News7 Logo

ମାଆ କାରଖାନାରେ ଥିଲେ ଶ୍ରମିକ, ରୋଷେୟା ଥିଲେ ଜେଜେବାପା: ବିଶ୍ୱର ଶକ୍ତିଶାଳୀ ରାଷ୍ଟ୍ରର ଶାସକଙ୍କ ରୋଚକ କାହାଣୀ

NEWS7
vladimir putin biography

ନୂଆଦିଲ୍ଲୀ: ଗୁପ୍ତଚର ଏଜେଣ୍ଟରୁ ରାଷ୍ଟ୍ରପତି। ବିଶ୍ୱର ଶକ୍ତିଶାଳୀ ରାଷ୍ଟ୍ରର ଶାସକ। ଭ୍ଲାଦିମିର ପୁଟିନ। ଯାହାଙ୍କ ନାଁ ଶୁଣିଲେ ଥରହର ହୁଅନ୍ତି ଶତ୍ରୁରାଷ୍ଟ୍ର। ରୁଷିଆର ସର୍ବେସର୍ବା। ଦୁଇ ଦଶନ୍ଧି ଧରି ଦେଶକୁ ଶାସନ କରିଆସୁଛନ୍ତି ସେ। ବିଶ୍ୱର ବଡ଼ ନେତାଙ୍କ ପରି ପୁଟିନଙ୍କ କାହାଣୀ ରୋଚକ ଓ ସଂଘର୍ଷପୂର୍ଣ୍ଣ। ବୋଧହୁଏ ଆପଣ ଶୁଣି ଆଶ୍ଚର୍ଯ୍ୟ ହେବେ ପୁଟିନଙ୍କ ମାଆ କାରଖାନାରେ ଶ୍ରମିକ ଥିଲେ ଆଉ ଜେଜେବାପା ଥିଲେ ରୋଷେୟା। ହେଲେ ଜଣେ ଗରିବ ଘରର ପିଲା ଏତେ ବଡ଼ ରାଷ୍ଟ୍ରର ମୁଖିଆ ହେଲେ  କିପରି? କେମିତି ଥିଲା କେଜିବିରୁ କ୍ରେମଲିନ ଯାତ୍ରା, ଆସନ୍ତୁ ଜାଣିବା… 
୧୯୫୨ ମସିହା ୭ ଅକ୍ଟୋବରରେ ରୁଷର ଲେନିନଗ୍ରାଣ୍ଡରେ ପୁଟିନଙ୍କ ଜନ୍ମ। ଡାକ ନାଁ ବୋବା। ସେତେବେଳେ ଋଷ ସୋଭିଏତ ୟୁନିଅନ ସହ ସାମିଲ ଥିଲା। ପୁଟିନଙ୍କ ପିଲାଦିନ ଅତ୍ୟନ୍ତ ଦାରିଦ୍ର୍ୟ ଏବଂ କଷ୍ଟରେ ବିତିଥିଲା। ମାଆ ଜଣେ ଶିଳ୍ପ ଶ୍ରମିକ ତଥା କାରଖାନର ମଜୁରିଆ ଥିଲେ। ସେହିପରି ତାଙ୍କ ଜେଜେବାପା ମହାନ ସୋଭିଏତ ନେତା ଭ୍ଲାଦିମିର ଲେନିନଗ୍ରାଣ୍ଡ ଏବଂ ଜୋସେଫ ଷ୍ଟାଲିନଙ୍କ ପାଇଁ ରୋଷେୟା ଭାବରେ କାମ କରୁଥିଲେ।
ପିତା ସ୍ପ୍ରିଡୋନୋଭିଚ ପୁଟିନଙ୍କୁ ବାଧ୍ୟତାମୂଳକ ଭାବରେ ସୋଭିଏତ ସେନାରେ ନିଯୁକ୍ତି ଦିଆଯାଇଥିଲା। ତା’ପରେ ସେ ଦ୍ୱିତୀୟ ବିଶ୍ୱଯୁଦ୍ଧରେ ଯୋଗ ଦେଇଥିଲେ। ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ, ପୁଟିନ ତାଙ୍କ ଦୁଇ ଭାଇଙ୍କୁ ବହୁତ କମ ବୟସରେ ହରାଇଥିଲେ। ପୁଟିନ ତାଙ୍କ ପିଲାଦିନରେ ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ସୋଭିଏତ ୟୁନିଅନରେ ଚରମ ଦାରିଦ୍ର୍ୟ ଦେଖିଥିଲେ। କିନ୍ତୁ ପାଠପଢ଼ାରେ କେବେ ପଛଘୁଞ୍ଚା ଦେଇନଥିଲେ ପୁଟିନ। ଲେନିନଗ୍ରାଣ୍ଡ ଷ୍ଟେଟ ୟୁନିଭରସିଟିରୁ ସେ ଆଇନରେ ସ୍ନାତକ କରିଥିଲେ। ତାପରେ ଜଣେ ଗୁପ୍ତଚର ଏଜେଣ୍ଟ ଭାବରେ କାମ କରିବା ଆରମ୍ଭ କରିଥିଲେ। ଛଅ ବର୍ଷ ପାଇଁ ପୁଟିନ ଜର୍ମାନୀରେ ଜଣେ KGB ଏଜେଣ୍ଟ ଭାବରେ ଗୁପ୍ତଚର କାର୍ଯ୍ୟ କରିଥିଲେ। 
