ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ୯୦% ଆସନ ଜିତିବ ବିଜେଡି : ପାଣ୍ଡିଆନ୍

Published By : Prameya-News7 Bureau | May 09, 2024 IST

ଭୁବନେଶ୍ବର ୯।୫: ଗଞ୍ଜାମ ଜିଲ୍ଲାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରଚାର । କନିଷି ଠାରେ ଆୟୋଜିତ ସାଧାରଣ ସଭାରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ । କନିଷି ସଭାରେ ହଜାର ହଜାର ଲୋକଙ୍କ ଜନସମାଗମ ।

କନିଷି ନିର୍ବାଚନୀ ସଭାର ଜୟ ଜଗନ୍ନାଥ କହି ବରିଷ୍ଠ ବିଜେଡି ନେତା ଭି.କେ. ପାଣ୍ଡିଆନ୍ ଉଦବୋଧନ ଆରମ୍ଭ କରିଥିଲେ । ଜନସମୁଦ୍ର ଦେଖି ଭଲ ସଙ୍କେତ ଦେଉଛି । ପ୍ରଥମ ପର୍ଯ୍ୟାୟରେ ୨୮ ବିଧାନସଭା, ୪ ଲୋକସଭା ଆସନରେ ୯୦ ପ୍ରତିଶତ ଫଳ ମିଳିବ । ଆର୍ଶୀବାଦ ଦେଲେ ଶହେ ପ୍ରତିଶତ ଫଳ ପାଇବା । ମମତା ଯୋଜନା, ମିଶନ ଶକ୍ତି, ଚାଉଳ କିଏ ଦେଇଛି ବୋଲି ପ୍ରଶ୍ନ କଲେ ପାଣ୍ଡିଆନ୍ । ବିରୋଧୀ ଦଳ ଇସ୍ତାହାର ଦିଅନ୍ତି । ଦୁଇ କୋଟି ରୋଜଗାର ଦେବୁ କହିଥିଲେ । ମିଛ ପ୍ରତିଶ୍ରୁତି ଦେଇ କମ୍ ଆସନ ପାଇଲା ବିଜେପି । ଆଜି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ଇସ୍ତାହାର ଦେବେ । ଇସ୍ତାହାରରେ ଲୋକଙ୍କୁ ଭଲ ପ୍ରତିଶ୍ରୁତି ମିଳିବ । ଏହି ପ୍ରତିଶ୍ରୁତି ଘରେ ଘରେ ପହଞ୍ଚାଇବାକୁ ନିବେଦନ କଲେ ପାଣ୍ଡିଆନ୍ । ଓଡିଶାବାସୀ ନବୀନଙ୍କୁ ଭଲ ପାଆନ୍ତି । ୨୪ ବର୍ଷ ପରେ ମଧ୍ୟ ବିଜେପି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରି ପାରୁନାହିଁ । ଜୟ ଜଗନ୍ନାଥ କହି ଉଦବୋଧନ ଶେଷ କରିଥିଲେ ପାଣ୍ଡିଆନ୍ । 

ଏହି ନିର୍ବାଚନୀ ସଭାରେ ବ୍ରହ୍ମପୁର ଲୋକସଭା ପ୍ରାର୍ଥୀ ଭୃଗୁ ବକ୍ସିପାତ୍ରଙ୍କ ସମେତ ବ୍ରହ୍ମପୁର ବିଧାନସଭା ପ୍ରାର୍ଥୀ ଡାକ୍ତର ରମେଶଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ଗୋପାଳପୁର ନିର୍ବାଚନ ମଣ୍ଡଳୀ ପ୍ରାର୍ଥୀ ବିକ୍ରମ ପଣ୍ଡା, ଛତ୍ରପୁର ନିର୍ବାଚନ ମଣ୍ଡଳୀ ପ୍ରାର୍ଥୀ ସୁବାଷ ବେହେରା, ଚିକିଟି ନିର୍ବାଚନ ମଣ୍ଡଳୀ ପ୍ରାର୍ଥୀ ଚିନ୍ମୟାନନ୍ଦ ଶ୍ରୀରୂପ ଦେଓ, ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀ ପ୍ରାର୍ଥୀ ବିପ୍ଳବ ପାତ୍ର ଯୋଗ ଦେଇଥିଲେ । 

You Can Read :

ଆଜି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ଘୋଷଣା କରିବେ ମେନିଫେଷ୍ଟୋ : ପାଣ୍ଡିଆନ୍

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.