News7 Logo

କାହା ପାଖରେ ରହିଛି ବିଶ୍ୱର ମହଙ୍ଗା ଘଣ୍ଟା ? ଦାମ୍‌ ଜାଣିଲେ ହେବେ ଆଶ୍ଚର୍ଯ୍ୟ…

NEWS7
patek

ନୂଆଦିଲ୍ଲୀ ୧୧।୦୯: ଭାରତୀୟ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା । ନିକଟରେ ପିନ୍ଧିଥିଲେ ପ୍ରାୟ ୨୦ କୋଟିର ହାତ ଘଣ୍ଟା । ଏହା ଥିଲା ରିଚାର୍ଡ ମିଲେ RM 27-04 ଘଣ୍ଟା। ହାର୍ଦ୍ଦିକଙ୍କ ଲଗଜରୀ ଘଣ୍ଟା ଫ୍ୟାନ୍ସଙ୍କୁ ଆକର୍ଷିତ କରିଥିଲା। ପୂର୍ବରୁ ସେ ନିଜ ନୂଆ ହେୟାର ଷ୍ଟାଇଲ ପାଇଁ ଆସିଥିଲେ ଚର୍ଚ୍ଚାକୁ । ତେବେ ଏବେ ସବୁଠାରୁ ପ୍ରଶ୍ନ ଆସୁଛି ବିଶ୍ବର କାହା ପାଖରେ ରହିଛି ସବୁଠାରୁ ମହଙ୍ଗା ହାତ ଘଣ୍ଟା ।

ମହଙ୍ଗା ଘଣ୍ଟା ବିଷୟରେ କହିବାକୁ ଗଲେ ପାଟେକ୍ ଫିଲିପ୍ ଗ୍ରାଣ୍ଡମାଷ୍ଟର ଚାଇମ୍ ରେଫରେଣ୍ଡ 6300A-010 ପ୍ରଥମରେ ରହିଛି । ଏହି ଘଣ୍ଟା ନିଲାମରେ ବିକ୍ରି ହୋଇଥିବା ସବୁଠାରୁ ମହଙ୍ଗା ହାତ ଘଣ୍ଟା । ଏହା ୨୦୧୯ ମସିହାରେ ଜେନେଭାରେ କ୍ରିଷ୍ଟିଙ୍କ ନିଲାମରେ ବିକ୍ରି ହୋଇଥିଲା। ଏହାର ଦାମ୍‌ ପ୍ରାୟ ୨୫୮ କୋଟି ଟଙ୍କା ଥିଲା। ବିଶେଷ କଥା ହେଉଛି ଏହି ମଡେଲଟି କେବଳ ଥରେ ହିଁ ତିଆରି ହୋଇଥିଲା । ତେବେ ଏହାକୁ କିଣିଥିବା ବ୍ୟକ୍ତିଙ୍କ ନାମ ଏପର୍ଯ୍ୟନ୍ତ ପ୍ରକାଶ କରାଯାଇନାହିଁ।

ଦ୍ୱିତୀୟଟି ହେଉଛି ହେନରୀ ଗ୍ରେଭ୍ସ ସୁପରକମ୍ପ୍ଲିକେସନ୍ । ଏହା ଏକ ପକେଟ ଫିଲିପ୍ ଘଣ୍ଟା । ଏହାକୁ ପ୍ରାୟତଃ ସବୁଠାରୁ ମହଙ୍ଗା ଘଣ୍ଟା ତାଲିକାରେ ସାମିଲ କରାଯାଏ। ୨୦୧୪ରେ ଏହାକୁ ୨୪ ମିଲିଅନ୍‌ ଡଲାର ଅର୍ଥାତ୍‌ ଭାରତୀୟ ମୂଲ୍ୟରେ ୨୦୦ କୋଟିରେ କରାଯାଇଥିଲା ନିଲାମ । ଏହା ପ୍ରଥମେ ହେନରୀ ଗ୍ରେଭ୍ସ ନାମକ ଜଣେ ଆମେରିକୀୟ ବ୍ୟାଙ୍କରଙ୍କ ପାଇଁ ତିଆରି କରାଯାଇଥିଲା । କିନ୍ତୁ ପରେ ଏହାକୁ କାତାରର ରାଜପରିବାରର ଜଣେ ସଦସ୍ୟ କିଣିଥିଲେ।

ଲିଷ୍ଟର ୩ୟରେ ରହିଛି ଜାକବ୍ ଆଣ୍ଡ କୋ. ବିଲିୟନୟାର ଘଣ୍ଟା । ଏହାକୁ ବିଶ୍ୱ ପ୍ରସିଦ୍ଧ ବକ୍ସର ଫ୍ଲଏଡ୍ ମେୱେଦର । ଏହି ଘଣ୍ଟାର ଦାମ୍‌ ପ୍ରାୟ ୧୮ ମିଲିଅନ୍‌ ଡଲାର ଅର୍ଥାତ୍‌ ପ୍ରାୟ ୧୫୦ କୋଟି । ଏହି ଘଣ୍ଟାଟିରେ ସମ୍ପୂର୍ଣ୍ଣ ଭାବରେ ୨୬୦ କ୍ୟାରେଟ୍ ହୀରା ଲାଗିଛି ।

ଆମେରିକୀୟ ରାପର୍ ଏବଂ ବ୍ୟବସାୟୀ ଜେ-ଜେଡ୍ ବିଶ୍ୱର ସବୁଠାରୁ ମହଙ୍ଗା ଘଣ୍ଟା ସଂଗ୍ରହକାରୀଙ୍କ ମଧ୍ୟରୁ ଜଣେ ବୋଲି ବିବେଚନା କରାଯାଏ। ତାଙ୍କ ପାଖରେ ରିଚାର୍ଡ ମିଲ୍ RM 56-01 ଅଛି । ଯାହା ସମ୍ପୂର୍ଣ୍ଣ ସେଫାୟର କ୍ରିଷ୍ଟାଲରେ ତିଆରି। ଏହାର ମୂଲ୍ୟ ପ୍ରାୟ ୨ ନିୟୁତ ଡଲାର ଅର୍ଥାତ୍‌ ୧୬ କୋଟି ଟଙ୍କା ବୋଲି କୁହାଯାଉଛି। ତେବେ ସବୁଠାରୁ ମହଙ୍ଗା ଘଣ୍ଟା ହେଉଛି ପାଟେକ୍ ଫିଲିପ୍ ଗ୍ରାଣ୍ଡମାଷ୍ଟର ଚାଇମ୍ ରେଫରେଣ୍ଡ 6300A-010 ।