ପାଣି ପାଇଁ ରାସ୍ତାରେ ଲୋକେ, ନୀଳଗିରି ବ୍ଲକ ଗରଡିହି ଓ ମାଟିଆଳ ପଞ୍ଚାୟତରେ ଜଳ କଷ୍ଟର ବିକଳ ଚିତ୍ର

Published By : Prameya-News7 Bureau | May 18, 2024 IST

ନୀଳଗିରି ୧୮/୫: ଆଗ ପାଣି ଦିଅ, ତାପରେ ରାସ୍ତା ଛାଡିବୁ । ବାଲେଶ୍ବର ଜିଲ୍ଲା ନୀଳଗିରି ବ୍ଲକ ଗରଡିହି ଓ ମାଟିଆଳ ପଞ୍ଚାୟତରେ ପାଣି ପାଇଁ ତାତିଛନ୍ତି ଲୋକେ । ଗରଡିହି ପଞ୍ଚାୟତ କଳାକାଦ ଅଞ୍ଚଳରେ ରାସ୍ତାକାମ ଚାଲୁଥିବାରୁ ପାଇପରେ ପାଣି ଆସୁନି । ପିଇବା ପାଣି ଟୋପାଏ ପାଇଁ ଡହଳବିକଳ ହେଉଛନ୍ତି ଲୋକେ । ଖରାତାତିକୁ ଜଳକଷ୍ଟ ବଳି ଯାଉଛି । କେତେ ଦିନ ସହିବେ । ପ୍ରତିବାଦରେ ସେରଗଡ ଉଦଳା ରାସ୍ତା କଳାକାଦ ଠାରେ ଗରା ମାଠିଆ ଧରି ରାସ୍ତାକୁ ଓହ୍ଲାଇଛନ୍ତି ଲୋକେ । 

ସେପଟେ ମାଟିଆଳି ପଞ୍ଚାୟତରେ ମଧ୍ୟ ସମାନ ସମସ୍ୟା । ପାଣି ପାଇଁ ନାନା ସମସ୍ୟା ଭୋଗୁଛନ୍ତି ଲୋକେ । ବାରମ୍ବାର ଅଭିଯୋଗ ପରେ ବି କିଛି ପଦକ୍ଷେପ ନିଆଯାଇନି । ପ୍ରତିବାଦରେ ରାସ୍ତାକୁ ଓହ୍ଲାଇଛନ୍ତି ଲୋକେ । ଉଭୟ ସ୍ଥାନରେ ପୋଲିସ ଲୋକଙ୍କୁ ବୁଝାସୁଝା କରିଛି । 

You Can Read : ଚର୍ଚ୍ଚାରେ ପୁଣି ଦାମୀ ମର୍ସିଡିଜ୍‌ କାର୍‌, ଛକ ଛକରେ ହୋଇଛି ଛିଡା

  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.