LIVE TV

​​​​​​​KBCର ମାଲିକ କିଏ ? ପ୍ରତିଯୋଗୀଙ୍କୁ କିପରି ମିଳେ ପୁରସ୍କାର ରାଶି...

NEWS7
kbc

​​​​​​​ନୂଆଦିଲ୍ଲୀ ୦୧।୧୦:  ସବୁଠାରୁ ବଡ ରିଆଲିଟି ଶୋ କୌନ୍ ବନେଗା କରୋଡ଼ପତି । ଏହାର ପ୍ରତ୍ୟେକ ସିଜିନ୍ ଦର୍ଶକଙ୍କୁ କରେ ଆକର୍ଷିତ । କିନ୍ତୁ KBCର ମାଲିକ କିଏ ? ଏହାର ରୋଜଗାର କେମିତି ହୁଏ ?  ପ୍ରତିଯୋଗୀଙ୍କୁ କିପରି ମିଳେ ପୁରସ୍କାର ରାଶି ? ଆସନ୍ତୁ ଜାଣିବା... KBCର ମାଲିକାନା ସୋନି ପିକଚର୍ସ ଟେଲିଭିଜନ ପାଖରେ ରହିଛି । ଏହି ଶୋ’ ହେଉଛି ବ୍ରିଟିଶ ଟିଭି ଶୋ’ ହୁ ୱାଣ୍ଟ୍ସ ଟୁ ବି ଏ ମିଲିନେୟାରର ଭାରତୀୟ ଫ୍ରାଞ୍ଚାଇଜ୍ ? ସୋନି ପିକଚର୍ସ ମଧ୍ୟ ମୂଳ ଶୋ’ର ଲାଇସେନ୍ସିଂ ପାର୍ଟନର । ଏହା ଅଧିନରେ ଭାରତରେ କୌନ୍ ବନେଗା କରୋଡ଼ପତି ନିର୍ମାଣ ଏବଂ ପ୍ରସାରଣ କରାଯାଉଛି  ।

ଶୋ’ର ସବୁଠାରୁ ବଡ଼ ଆଇକନ୍ ହେଉଛନ୍ତି ମେଗାଷ୍ଟାର ଅମିତାଭ ବଚ୍ଚନ । ତାଙ୍କ ସ୍ୱର ଏବଂ ଶୈଳୀ ଏହି ଶୋ’କୁ ପ୍ରତ୍ୟେକ ଘରେ ପହଞ୍ଚାଇଛି । ଅମିତାଭ ବଚ୍ଚନ ପ୍ରତି ଏପିସୋଡ୍ ପାଇଁ ଏକ ମୋଟା ଫିସ୍ ପାଆନ୍ତି । ଏବେ ପ୍ରଶ୍ନ ଆସୁଛି କେମିତି ଟଙ୍କା ରୋଜଗାର କରେ ଶୋ । ଏହାର ମୁଖ୍ୟ ରାଜସ୍ୱ ବିଜ୍ଞାପନ ଏବଂ ସ୍ପନସରସିପରୁ ଆସିଥାଏ ।

ଶୋ’ର ଉଚ୍ଚ TRP ଯୋଗୁଁ ବଡ ବଡ ବ୍ରାଣ୍ଡ ଏବଂ କମ୍ପାନୀଗୁଡ଼ିକ ବିଜ୍ଞାପନ ପାଇଁ ଯଥେଷ୍ଟ ପରିମାଣର ଟଙ୍କା ଦେଇଥାନ୍ତି । ପ୍ରସାରଣ ସମୟରେ ପ୍ରଦର୍ଶିତ ବିଜ୍ଞାପନଗୁଡ଼ିକ ଶୋ’ର ସର୍ବାଧିକ ରାଜସ୍ୱ ସୃଷ୍ଟି କରେ। ଅନେକ ପ୍ରମୁଖ କମ୍ପାନୀ ଶୋ’ର ଲିଡ ସ୍ପନସର ହୁଅନ୍ତି। ବ୍ରାଣ୍ଡ ପ୍ରମୋସନ୍ ପାଇଁ ଏହି କମ୍ପାନୀଗୁଡ଼ିକ କୋଟି ଟଙ୍କା ବିନିଯୋଗ କରନ୍ତି । ଏହି ରାଜସ୍ୱର ଏକ ପ୍ରମୁଖ ଅଂଶ ଶୋ’ର ପ୍ରଯୋଜକ ଏବଂ ପ୍ରସାରକ ସୋନି ପିକଚର୍ସକୁ ଯାଏ।

ପ୍ରତିଯୋଗୀମାନଙ୍କୁ ଦିଆଯାଇଥିବା ପୁରସ୍କାର ଟଙ୍କା ସିଧାସଳଖ ଟ୍ୟାକ୍ସ ନିୟମାବଳୀ ଅଧୀନରେ ଆସିଥାଏ । ଏହି ପୁରସ୍କାର ରାଶି ଉପରେ ୩୦% ଟିକସ କଟାଯାଏ। ଆୟୋଜକ, ସୋନି ପିକଚର୍ସ, ପୁରସ୍କାର ରାଶି ପ୍ରଦାନ କରିବା ପୂର୍ବରୁ ଟ୍ୟାକ୍ସ କାଟିଥାଏ। ଟ୍ୟାକ୍ସ କଟାଯିବା ପରେ ବାକି ରାଶି ବିଜେତାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସ୍ଥାନାନ୍ତରିତ ହୁଏ।