ରାୟଗଡ଼ା ୩୦୧୦: ବାତ୍ୟା ‘ମୋନ୍ଥାର ପ୍ରଭାବ ରାୟଗଡା ଜିଲ୍ଲାରେ ଦେଖିବାକୁ ମିଳିଛି । ଲଗାଣ ବର୍ଷା ଫଳରେ ଜିଲ୍ଲାର କାଶୀପୁର ବ୍ଲକ୍‌ ଉପରକୋଡିଙ୍ଗା ଓ କଲ୍ୟାଣସିଂହପୁର ବ୍ଲକ୍ ଗୁଣ୍ଡୁରୀଗୁଡା ଗ୍ରାମରେ ଘରର କାନ୍ଥ ପଡିଯାଇଛି । ଫଳରେ ଅଳ୍ପକେ ମୃତ୍ୟୁମୁଖରୁ ବର୍ତ୍ତିଯାଇଛନ୍ତି ଦୁଇଟି ପରିବାରର ୧୨ ଜଣ ସଦସ୍ୟ

ସୂଚନାଯୋଗ୍ୟ ଯେ, ଲ୍ୟାଣସିଂହପୁର ବ୍ଲକ୍‌ର ଗୁଣ୍ଡୁରୀଗୁଡା ଗ୍ରାମର ସୀତାରାମ ହିକକାଙ୍କ ପରିବାର ରାତିରେ ଶୋଇଥିବା ବେଳେ ବର୍ଷାରେ ଓଦା ହୋଇ ଘରର ମାଟି କାନ୍ଥ ହଠାତ ଭୁଶୁଡି ପଡିଥିଲା । ଫଳରେ ପରିବାରର ୮ ସଦସ୍ୟ ଅଳ୍ପକେ ବର୍ତ୍ତି ଯାଇଥିଲେ । ପରେ ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରିଥିଲେ ।

ସେହିପରି କାଶୀପୁର ବ୍ଲକ୍‌ର ଉପରକୋଡିଙ୍ଗା ଗ୍ରାମର ପୂର୍ଣ୍ଣ ମୁଦୁଲି ମଧ୍ୟ ପରିବାର ସହ ରାତିରେ ଶୋଇଥିବା ବେଳେ ହଠାତ କାନ୍ଥ ପଡିଯାଇଥିଲା । ତେବେ ଏହି ଦୁଇଟି ଦୁର୍ଘଟଣାରେ କାହାର କିଛି କ୍ଷୟକ୍ଷତି ହୋଇନଥିବା ବେଳେ ଏଯାଏଁ ସ୍ଥାନୀୟ ବ୍ଲକ୍‌ ପ୍ରଶାସନ ଗାଁରେ ପହଞ୍ଚି ନାହିଁ । ତେବେ କ୍ଷତିଗ୍ରସ୍ତଙ୍କୁ ତୁରନ୍ତ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ କରାଯାଉ ବୋଲି ଗ୍ରାମବାସୀ ଦାବି କରିଛନ୍ତି ।