News7 Logo

ଏବେ 'ଏକ୍ସ' ଦ୍ୱାରା ହୋଇ ପାରିବେ ଧନୀ ; କେବଳ ଏହି କାମ କରିବାକୁ ହେବ : ପ୍ରଡକ୍ଟ ହେଡ୍‌ କହିଲେ ସିକ୍ରେଟ୍‌

NEWS7
-

ନୂଆଦିଲ୍ଲୀ – ଏଲନ ମସ୍କ ନିଜର ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଏକ୍ସକୁ “ଏଭ୍ରିଥିଙ୍ଗ୍‌ ଆପ୍‌”ରେ ବଦଳାଇବାରେ ବ୍ୟସ୍ତ। ଯଦି ଆପଣ ଏକ୍ସରୁ ଅର୍ଥ ରୋଜଗାର କରିବାକୁ ଭାବୁଛନ୍ତି , ତ ଆପଣଙ୍କ ପାଇଁ ଭଲ ଖବର। କମ୍ପାନୀର ଟପ୍‌ ଏଗଜିକ୍ୟୁଟିଭ୍‌ଙ୍କ ମଧ୍ୟରୁ ଜଣେ କହିଛନ୍ତି ଯେ, ୟୁଜରମାନେ ପ୍ରକୃତରେ ଏକ୍ସରୁ କେମିତି ଟଙ୍କା ରୋଜଗାର କରିପାରିବେ। ପ୍ରକୃତ କଥା ହେଲା , ଏକ୍ସର ପ୍ରଡକ୍ଟ ହେଡ୍ ନିକିତା ବିୟର ସୋସିଆଲ ମିଡ଼ିଆ ପ୍ଲାଟଫର୍ମରେ ଧନୀ ହେବାର ଏକ ସିଧା ଓ ସରଳ ସିକ୍ରେଟ୍‌ ସେୟାର କରିଛନ୍ତି। ସେ କହିଛନ୍ତି ଯେ, ଖୁବ୍‌ ଶୀଘ୍ର ଧନୀ ହେବାର କ୍ୱିକ୍‌ ହ୍ୟାକ୍ସକୁ ଭୁଲି ଯାଆନ୍ତୁ ଏବଂ କୌଣସି ଏମିତି ଜିନିଷର ଏକ୍ସପର୍ଟ ହୁଅନ୍ତୁ ଯାହାକୁ ଆପଣ ଅନ୍ୟମାନଙ୍କ ଠାରୁ ଭଲରେ ଜାଣି ଥିବେ।

ଇଣ୍ଡିଆଟୁଡେର ରିପୋର୍ଟ ଅନୁସାରେ , ସେ କହିଛନ୍ତି, ଯଦି ଆପଣ ଏକ୍ସରେ ଧନୀ ହେବାକୁ ଚାହୁଁଛନ୍ତି , ତ ଏହି କ୍ରିଏଟର ରେଭେନ୍ୟୁ ବା ମିମ୍‌ କଏନ୍ସ ମାଧ୍ୟମରେ ଏମିତି ହେବ ନାହିଁ। ଏହା ପରିବର୍ତ୍ତେ , ବିୟର ଲୋକଙ୍କୁ ପରାମର୍ଶ ଦେଇଛନ୍ତି ଯେ, କୌଣସି ଗୋଟିଏ ଏମିତି ବିଷୟରେ ଭାବନ୍ତୁ ,ଯାହା ବିଷୟରେ ଆପଣ ବିଶ୍ୱରେ ଆଉ କାହା ଠାରୁ ଅଧିକ ଜାଣିଥିବେ। ଏହା କିଛି ବି ହୋଇପାରେ, ଯେମିତି କି ପ୍ଲମ୍ୱିଂ , ମେନ୍ସୱେୟାର ( ପୁରୁଷ ପୋଷାକ) , ଇଣ୍ଡିଆନ ଫୁଡ୍‌ , ଫର୍ଣ୍ଣିଚର , ସୋସିଆଲ ଆପ୍ସ ଏବଂ ଆଉ ଅନ୍ୟ କିଛି ମଧ୍ୟ।

