ମୁମ୍ବାଇ, ୧୪/୦୮: ଆଇପିଏଲ ୨୦୨୬ ପୂର୍ବରୁ ହେବାକୁ ଯାଉଛି ବଡ ପରିବର୍ତ୍ତନ । ଅନେକ ଦଳ ନେଇପାରନ୍ତି ବଡ଼ ନିଷ୍ପତ୍ତି । ମ୍ୟାନେଜମେଣ୍ଡ ଏବେ କାହାକୁ ରଖିବ କାହାକୁ ରିଲିଜ କରିବେ ସେନେଇ ଚାଲିଛି ମାନସ ମନ୍ଥନ । ଏହାର ଇଫେକ୍ଟ ଦେଖିବାକୁ ମିଳିଛି ଲକ୍ଷ୍ନୌ ସୁପର ଜିଆଣ୍ଟସରେ ।
ସିଜିନ ଆରମ୍ଭ ହେବା ପୂର୍ବରୁ ଇସ୍ତଫା ଦେଇଛନ୍ତି ଭାରତର ପୂର୍ବତନ ପେସ୍ ବୋଲର ଜାହିର ଖାନ । ପ୍ରମୁଖ ଆଇପିଏଲ୍ ଫ୍ରାଞ୍ଚାଇଜ୍ ଲକ୍ଷ୍ନୌ ସୁପରଜାଏଣ୍ଟ୍ସର ମେଣ୍ଟର ଦାୟିତ୍ୱରୁ ଇସ୍ତଫା ଦେଇଛନ୍ତି । ଗତ ସିଜନରେ ସେ ମେଣ୍ଟର ନିଯୁକ୍ତ ହୋଇଥିଲେ । ପୂର୍ବରୁ ଗୌତମ ଗମ୍ଭୀର ଏହି ଦାୟିତ୍ୱରେ ରହିଥିଲେ ।
୨୦୨୪ ସିଜନରେ ସେ କୋଲକାତା ନାଇଟ ରାଇଡର୍ସ ମେଣ୍ଟର ଭାବେ ଯୋଗ ଦେଇଥିଲେ । ଗମ୍ଭୀରଙ୍କ ସ୍ଥାନରେ ଜାହିରଙ୍କୁ ଗତ ନିଯୁକ୍ତି ମିଳିଥିଲା । ସେ ଉଭୟ ମେଣ୍ଟର ଓ ବୋଲିଂ କୋଚ ଦାୟିତ୍ୱରେ ରହିଥିଲେ । ଗତ ସପ୍ତାହରେ ସୁପରଜାଏଣ୍ଟ୍ସ ବୋଲିଂ କୋଚ୍ ଭାବେ ଭରତ ଅରୁଣଙ୍କୁ ନିଯୁକ୍ତି ଦେଇଥିଲା ।
ସୂଚନାଥାଉକି, ୨୦୨୬ ସିଜନ ପୂର୍ବରୁ ସୁପରଜାଏଣ୍ଟ୍ସ କୋଚିଂ ଟିମ୍ରେ ଆନେକ ପରିବର୍ତ୍ତନ କରିବାକୁ ଯାଉଛି । ଫ୍ରାଞ୍ଚାଇଜ ମାଲିକ ସଞ୍ଜୀବ ଗୋଏଙ୍କା ଦକ୍ଷିଣ ଆଫିକାର ଏକ ଲିଗ ଦଳ ଡର୍ବାନ ସୁପରଜାଏଣ୍ଟ୍ସ ଓ ଇଂଲଣ୍ଡରେ ଆୟୋଜିତ ହେଉଥିବା ଦ ହଣ୍ଡ୍ରେଡ୍ର ଏକ ଦଳ ମାଞ୍ଚେଷ୍ଟର ଅରିଜିନାଲ୍ସ କିଣିଛନ୍ତି । ତେଣୁ ୩ଟି ଯାକ ଦଳକୁ ପରିଚାଳନା କରିବା ପାଇଁ କ୍ରିକେଟ୍ ନିର୍ଦ୍ଦେଶକ ଭାବେ ନୂଆ ସଦସ୍ୟ ଖୋଜୁଛନ୍ତି ।