ଭୁବନେଶ୍ବର ୧।୮: OTET ପ୍ରଶ୍ନପତ୍ର ଲିକ୍ ପରେ ବୋର୍ଡ ଉପସଭାପତିଙ୍କ ଭୂମିକା ନେଇ ପ୍ରଶ୍ନ ଉଠାଇଲେ ପୂର୍ବତନ ପ୍ରଶାସକ ବିଜୟ ପଟ୍ଟନାୟକ । ସେ କହିଛନ୍ତି, ହାତ ଲେଖା ପ୍ରଶ୍ନପତ୍ର ଲାପଟପରୁ ବାହାରିଲା ବୋଲି କୁହାଯାଉଛି । ପ୍ରଶ୍ନ ଉଠୁଛି ବୋର୍ଡ ଉପ ସଭାପତି ଲାପଟପରେ ଏଭଳି ପ୍ରଶ୍ନପତ୍ର ରୁହେ କି ? ଲିକ୍ କରିଥିବା ବ୍ୟକ୍ତିଙ୍କୁ ପାସୱାର୍ଡ ଦେଲା କିଏ ? ପୂର୍ବରୁ ବୋର୍ଡ ଉପ ସଭାପତିଙ୍କୁ ଅପସରଣ କରିବା ପାଇଁ ବହୁବାର ଅଭିଯୋଗ ହୋଇଛି । କିନ୍ତୁ ସରକାର ଜଣେ ବ୍ୟକ୍ତିକୁ କାହିଁକି ଏତେ ବର୍ଷ ଧରି ଗୋଟିଏ ପଦବୀରେ ରଖିଥିଲେ ?
ସେ ଆହୁରି କହିଛନ୍ତି, ଚାରୁ ମାଇଣ୍ଡ ୱାର୍କସ ନାମକ ରାଜସ୍ଥାନର ଏକ ଘରୋଇ ସଂସ୍ଥା ପରୀକ୍ଷା ସହ ସଂଶ୍ଲିଷ୍ଟ ଅଛି । ଯେଉଁ ସଂସ୍ଥା ବୋର୍ଡ ଉପ ସଭାପତି ନିହାର ମହାନ୍ତିଙ୍କ ଝିଅ ଓ ଜ୍ୱାଇଁଙ୍କର ବୋଲି ଚର୍ଚ୍ଚା ହେଉଛି । ଏ ଦିଗରେ ସରକାର ନିରପେକ୍ଷ ତଦନ୍ତ କରନ୍ତୁ । ବୋର୍ଡ ଉପ ସଭାପତିଙ୍କ ସମ୍ପୃକ୍ତି ନେଇ ତଦନ୍ତ ହେଉ । ତାଙ୍କୁ ସେ ପଦରୁ ଅପସାରଣ କରାଯାଉ । କ୍ରାଇମବ୍ରାଞ୍ଚ ସହ ପ୍ରଶାସନିକ ତଦନ୍ତ ପାଇଁ ବିଜୟ ମହାପାତ୍ର ଦାବି କରିଛନ୍ତି ।
You Can Read:
ବନ୍ଦ କୋଠରୀରେ ଦୀର୍ଘ ୧୪ ଦିନ ପଣବନ୍ଦୀ, ନାବାଳିକାଙ୍କୁ ବାରମ୍ବାର ଦୁଷ୍କର୍ମ ଅଭିଯୋଗ ପରେ ଅଭିଯୁକ୍ତ ଗିରଫ