୧୯୯୦ରେ KGBରୁ ଲେଫ୍ଟନାଣ୍ଟ କର୍ଣ୍ଣେଲ ପଦବୀ ସହିତ ଅବସର ନେବା ପରେ ବଦଳିଗଲା ପୁଟିନଙ୍କ ଭାଗ୍ୟ। ସୋଭିଏତ୍ ୟୁନିଅନ୍‌ର ସେଣ୍ଟ ପିଟର୍ସବର୍ଗର ମେୟରଙ୍କ ପ୍ରଥମ ନିର୍ବାଚିତ ପରାମର୍ଶଦାତା ହୋଇଥିଲେ ପୁଟିନ। ବହୁତ କମ ସମୟ ମଧ୍ୟରେ ତାଙ୍କ ବିଶ୍ୱାସ ଜିତିଥିଲେ। ୧୯୯୪ରେ ହୋଇଥିଲେ ଡେପୁଟି ମେୟର।
୧୯୯୬ ମସିହାରେ ପୁଟିନ୍‌ ମସ୍କୋ ଚାଲିଯାଇଥିଲେ। ସେଠାକାର ଟପ ଲିଡରଙ୍କ ବିଶ୍ୱାସଭାଜନ ହୋଇଥିଲେ। ଜୁଲାଇ ୧୯୯୮ ମସିହାରେ ବୋରିସ ୟେଲତାସିନ ପୁଟିନଙ୍କୁ ଘରୋଇ ଗୁଇନ୍ଦା ସଂସ୍ଥା ଫେଡେରାଲ ସିକ୍ୟୁରିଟି ସର୍ଭିସ FSBର ମୁଖ୍ୟ କରିଥିଲେ। ସେ ସରକାରଙ୍କ ପ୍ରଭାବଶାଳୀ ସୁରକ୍ଷା ପରିଷଦର ସଚିବ ହୋଇଥିଲେ। 1999 ମସିହାରେ ଯେତେବେଳେ ୟେଲତାସିନ ତାଙ୍କ ଉତ୍ତରାଧିକାରୀ ଖୋଜୁଥିଲେ। ଆଉ ଠିକ ସେତେବେଳେ ସେ କମ୍ ଚର୍ଚ୍ଚିତ ଏବଂ ଶାନ୍ତ ସ୍ୱଭାବର ପୁଟିନଙ୍କ ଉପରେ ବାଜି ଲଗାଇ ତାଙ୍କୁ ପ୍ରଧାନମନ୍ତ୍ରୀ କରିଥିଲେ।
କ୍ଷମତା ଗ୍ରହଣ କରିବା ମାତ୍ରେ ପୁଟିନ୍‌ ତାଙ୍କର ଚେଚେନ ବିଦ୍ରୋହୀଙ୍କ ବିରୁଦ୍ଧରେ ଆରମ୍ଭ କରିଥିଲେ ଡେପୁଟି ମେୟର। ୟେଲତାସିନଙ୍କ ତୁଳନାରେ ପୁଟିନଙ୍କୁ ଜଣେ ଜନନେତା ଭାବରେ ଦେଖାଯାଉଥିଲା। ୧୯୯୯ରେ ୟେଲତାସିନ ଇସ୍ତଫା ଦେବା ପରେ ଦେଇଥିଲେ ପୁଟିନ ହୋଇଥିଲେ କାର୍ଯ୍ୟକାରୀ ରାଷ୍ଟ୍ରପତି। ୨୦୦୦ ମାର୍ଚ୍ଚରେ ରୁଷକୁ ପୁଣି ମହାନ କରିବାର ପ୍ରତିଶ୍ରୁତି ଦେଇ ବିପୁଳ ସଂଖ୍ୟାଗରିଷ୍ଠତା ସହିତ ନିର୍ବାଚନରେ ବିଜୟୀ ହୋଇଥିଲେ ପୁଟିନ। ଦୁର୍ନୀତି ବନ୍ଦ କରିବା ଏବଂ ବଜାର ନିୟନ୍ତ୍ରଣ କରିବା ପାଇଁ ତାଙ୍କ ପ୍ରତିଶ୍ରୁତିକୁ ଜନସାଧାରଣ ବିଶ୍ୱାସ କରିଥିଲେ। ସୋଭିଏତ ୟୁନିଅନ ଭାଙ୍ଗିବା ପରେ ୮୯ଟି ଅଞ୍ଚଳକୁ ୭ଟି ସଂଘୀୟ ପ୍ରଦେଶରେ ସଂଗଠିତ କରି ବିଚ୍ଛିନ୍ନ ରୁଷକୁ ଏକତ୍ର କରିଥିଲେ ପୁଟିନ୍। ସେ ସରକାରଙ୍କ ଉପରେ ମିଡିଆ ଟାଇକୁନ ଏବଂ ଶିଳ୍ପପତିଙ୍କ ପ୍ରଭାବକୁ ସମାପ୍ତ କରିଥିଲେ।