LIVE TV

Vivo V60e ଭାରତରେ ଲଞ୍ଚ, ୨୦୦ ମେଗାପିକ୍ସେଲ କ୍ୟାମେରା ସହ ୬,୫୦୦mAhର ବ୍ୟାଟେରୀ, ଫଟୋଗ୍ରାଫୀ ଫ୍ୟାନଙ୍କୁ ଦିୱାନା କରିବ

NEWS7
vivo V60e launched in India

ନୂଆଦିଲ୍ଲୀ: ଭାରତରେ ବର୍ତ୍ତମାନ ଫେଷ୍ଟିଭ ସିଜନ ଚାଲିଥିବାରୁ ଭିଭୋ ଏହାର ଲେଟେଷ୍ଟ ଭି-ସିରିଜର ସ୍ମାର୍ଟଫୋନ୍ Vivo V60e ଲଞ୍ଚ କରିଛି। ଏହି ସ୍ମାର୍ଟ୍‌ଫୋନର ଆକର୍ଷଣର କେନ୍ଦ୍ରବିନ୍ଦୁ ହେଲା ଏହାର ୨୦୦ ମେଗାପିକ୍ସେଲର କ୍ୟାମେରା। ଅକ୍ଟୋବର ୭ରେ ଲଞ୍ଚ ହୋଇଥିବା ଏହି ମିଡ୍‌ରେଞ୍ଜ୍ ସ୍ମାର୍ଟଫୋନରେ ମିଡିଆଟେକ ଡାଇମେନସିଟି ୭୩୬୦ ଟୁର୍ବୋ ଚିପ୍‌ସେଟ୍‌ ଦିଆଯାଇଛି।  

ଏଥିରେ ୧୨ ଜିବି ପର୍ଯ୍ୟନ୍ତ ରାମ୍ ଏବଂ ୨୫୬ ଜିବି ଷ୍ଟୋରେଜ୍ ସୁବିଧା ରହିଛି। ଏହା ଆଣ୍ଡ୍ରଏଡ୍ ୧୫-ଆଧାରିତ ଫନଟଚ୍ଓଏସ୍-୧୫ରେ ଚାଲିବ। ସ୍ମୁଥ ମଲ୍ଟିଟାସ୍କିଂ ସହ ୟୁଜର ଏକ୍ସପିରିସିଏନ୍ସ ଭଲ ରହିବ ବୋଲି କମ୍ପାନୀ କହିଛି।
Vivo V60e: ଭାରତରେ ମୂଲ୍ୟ

ଭାରତରେ, Vivo V60e8GB RAM + 128GB ଷ୍ଟୋରେଜ୍ ଭ୍ୟାରିଆଣ୍ଟର ମୂଲ୍ୟ ₹୨୯,୯୯୯ ରୁ ଆରମ୍ଭ ହେଉଛି। ସେହିପିର 8GB + 256GB ଭ୍ୟାରିଏଣ୍ଟର ଦାମ ₹୩୧,୯୯୯ ରଖାଯାଇଥିବା ବେଳେ ୧୨ଜିବି ରାମ ଏବଂ ୨୫୬ଜିବି ଷ୍ଟୋରେଜ୍ ସହିତ ଟପ୍-ଭ୍ୟାରିଏଣ୍ଟର ମୂଲ୍ୟ ₹୩୩,୯୯୯ ଟଙ୍କା ରଖାଯାଇଛି। ମାତ୍ର ଦୁଇଟି କଲର ଅପସନରେ ଲଞ୍ଚ ହୋଇଥିବା ଏହି ସ୍ମାର୍ଟଫୋନ୍ କମ୍ପାନୀର ଅଫିସିଆଲ୍ ୱେବସାଇଟ୍ ଏବଂ ଅନ୍ୟାନ୍ୟ ଅଥୋରାଇଜ୍ ରିଟେଲ ଷ୍ଟୋରରେ ଉପଲବ୍ଧ ହେବ।
Vivo V60e: ଫିଚର୍ସ

