LIVE TV

ଦିଲ୍ଲୀରେ ପିଏମ୍ ମୋଦୀ ଓ ସୋନିଆ ଗାନ୍ଧୀଙ୍କ କାର୍ଯ୍ୟକ୍ରମ ରଦ୍ଦ, ଲାଲକିଲ୍ଲା ପରିସରରେ ରବଣ ଦହନ କଲେ ରାଷ୍ଟ୍ରପତି

NEWS7
ravan

ନୂଆଦିଲ୍ଲୀ: ଦଶହରା ସନ୍ଧ୍ୟାରେ ଦେଶବ୍ୟାପୀ ରାବଣ ପୋଡ଼ି ଉତ୍ସାହର ସହ ଶେଷ ହୋଇଛି । ଜମ୍ମୁ, ଦିଲ୍ଲୀ ଏବଂ ପାଟନା ସମେତ ଦେଶର ବିଭିନ୍ନ ସହରରେ ରାବଣ ପୋଡ଼ି କାର୍ଯ୍ୟକ୍ରମ ହୋଇଛି । ଦିଲ୍ଲୀର ଲାଲକିଲ୍ଲା ପରିସରରେ ଶ୍ରୀ ଧାର୍ମିକ ଲୀଳା ସମିତି ଦ୍ୱାରା ଆୟୋଜିତ ବିଜୟାଦଶମୀ ଉତ୍ସବରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଯୋଗ ଦେଇଥିଲେ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପ୍ରତୀକାତ୍ମକ ଭାବରେ ତୀର ମାରି ରାବଣର କୁଶପୁତ୍ତଳିକା ଦାହ କରିଥିଲେ । ସେ କହିଥିଲେ ଯେ ଧର୍ମର ବିଜୟ ହେଲେ ମାନବିକତା ବିକଶିତ ହୁଏ ଏବଂ ଭାରତୀୟ ସେନାର ଅପରେସନ ସିନ୍ଦୂର ଆତଙ୍କବାଦର ରାବଣ ଉପରେ ମାନବଜାତିର ବିଜୟର ପ୍ରତୀକ ଅଟେ । 

ବିଜୟାଦଶମୀ ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି ଯେ ଯେତେବେଳେ ଆତଙ୍କବାଦର ରାକ୍ଷସ ମାନବଜାତି ଉପରେ ଆକ୍ରମଣ କରେ, ସେତେବେଳେ ଏହାର ବଧ କରିବା ଜରୁରୀ ହୋଇପଡ଼େ । ଭାରତୀୟ ସେନା ଦ୍ୱାରା କରାଯାଇଥିବା ଅପରେସନ ସିନ୍ଦୂର ଆତଙ୍କବାଦର ରାବଣ ଉପରେ ମାନବଜାତିର ବିଜୟର ପ୍ରତୀକ । ଏଥିପାଇଁ, ଆମେ ଭାରତ ମାତାକୁ ରକ୍ଷା କରୁଥିବା ପ୍ରତ୍ୟେକ ଯୋଦ୍ଧାକୁ ପ୍ରଣାମ କରୁଛୁ ଏବଂ କୃତଜ୍ଞତା ପ୍ରକାଶ କରୁଛୁ ।

ପ୍ରଥମ ଥର ଦଶହରା ଉତ୍ସବରେ ଯୋଗଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପୂର୍ବ ଦିଲ୍ଲୀ ଗସ୍ତ କରିବାର କାର୍ଯ୍ୟକ୍ରମ ଥିଲା। କିନ୍ତୁ ବର୍ଷା ଯୋଗୁଁ କାର୍ଯ୍ୟକ୍ରମ ବାତିଲ କରାଯାଇଛି । ଆଇପି ଏକ୍ସଟେନସନରେ ଥିବା ଶ୍ରୀ ରାମଲୀଳା କମିଟି ଇନ୍ଦ୍ରପ୍ରସ୍ଥରେ କାର୍ଯ୍ୟକ୍ରମ ସ୍ଥିର ହୋଇଥିଲା । ସେପଟେ ବର୍ଷା ଯୋଗୁ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀଙ୍କ କାର୍ଯ୍ୟକ୍ରମ ମଧ୍ୟ ବାତିଲ ହୋଇଥିବା ସୂଚନା ମିଳିଛି । ଦିଲ୍ଲୀରେ ଅବିରତ ବର୍ଷା ସତ୍ତ୍ୱେ, ଲୋକମାନେ ଦଶହରାକୁ ନେଇ ଉତ୍ସାହିତ ଥିଲେ । ରାବଣ ଦହନ ସ୍ଥଳରେ ବିଶାଳ ଜନସମାଗମ ହୋଇଥିଲା