ପୁଟିନ୍ ତାଙ୍କ ପିଲାଦିନରେ ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ସୋଭିଏତ ୟୁନିଅନରେ ଦେଖିଥିଲେ ଚରମ ଦାରିଦ୍ର୍ୟ। ଏହି ଘଟଣା ତାଙ୍କ ହୃଦୟକୁ ଛୁଇଁଥିଲା। ସୋଭିଏତ୍ ୟୁନିଅନର ବିଘଟନକୁ  ବିଂଶ ଶତାବ୍ଦୀର ସବୁଠାରୁ ବିନାଶକାରୀ ଭୌଗୋଳିକ ଘଟଣା ବୋଲି କୁହନ୍ତି ପୁଟିନ। ଏହି କାରଣରୁ ସେ କୌଣସି ସୋଭିଏତ ଦେଶରୁ ରୁଷର ପ୍ରଭାବ ହ୍ରାସ କରିବାକୁ ଚାହାଁନ୍ତି ନାହିଁ। 
ସୋଭିଏତ୍ ୟୁନିଅନ ଠାରୁ ପୃଥକ ହୋଇଥିବା ସୀମାନ୍ତ ଦେଶଗୁଡ଼ିରେ ସେ ତାଙ୍କର ପ୍ରାଧାନ୍ୟ ବିସ୍ତାର କରିଆସୁଛନ୍ତି। ୨୦୦୮ରେ ଜର୍ଜିଆ ଏବଂ ତା'ପରେ ୨୦୧୪ରେ କ୍ରିମିଆ ଦଖଲ ଏବଂ ୨୦୨୨ରେ ୟୁକ୍ରେନ୍ ଉପରେ ଆକ୍ରମଣ ଏହାର ଉଦାହରଣ। ପୁଟିନ ୧୯୯୯ରୁ ୨୦୦୮ ଏବଂ ପୁଣି ୨୦୧୨ରୁ ସେ ଲଗାତାର ରାଷ୍ଟ୍ରପତି ପଦବୀରେ ଅଛନ୍ତି। ୭୨ ବର୍ଷୀୟ ପୁଟିନ ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି କ୍ଷମତାରେ ରହି ଆସିଛନ୍ତି । ଏହାପୂର୍ବରୁ ରୁଷରେ  ରାଷ୍ଟ୍ରପତିଙ୍କ କାର୍ଯ୍ୟକାଳ ୪ ବର୍ଷ ଥିଲା । ୨୦୧୨ରେ ପୁଟିନ ଏହାକୁ ୪ ବର୍ଷରୁ  ୬ ବର୍ଷକୁ ବଦଳାଇ ଦେଇଥିଲେ। ଏହା ବ୍ୟତୀତ ୨୦୨୧ରେ ନିର୍ବାଚନ ସଂସ୍କାର ନାମରେ ଆଣିଥିବା ନୂତନ ଆଇନରେ ଦସ୍ତଖତ କରି ପୁଟିନ ୨୦୩୬ ପର୍ଯ୍ୟନ୍ତ ରାଷ୍ଟ୍ରପତି ରହିବାର ରାସ୍ତା ସଫା କରିଛନ୍ତି।
ପିଲାଦିନୁ ମାଆର ସଂଘର୍ଷମୟ ଜୀବନ, ଜେଜେଙ୍କ ଅକ୍ଲାନ୍ତ ପରିଶ୍ରମ ବୋବାଙ୍କୁ ଶିଖାଇଥିଲା ମାଟି ପ୍ରତି ପ୍ରେମ।  ବିଶ୍ୱର ଅନ୍ୟତମ ମହାଶକ୍ତିର ଗାଦିରେ ଥିବା ଭ୍ଲାଦିମିର ପୁଟିନ ନିଜ ଜିଦିରେ ଅଟଳ। ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟ ଗୋଟିଏ। Nation Security and Unite ! ରାଷ୍ଟ୍ରର ସୁରକ୍ଷା ଏବଂ ଏକତା।