ଡିସ୍‌ପ୍ଲେ-ଡିଜାଇନ-  ୧୨୦ ହର୍ଟ୍ସ ରିଫ୍ରେସ୍ ରେଟ୍ ସହ ଏହି ସ୍ମାର୍ଟଫୋନ୍‌ରେ ୬.୭୭ ଇଞ୍ଚର କ୍ୱାଡ୍ କର୍ଭଡ୍ ଆମୋଲେଡ୍ ଡିସପ୍ଲେ ରହିଛି, ଯାହା  ୧,୬୦୦ ନିଟ୍ସ ପିକ୍ ବ୍ରାଇଟନେସ୍ ଏବଂ ୧.୦୭ ବିଲିୟନ କଲର ସପୋର୍ଟ ରହିଛି। ଏହା ଡାଇମଣ୍ଡ ସିଲ୍ଡ ଗ୍ଲାସ୍ ସୁରକ୍ଷା ଏବଂ ଲୋ ବ୍ଲୁ ଲାଇଟ୍ ସାର୍ଟିଫିକେସନ୍ ସହିତ ଆସୁଛି। ତେଣୁ ସ୍ମାର୍ଟଫୋନ ବ୍ୟବହାରରେ ଆଖି ଉପରେ ଖରାପ ପ୍ରଭାବ କମ ପଡ଼ିବ ଓ ଏହା ଡ୍ୟୁରେବଲ ହେବ।
କ୍ୟେମେରା ଓ ଏଆଇ କାପାବିଲିଟିସ୍
ବିଶେଷକରି ଫଟୋଗ୍ରାଫୀ ପାଇଁ ଏହି ସ୍ମାର୍ଟଫୋନ୍ ଡିଜାଇନ କରାଯାଇଛି। ଏଥିରେ ଏସମ୍ପର୍କିତ ଏକାଧିକ ନୂଆ ଫିଚର୍ସ ରହିଛି। Vivo V60eରେ ଡୁଆଲ ରିୟର କ୍ୟାମେରା ସେଟଅପ ଦିଆଯାଇଥିବା ବେଳେ ସବୁଠାରୁ ଅଧିକ ହେଡ୍‌ଲାଇନ୍ସରେ ରହିଛି ଏହାର ଓଆଇଏସ ସପୋର୍ଟେଡ୍ ୨୦୦ ମେଗାପିକ୍ସେଲର ପ୍ରାଇମେରି କ୍ୟାମେରା ସେନସର। ଏଥିରେ ୩୦ଏକ୍ସ ଜୁମ ଓ ୮୫ଏମଏମ ପ୍ରୋଟ୍ରେଟ ଇମେଜିଂ ସପୋର୍ଟ ଦିଆଯାଇଛି। ସେହିପରି ୮ ମେଗାପିକ୍ସେଲର ଅଲଟ୍ରାୱାଇଡ କ୍ୟାମେର ଓ ରିୟର ସାଇଡ୍‌ରେ ଅରା ଲାଇଟ ସିଷ୍ଟମ ଦିଆଯାଇଛି, ଯାହା ଏଲଇଡି ଫ୍ଲାସ୍‌ର ଦୁଇଗୁଣା ଅଧିକ ଲାଇଟ ହେବ।

ଫ୍ରଣ୍ଟରେ ହୋଲ୍-ପଞ୍ଚ କଟଆଉଟ୍ ଭିତରେ ଏକ ୫୦-ମେଗାପିକ୍ସେଲ ଆଇ ଅଟୋ-ଫୋକସ୍ ଗ୍ରୁପ୍ ସେଲଫି କ୍ୟାମେରା ଦିଆଯାଇଛି। ଏହା ଭାରତର ପ୍ରଥମ ସ୍ମାର୍ଟଫୋନ୍ ଯେଉଁଥିରେ AI ଫେଷ୍ଟିଭାଲ୍ ପୋର୍ଟ୍ରେଟ୍, AI ଫୋର୍ ସିଜନ୍ ପୋର୍ଟ୍ରେଟ୍ ଏବଂ ଇମେଜ୍ ଏକ୍ସପାଣ୍ଡର୍ ମୋଡ୍ ରହିଛି ବୋଲି ଭିଭୋ ଦାବି କରିଛି। ସୃଜନଶୀଳ ଗ୍ରାହକଙ୍କ ପାଇଁ ଏହି ସ୍ମାର୍ଟଫୋନ ବେଷ୍ଟ ରିକୋମେଣ୍ଡେଡ୍ ଫୋନ ହେବ ବୋଲି ଭିଭୋ କହିଛି।

ବ୍ୟାଟେରୀ ଓ କନେକ୍ଟିଭିଟି

V60e ବ୍ୟାଟେରି ମଧ୍ୟ ଖାସ ରହିଛି। ଏଥିରେ ୬,୫୦୦mAh ବ୍ୟାଟେରୀ ଦିଆଯାଇଛି ଯାହା ୯୦ୱା ୱାୟର୍ଡ ଫାଷ୍ଟ ଚାର୍ଜିଂକୁ ସୋପୋର୍ଟ ରହିଛି। କନେକ୍ଟିଭିଟି ଅପସନ ମଧ୍ୟରେ NFC, ଆଇଆର ବ୍ଲାଷ୍ଟର ଏବଂ ନିର୍ଭରଯୋଗ୍ୟ ନେଟୱାର୍କ ଆକସେସନ ପାଇଁ ଏଥିରେ ୩୬୦-ଡିଗ୍ରୀ ଓମିନିଡାଇରେକ୍ସନାଲ ଆଣ୍ଟିନା ରହିଛି।

ଡ୍ୟୁରେବିଲିଟି ଏବଂ AI ଏନହେନ୍ସମେଣ୍ଟ୍ସ

ପାଣି ଓ ଧୂଳିକଣାରୁ ସୁରକ୍ଷା ପାଇଁ ଭିଭୋ ଏଥିରେ IP68 ଏବଂ IP69 ରେଟିଂ ସୁରକ୍ଷା ଦିଆଯାଇଛି। ସଫ୍ଟୱେର୍ କ୍ଷେତ୍ରରେ, ଫୋନ୍ର ଡେଲି ୟୁଜ ସହଜ ବନାଇବାକୁ ଏଥିରେ ଅନେକ ନୂଆ ଏଆଇ-ଚାଳିତ ଉପକରଣ ଯେପରିକି AI କ୍ୟାପସନ୍, AI ଇରେଜ୍ ୩.୦, ଏଆଇ ସ୍ମାର୍ଟ କଲ୍ ଆସିଷ୍ଟାଣ୍ଟ ଏବଂ ଜେମିନି ଇଣ୍ଟିଗ୍ରେସନ୍ ସୁବିଧା ଦେଇଛି। ​​​​​​​