ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପ୍ରଶଂସା କଲେ କଙ୍ଗନା, କହିଲେ ଦୁନିଆରେ କେହି ବି ତାଙ୍କ ଭଳି ...

Published By : Prameya-News7 Bureau | August 14, 2025 IST

ମୁମ୍ୱାଇ : କଙ୍ଗନା ରଣାୱତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଦୁନିଆର ସବୁଠୁ ବଡ଼ ‘ ଫେମିନିଷ୍ଟ ’ କହିଛନ୍ତି। ସେ ନିକଟରେ ଏକ ସାକ୍ଷାତକାରରେ କହିଥିଲେ ଯେ, ତାଙ୍କର ( ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି) କାମ ଖୁବ୍‌ ଅତୁଳନୀୟ। ସେ କହିଛନ୍ତି ଯେ, ମୋଦିଙ୍କ ନିଷ୍ପତ୍ତି କଥା ଅପେକ୍ଷା କାମରେ ଅଧିକ ପ୍ରତିଫଳିତ ହୁଏ। କେବଳ ଏତିକି ନୁହେଁ, କଙ୍ଗନା ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା କରାଯାଇ ଥିବା କାମ ଗୁଡ଼ିକର ଏକ ଲମ୍ୱା ତାଲିକା ମଧ୍ୟ ଦେଇଛନ୍ତି।

କଙ୍ଗନା ରଣାୱତ ହାଉଟରଫ୍ଲାଇକୁ ଦେଇଥିବା ସାକ୍ଷାତକାରରେ କହିଛନ୍ତି, ମୁଁ ଭାବୁ ନାହିଁ ଯେ, ମୋଦି ଜୀଙ୍କ ଠାରୁ ବଡ଼ ଫେମିନିଷ୍ଟ ଏହି ଦୁନିଆରେ କିଏ ଅଛି। ଦେଖ ଯଦି ଆପଣଙ୍କୁ କାହାର ଚରିତ୍ର ବିଷୟରେ ଜାଣିବାର ଅଛି, ତ ତାଙ୍କର କଥା ଉପରକୁ ନଯାଇ ତାଙ୍କର କାମକୁ ଦେଖ। ମୋଦି ଜୀ ଯେଉଁ ପ୍ରକାରରେ ଆସିବା କ୍ଷଣି...ସର୍ବପ୍ରଥମେ ଆସି ଟୟଲେଟ୍ ସମସ୍ୟା ସମାଧାନ କଲେ। ଲୋକେ କହିଲେ ଏ କଣ ?  ଆସିବା କ୍ଷଣି ଶୌଚାଳୟ ତିଆରି କରାଉଛନ୍ତି ? ସେ ସର୍ବପ୍ରଥମେ ଏହି କାମ କଲେ ଯେ, କହିଲେ ସେମାନଙ୍କୁ (ମହିଳାମାନେ) ପ୍ରଥମେ  ଶୌଚାଳୟ ଦିଅ। ପୁଣି ସେ କହିଲେ ,ତାଙ୍କୁ (ମହିଳାଙ୍କୁ) ଗ୍ୟାସ ଦିଅ। ଏହାପରେ ତାଙ୍କର ଆକାଉଣ୍ଟ ଖୋଲାଇଲେ। ଦେଖନ୍ତୁ ତାଙ୍କର ବିଚାରକୁ।

କଙ୍ଗନା ଆହୁରି କହିଛନ୍ତି , ଏହାପରେ ସେ ରିଜର୍ଭେସନ ଦେଲେ ଯେ, ଏଠାରେ କେବଳ ଏତେ ମହିଳା କାହିଁକି ? ଆହୁରି ମହିଳା ରହିବା ଉଚିତ୍‌। ସେ ଏମିତି ଅଗଣିତ କାମ କରିଛନ୍ତି। ମୋତେ ଲାଗୁଛି ଯେ, ତାଙ୍କ ଠାରୁ ଅଧିକ ଫେମିନିଷ୍ଟ କେହି ନୁହେଁ। ମୁଁ ତ ଦେଖି ନାହିଁ। ମୋତେ ତାଙ୍କର ଏହି କଥା ବହୁତ ଭଲ ଲାଗୁଛି ଯେ, ସେ ଜଣ ଫେମିନିଷ୍ଟ ଏବଂ ସାଇଲେଣ୍ଟ ଫେମିନିଷ୍ଟ ବା ନିରବ ନାରୀବାଦୀ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.