ଏହା ଶୁଣିବାରେ ବହୁତ ସହଜ ଲାଗୁଛି , କିନ୍ତୁ ଏହା ପଛରେ ଗୋଟିଏ ସ୍ପଷ୍ଟ ରଣନୀତି ଅଛି। ବିୟରଙ୍କ ପରାମର୍ଶ ଯେ, ୟୁଜର ଗୋଟିଏ ବିଶେଷ ସ୍ଥାନ ପ୍ରସ୍ତୁତ କରନ୍ତୁ ଏବଂ ପ୍ରତିଦିନ ଛୋଟ ଛୋଟ କଣ୍ଟେଣ୍ଟ ସହ ଏହା ଉପରେ ଲାଗି ରୁହନ୍ତୁ। ସେ କହିଛନ୍ତି , ଏହି କ୍ଷେତ୍ରରେ ନିଜର ଅନୁଭବରେ କେହି ଏକ ସ୍ୱତନ୍ତ୍ର ଓ ଅସାଧାରଣ ସୂଚନା ପୋଷ୍ଟ କରନ୍ତୁ।ଏହାକୁ ୫ଟି ବାକ୍ୟ ମଧ୍ୟରେ ସୀମିତ ରଖନ୍ତୁ। ଏମିତି ଛଅ ମାସ ଯାଏ ପ୍ରତିଦିନ କରନ୍ତୁ ଏବଂ ଏହି ଠାରୁ କଥା ଆହୁରି ଚମତ୍କାର , ବିୟର ଆହୁରି କହିଛନ୍ତି, ଲୋକେ ଯଦି ଲଗାତାର ଏମିତି କରିବେ ,ତାଙ୍କୁ ଏକ୍ସ ପକ୍ଷରୁ କିଛି ଅତିରିକ୍ତ ସାହାଯ୍ୟ ମିଳିବ। ସେ ପ୍ରତିଶ୍ରୁଡି ଦେଇଛନ୍ତି, ଯଦି ଆପଣ ଏହି ଉପରେ ତିଷ୍ଠି ରହିବେ , ତ ଆମେ ଆପଣଙ୍କର ଆକାଉଣ୍ଟକୁ ଅନ୍ୟମାନଙ୍କ ସମ୍ମୁଖରେ ପ୍ରମୋଟ କରିବୁ। 

want to get rich on x

ଏହି ସିକ୍ରେଟ୍‌ ଏମିତି ସମୟରେ ସାମ୍ନାକୁ ଆସିଛି, ଯେତେବେଳେ ଅନେକ ଲୋକ ପ୍ରକୃତରେ ପ୍ରଫେସନାଲ କ୍ରିଏଟର ହେବାକୁ ଚେଷ୍ଟା କରୁଛନ୍ତି ଏବଂ ନିଜର ଅନଲାଇନ ଉପସ୍ଥିତିରେ ଆୟ କରିବାକୁ ଚାହାନ୍ତି।

ବିୟରଙ୍କର କହିବା ହେଲା ଯେ, ଛଅ ମାସ ଯାଏ ପ୍ରତିଦିନ ପୋଷ୍ଟ କରିବା ସହଜ ନୁହେଁ , ବିଶେଷକଥା ହେଲା ଯେବେ ଲୋକେ ଖୁବ୍ ଶୀଘ୍ର ବୋର୍‌ ହୋଇଯାନ୍ତି , ଏବଂ ଭାଇରାଲ କଣ୍ଟେଣ୍ଟର ଲୋଭ ରହିଥାଏ। କିନ୍ତୁ କେମିତି ବିଶେଷ କ୍ଷେତ୍ରରେ ବିଶେଷଜ୍ଞତା ହେବା ଭାଇରାଲ ହେବା ଠାରୁ ଅଧିକ ସ୍ଥାୟୀ ହୋଇଥାଏ । ଏହା କେବଳ ପ୍ରସିଦ୍ଧି ଦେବନି , ଏହା ସହ ଏମିତି ବିଶ୍ୱସନୀୟତା ଆଣି ଦେବ , ଯେଉଁଥିରୁ ଆପଣ ନିଜର ସର୍ତ୍ତରେ ଆୟ କରିପାରିବେ।