ନୂଆଦିଲ୍ଲୀ : ଗୋଟିଏ ଫ୍ରେମ୍‌ରେ ବିଶ୍ୱର ଅନେକ ପ୍ରସିଦ୍ଧ ନେତା। ଚୀନରେ ସାଂଘାଇ ସହଯୋଗ ସଂଗଠନ (ଏସସିଓ) ଶିଖର ସମ୍ମିଳନୀ ବେଳେ ଏଭଳି ଏକ ଆକର୍ଷଣୀୟ ଦୃଶ୍ୟ ଦେଖିବାକୁ ମିଳିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଚାଇନା ରାଷ୍ଟ୍ରପତି ଶି ଜିନପିଙ୍ଗ , ରୁଷ୍‌ର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ, ପାକିସ୍ତାନର ପ୍ରଧାନମନ୍ତ୍ରୀ ଶହବାଜ ସରିଫ ଓ ଅନ୍ୟ ନେତା ଗୋଟିଏ ମଞ୍ଚରେ ନଜର ଆସିଛନ୍ତି। ଚିୟାନଜିନରେ ଅଫିସିଆଲି ସ୍ୱାଗତ ଉତ୍ସବ ବେଳେ ଏହି ନେତା ଗୋଟିଏ ଫଟୋ ଫ୍ରେମରେ ଠିଆ ହେବାର ନଜର ଆସିଛନ୍ତି। ଏବେ ଏହି ଫଟୋ ସାରା ବିଶ୍ୱରେ ଖୁବ୍‌ ଜୋରରେ ଭାଇରାଲ ହେଉଛି ଏବଂ ରାଜନୈତିକ ବିଶ୍ଳେଷକ ଏହି ଅର୍ଥ ଖୋଜିବାରେ ଲାଗିଛନ୍ତି। କୁହାଯାଉଛି ଯେ, ଏହି ଗୋଟିଏ ଫଟୋ ଆମେରିକା ସମେତ ଅନ୍ୟ ଶକ୍ତିଶାଳୀ ଦେଶ ଗୁଡ଼ିକୁ ଦୃଢ ବାର୍ତ୍ତା ଦେବାରେ କାମ କରିଛି। 

ସାଂଘାଇ ସହଯୋଗ (ଏସସିଓ) ୟୁରେସିଆଇ ରାଜନୈତିକ , ଆର୍ଥିକ ଓ ସୁରକ୍ଷା ସଙ୍ଗଠନ। ଏହାର ସ୍ଥାପନା ୨୦୦୧ରେ ସାଂଘାଇରେ ରୁଷ୍‌,ଚୀନ, କଜାକିସ୍ତାନ, କିର୍ଗିସ୍ତାନ, ତାଜିକିସ୍ତାନ ଓ ଉଜବେକିସ୍ତାନ ପକ୍ଷରୁ କରାଯାଇ ଥିଲା। ପରେ ଭାରତ ଓ ପାକିସ୍ତାନ ୨୦୧୭ରେ ପୂର୍ଣ୍ଣ ସଦସ୍ୟ ହୋଇଥିଲା, ଇରାନ ୨୦୨୩ରେ ସାମିଲ ହୋଇଥିଲା। ଏସସିଓର ମୁଖ୍ୟ ଉଦ୍ଦେଶ୍ୟ କ୍ଷେତ୍ରୀୟ ସୁରକ୍ଷା, ଆତଙ୍କବାଦ, ବିଚ୍ଛିନ୍ନତାବାଦ ଓ ଆତଙ୍କବାଦ ବିରୋଧରେ ସହଯୋଗ, ଆର୍ଥିକ ବିକାଶ , ବାଣିଜ୍ୟ ଓ ସାଂସ୍କୃତିକ ଆଦାନ ପ୍ରଦାନକୁ ବୃଦ୍ଧି କରିବା। ଏହି ସଙ୍ଗଠନ ସଦସ୍ୟ ଦେଶ ଦେଶ ମଧ୍ୟରେ ସେନା ସହଯୋଗ, ମିଳିତ ଅଭ୍ୟାସ ଓ ଗୁଇନ୍ଦା ତଥ୍ୟ ସେୟାର କରିବା ଉପରେ ଜୋର ଦେଇଥାଏ। ଏସସିଓର ମୁଖ୍ୟାଳୟ ବେଜିଂରେ ରହିଛି ଏବଂ ଏହାର ସରକାରୀ ଭାଷା ରୁଷିଆନ ଓ ଚାଇନିଜ୍‌।

ଏହା ପୂର୍ବରୁ, ପିଏମ୍‌ ମୋଦି ଓ ଶି ଜିନପିଙ୍ଗ ସୀମା ବିବାଦର ନିରପେକ୍ଷ , ଯୁକ୍ତିଯୁକ୍ତ ଓ ପାରସ୍ପରିକ ଭାବେ ସ୍ୱୀକାର୍ଯ୍ୟ ସମାଧାନର ଦିଗରେ କାମ କରିବା ଉପରେ ଜୋର ଦେଇ ଥିଲେ। ବିଶ୍ୱ ବାଣିଜ୍ୟ କାରବାରକୁ ସ୍ଥିର କରିବା ଦିଗରେ କାମ କରିବାକୁ ମଧ୍ୟ ସଂକଳ୍ପ ନେଇଥିଲେ।