମିତିର ଅଧ୍ୟକ୍ଷ ଭାବେ ଆପଣ କଣ ଭାବୁଛନ୍ତି ?

ଏହି ପ୍ରଶ୍ନର ଉତ୍ତରରେ, ନୋବେଲ କମିଟିର ଅଧ୍ୟକ୍ଷ ଜର୍ଗେନ ୱାଟନେ ଫ୍ରାଇଡନେସ କହିଥିଲେ, "ନୋବେଲ ଶାନ୍ତି ପୁରସ୍କାରର ଦୀର୍ଘ ଇତିହାସରେ, ଏହି କମିଟି ଅନେକ ପ୍ରକାରର ଅଭିଯାନ ଏବଂ ମିଡିଆ ଟେନସନ୍ ଦେଖିଛି...ପ୍ରତିବର୍ଷ ଆମେ ହଜାର ହଜାର ଚିଠି ପାଉଛୁ, ଯେଉଁଥିରେ ଲୋକମାନେ ଆମକୁ ସେମାନଙ୍କ ପାଇଁ ଶାନ୍ତିର ଅର୍ଥ କ'ଣ କହିଥାନ୍ତି । ଏହି କମିଟି ସମସ୍ତ ବିଜେତାଙ୍କ ଚିତ୍ରରେ ଭର୍ତ୍ତି ଏକ ଘରେ ବସନ୍ତି । ଏହା ସାହସ ଏବଂ ନିଷ୍ଠାରେ ପରିପୂର୍ଣ୍ଣ । ଆମେ କେବଳ ଆଲଫ୍ରେଡ୍ ନୋବେଲଙ୍କ କାର୍ଯ୍ୟ ଏବଂ ଇଚ୍ଛାଶକ୍ତି ଉପରେ ଆମର ନିଷ୍ପତ୍ତି ନେଇଥାଉ।"

ଉଲ୍ଲେଖଯୋଗ୍ୟ, ଟ୍ରମ୍ପ ବାରମ୍ବାର ଦାବି କରିଥିଲେ ଯେ ଆଠ ମାସରେ "ଆଠଟି ଯୁଦ୍ଧ" ବନ୍ଦଛନ୍ତି । ଏହି କାରଣରୁ ସେ ନୋବେଲ ଶାନ୍ତି ପୁରସ୍କାର ପାଇବାକୁ ଯୋଗ୍ୟ । ତେବେ ମାଚାଡୋଙ୍କୁ ବାଛିବା ସମୟରେ, ନୋବେଲ କମିଟି କହିଛି, "ଗତ ବର୍ଷ ଧରି, ମାଚାଡୋଙ୍କୁ ଲୁଚିବାକୁ ବାଧ୍ୟ କରାଯାଇଥିଲା । ତାଙ୍କ ଜୀବନ ପ୍ରତି ଗମ୍ଭୀର ବିପଦ ସତ୍ତ୍ୱେ, ସେ ଦେଶରେ ରହିଥିଲେ । ଏହା ଏପରି ଏକ ନିଷ୍ପତ୍ତି ଯାହା ଲକ୍ଷ ଲକ୍ଷ ଲୋକଙ୍କୁ ପ୍ରେରଣା ଦେଇଛି । ଯେତେବେଳେ ସ୍ୱେଚ୍ଛାଚାରୀମାନେ କ୍ଷମତା ଦଖଲ କରନ୍ତି, ସେତେବେଳେ ସ୍ୱାଧୀନତାର ସେହି ସାହସୀ ରକ୍ଷାକର୍ତ୍ତାମାନଙ୍କୁ ଚିହ୍ନିତ କରିବା ଅତ୍ୟନ୍ତ ଜରୁରୀ ।

ଗତବର୍ଷର ନୋବେଲ ଶାନ୍ତି ପୁରସ୍କାର ଜାପାନୀ ପରମାଣୁ ବୋମା ସର୍ଭାଇଭର ଆନ୍ଦୋଳନର ନିହୋନ ହିଡାଙ୍କୟୋଙ୍କୁ ପ୍ରଦାନ କରାଯାଇଥିଲା । ଚଳିତ ବର୍ଷର ବିଜେତା ଘୋଷଣା ପୂର୍ବରୁ କମିଟି ମୋଟ ୩୩୮ଟି ନାମାଙ୍କନର ସମୀକ୍ଷା କରିଥିଲା । ଏଥିରେ ୨୨୪ଜଣ ବ୍ୟକ୍ତି ଏବଂ ୯୪ଟି ସଂଗଠନ ସାମିଲ ଥିଲା ।​​​​​​​