ଅଗ୍ନିକାଣ୍ଡରେ ଜଳିଗଲା ୧୦ ବଖରା ଘର, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ନଷ୍ଟ

Published By : Prameya-News7 Bureau | April 11, 2024 IST

ଭଦ୍ରକ ୧୧।୪: ଅଗ୍ନିକାଣ୍ଡରେ ଜଳିଗଲା ୧୦ ବଖରା ଘର । ବିଦ୍ୟୁତ ସର୍ଟ ସର୍କିଟ୍ ଯୋଗୁ ଅଗ୍ନିକାଣ୍ଡ ହୋଇଥିବା ସୂଚନା ମିଳିଛି । ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଲକ ପାଟୁଳି ପଂଚାୟତର ଅରେଇ କଣା ଗ୍ରାମରେ ଅଗ୍ନିକାଣ୍ଡ ଘଟିଛି । ଏହି ଗ୍ରାମର ପୁରସ୍ତମ ବାରିକ ଓ ବିଷ୍ଣୁ ବାରିକଙ୍କ ପରିବାରର ୧୦ ବଖରା ଘର ଭସ୍ମୀଭୂତ ହୋଇଛି । ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଜଳିପୋଡି ପାଉଁଶ ହୋଇଛି । ଗୋଟିଏ ଟ୍ରାକ୍ଟର ମଧ୍ୟ ଜଳିଯାଇଥିବା ସୂଚନା ମିଳିଛି । ଭଣ୍ଡାରିପୋଖରୀ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି ।

You Can Read :

ବିଜେଡି ଛାଡି କଂଗ୍ରେସରେ ମିଶିଲେ ଅସିତ ପଟ୍ଟନାୟକ

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.