ମୃତ ବ୍ୟକ୍ତିଙ୍କ ସହ ଚା' ପିିଇଲେ ରାହୁଲ ଗାନ୍ଧି, SIR ତାତି ବେଳେ ଫଟୋ ସେୟାର କଲେ ସାଂସଦ

Published By : Prameya-News7 Bureau | August 14, 2025 IST

ନୂଆଦିଲ୍ଲୀ ୧୪/୦୮: ସାରା ଦେଶରେ SIR ତାତି । ପଲ୍ଲୀରୁ ଦିଲ୍ଲୀ ଉଠୁଛି ପଡୁଛି । ଶାସକ-ବିରୋଧୀ ମୁହାଁମୁହିଁ । ସଡକରୁ ସଂସଦ ତମୁମ୍ୱିତୋଫାନ । ଏହାରି ଭିତରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଶାସକଙ୍କୁ ଘେରିବାକୁ ପୁଣି ଚାଲିଛନ୍ତି ଚାଲ୍ । ବୁଧବାର ସୋସିଆଲ ମିଡିଆରେ ସେୟାର କରିଛନ୍ତି ଚା ପିଉଥିବାର ଫଟୋ । ଜଣେ ନୁହେଁ ଅନେକ ଭୋଟରଙ୍କ ସହ ଚା’ ପିଉଥିବାର ଭିଡିଓ ବି ସେୟାର କରିଛନ୍ତି । ଯାହାକୁ ବିହାର ଭୋଟର ତାଲିକାରେ ଦର୍ଶାଯାଇଛି ମୃତ । 

ପୋଷ୍ଟରେ ରାହୁଲ ଲେଖିଛନ୍ତି, ଜୀବନରେ ଅନେକ ଅନୁଭବ ଅଛି, କିନ୍ତୁ ‘ମୃତ ଲୋକ’ଙ୍କ ସହ ଚା’  ପିଇବାର ସୁଯୋଗ ପ୍ରଥମ ଥର ମିଳିଛି । ଏଭଳି ନିଆରା ଅନୁଭବ ପାଇଁ ନିର୍ବାଚନ କମିଶନଙ୍କୁ ଧନ୍ୟବାଦ । ବିହାରରେ ଭୋଟର ତାଲିକାର ସ୍ୱତନ୍ତ୍ର ଗଭୀର  ପୁନଃନିରୀକ୍ଷଣ (ଏସ୍‌ଆଇଆର୍‌) ଚାଲିଥିବାବେଳେ  କଂଗ୍ରେସ ସମେତ ସମସ୍ତ ବିରୋଧୀ ଦଳ ଏହାକୁ  ଜୋରଦାର ବିରୋଧ କରୁଛନ୍ତି । ଏଥିସହ ଭୋଟର ତାଲିକାରେ ଏହା ଦ୍ୱାରା ବଡ଼ଧରଣର ଜାଲିଆତି କରାଯାଉଥିବା ସେମାନେ ଅଭିଯୋଗ ଆଣିଛନ୍ତି । 


ତାଲିକାରେ ନକଲି ନାଁ ଯୋଡ଼ା ଯାଇଥିବା, ଜୀବନ୍ତ  ବ୍ୟକ୍ତିଙ୍କୁ ମୃତ କହି ସେମାନଙ୍କ ନାଁ ଭୋଟର  ତାଲିକାରୁ କଟାଯାଇଥିବା ନେଇ ରାହୁଲ ଗତ ୭  ତାରିଖରେ ନିର୍ବାଚନ କମିଶନଙ୍କ ବିରୋଧରେ  ଅଭିଯୋଗ ଆଣିଥିଲେ । ଉଦାହରଣ ଭାବେ ସେ  କର୍ଣ୍ଣାଟକ ଭୋଟର ତାଲିକା ଦେଖାଇଥିଲେ । 


ସେୟାର  କରିଥିବା ଭିଡିଓରେ ରାହୁଲ ଲୋକଙ୍କୁ କହୁଛନ୍ତି ଯେ, ଆପଣମାନେ ବଞ୍ଚିଛନ୍ତି କିନ୍ତୁ ନିର୍ବାଚନ କମିଶନ  ଆପଣଙ୍କୁ ମୃତ ବୋଲି କହିଛନ୍ତି । ଜଣେ ବ୍ୟକ୍ତି  କହୁଛନ୍ତି, ଏ କଥା ଭୋଟର ତାଲିକା ଆସିବା  ପରେ ସେ ଜାଣିବାକୁ ପାଇଛନ୍ତି । ସେହିପରି ତାଙ୍କ ପଞ୍ଚାୟତରେ ଏପରି ୫୦ ମାମଲା ଥିବା ମଧ୍ୟ ବ୍ୟକ୍ତି  ଜଣକ ଦାବି କରୁଥିବା ଏଥିରେ ଶୁଣିବାକୁ ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.