ଏସିଆ କପ୍ ପାଇଁ ଭାରତୀୟ ଦଳ କେବେ ଘୋଷଣା ହେବ ? ଆସିଲା କନଫର୍ଟ ଡେଟ୍

Published By : Prameya-News7 Bureau | August 14, 2025 IST

ନୂଆଦିଲ୍ଲୀ: ୨୦୨୫ ଏସିଆ କପ୍ ପାଇଁ ଭାରତୀୟ ଦଳ ଘୋଷଣା ନେଇ ଆସିଛି ଏକ ବଡ଼ ଖବର । ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଅଗଷ୍ଟ ୧୯ ରେ ମୁମ୍ବାଇରେ ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଅଜିତ ଅଗରକର ଭାରତୀୟ ଦଳ ଘୋଷଣା କରିବେ। ଏସିାଆ କପ୍ ୨୦୨୫ ସେପ୍ଟେମ୍ବର ୯ ରୁ ଆରମ୍ଭ ହେବ ଏବଂ ସେପ୍ଟେମ୍ବର ୨୮ରେ ଟାଇଟଲ୍ ମୁକାବିଲା ଖେଳାଯିବ। ଅନୁମାନ କରାଯାଉଛି ଯେ ଟିମ୍ ଇଣ୍ଡିଆର ଅଧିନାୟକତ୍ୱ ଦାୟିତ୍ଵ ସୂର୍ଯ୍ୟକୁମାର ଯାଦବଙ୍କ ହାତରେ ରହିବ। ନିକଟରେ ସୂର୍ଯ୍ୟକୁମାର ଯାଦବଙ୍କ ହାର୍ନିଆ ଅସ୍ତ୍ରୋପଚାର ହୋଇଥିଲା। 

ଟାଇମ୍ସ ଅଫ୍ ଇଣ୍ଡିଆ ଅନୁଯାୟୀ, ଏସିଆ କପ୍ ପାଇଁ ଅଗଷ୍ଟ ୧୯ ରେ ଟିମ୍ ଇଣ୍ଡିଆ ଘୋଷଣା କରାଯିବ। କୁହାଯାଉଛି ଯେ ମେଡିକାଲ୍ ଏବଂ ଫିଟନେସ୍ ରିପୋର୍ଟ ଠିକ୍ ଥିଲେ ହିଁ ଖେଳାଳିମାନଙ୍କୁ ଏସିଆ କପ୍ ଦଳରେ ସ୍ଥାନ ମିଳିବ। ସଂପ୍ରତି ଶୁଭମନ ଗିଲଙ୍କ ଟି-୨୦ ଦଳକୁ ଫେରିବା ନେଇ କଳ୍ପନାଜଳ୍ପନା ଚାଲିଛି। ଏପରିକି ଗିଲ୍ ଏସିଆ କପ୍‌ରେ ଉପ-ଅଧିନାୟକ ଭାବରେ ଖେଳିପାରିବେ ବୋଲି ଦାବି କରାଯାଉଛି।

Also read: ୨୦୨୬ ଆଇପିଏଲ୍‌ରେ ହେବ ବଡ ପରିବର୍ତ୍ତନ, LSG ମେଣ୍ଟର ପଦରୁ ଇସ୍ତଫା ଦେଲେ ପୂର୍ବତନ କ୍ରିକେଟର

ଏସିଆ କପ୍ ପାଇଁ ଏପର୍ଯ୍ୟନ୍ତ କୌଣସି ଖେଳାଳିଙ୍କ ନାମ ଚୂଡ଼ାନ୍ତ ହୋଇନାହିଁ। ହାର୍ନିଆ ଅସ୍ତ୍ରୋପଚାର ପରେ ସୂର୍ଯ୍ୟକୁମାର ଯାଦବଙ୍କୁ ଅଧିନାୟକ ଭାବରେ ଦେଖିବାକୁ ମିଳିବ। ତଥାପି, ଗିଲ୍ ଉପ-ଅଧିନାୟକ ହେବେ କି ନାହିଁ ତାହା ସ୍ପଷ୍ଟ ହୋଇ ନାହିଁ। ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ସହିତ, ଅଭିଷେକ ଶର୍ମା, ସଞ୍ଜୁ ସାମସନ, ତିଳକ ବର୍ମା ଏବଂ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନ ନିଶ୍ଚିତ ହୋଇଥିବା ପରି ମନେ ହେଉଛି। ଅନ୍ୟପଟେ  ରିଙ୍କୁ ସିଂହ ଏବଂ ଯଶସ୍ୱୀ ଜୟସ୍ୱାଲଙ୍କୁ ବାଦ୍ ଦିଆଯାଇପାରେ।

ଯଶପ୍ରୀତ ବୁମରା ଶେଷ ଥର ୨୦୨୪ ଟି-୨୦ ବିଶ୍ୱକପରେ ଏହି ଛୋଟ ଫର୍ମାଟରେ ଖେଳିଥିଲେ। ସଦ୍ୟତମ ରିପୋର୍ଟ ଅନୁଯାୟୀ, ବୁମରା ଏସିଆ କପରେ ଭାରତୀୟ ଦ୍ରୁତ ବୋଲିଂ ଆକ୍ରମଣର ନେତୃତ୍ୱ ନେଇପାରନ୍ତି। ମହମ୍ମଦ ସିରାଜ, ଅର୍ଶଦୀପ ସିଂହ ଏବଂ ହର୍ଷିତ ରାଣାଙ୍କୁ ଦଳରେ ସ୍ଥାନ ମିଳିପାରେ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.