କେନ୍ଦୁଝର ୧୮/୫: ଜମି ପାଇଁ ମହିଳାଙ୍କୁ ଠେଙ୍ଗାରେ ପିଟି ପିଟି ହତ୍ୟା । ୨ ଅଟକ, ଜଣେ ଫେରାର । କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଅନ୍ତର୍ଗତ ଖଣ୍ଟଘର ଗାଁ ପାରାଭାଡି ସାହିରେ ଚାଞ୍ଚଲ୍ୟ । ମୃତ ମହିଳା କୁନ୍ତଳା ନାୟକ । ଘର ବାରଣ୍ଡାରେ କୁନ୍ତଳାଙ୍କ ରକ୍ତାକ୍ତ ମୃତଦେହ ପଡିଥିବାର ଦେଖି ପୋଲିସକୁ ଖବର ଦେଇଥିଲେ ଗାଁ ଲୋକ ।
ଦୀର୍ଘ ଦିନ ହେବ ଜମିବାଡିକୁ ନେଇ ରବିନ୍ଦ୍ରଙ୍କ ସହ କୁନ୍ତଳାଙ୍କର ବିବାଦ ଲାଗିରହିଥିଲା । ଭିତରେ ଭିତରେ ରାଗରେ ଜଳୁଥିବା ରବିନ୍ଦ୍ର,ପୁଅ ମଙ୍ଗଳୁ ସହ ମିଶି କୁନ୍ତଳାଙ୍କୁ ରାସ୍ତାରୁ ହଟାଇ ଦେଇଥିବା ଅଭିଯୋଗ ହୋଇଛି । ହତ୍ୟା ଅଭିଯୋଗରେ ପୋଲିସ ରବିନ୍ଦ୍ର ନାୟକ ଓ ପୁଅ ମଙ୍ଗଳୁ ନାୟକକୁ ଅଟକ ରଖି ପଚରାଉଚରା କରୁଛି । ଅନ୍ୟ ଜଣେ ହତ୍ୟାକାରୀ ପୁରିଆ ନାଏକ ଫେରାର ହୋଇଯାଇଛି । ମୃତଦେହ ଜବତ କରି ସାଇଣ୍ଟିଫିକ ଟିମ୍ ସହାୟତାରେ ତଦନ୍ତ କରୁଛି ପୋଲିସ ।
You Can Read : ନିର୍ବାଚନ ପ୍ରସ୍ତୁତି, କମିଶନରେଟ୍ ପୋଲିସର ଗୁରୁତ୍ୱପୂର୍ଣ୍ଣ ବୈଠକ