LIVE TV

୨ ଦିନିଆ ସେସେଲସ୍ ଗସ୍ତରେ ଯିବେ ଉପରାଷ୍ଟ୍ରପତି ସି.ପି.ରାଧାକୃଷ୍ଣନ

NEWS7
C P Radhakrushnan

ନୂଆଦିଲ୍ଲୀ ୨୪।୧୦: ଭାରତର ଉପରାଷ୍ଟ୍ରପତି ସି.ପି.ରାଧାକୃଷ୍ଣନ ସେପ୍ଟେମ୍ବର ୨୬ ତାରିଖରେ ଦୁଇ ଦିନିଆ ସେସେଲସ୍ ଗସ୍ତରେ ଯିବେ। ସେ ଭାରତ ସରକାରଙ୍କ ପକ୍ଷରୁ ନବ ନିର୍ବାଚିତ ରାଷ୍ଟ୍ରପତି ପ୍ୟାଟ୍ରିକ୍ ହର୍ମିନୀଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବେ। ସେସେଲସ୍ ସରକାରଙ୍କ ନିମନ୍ତ୍ରଣ କ୍ରମେ ହେଉଥିବା ଏହି ଯାତ୍ରାରେ ସି.ପି. ରାଧାକୃଷ୍ଣନ ଭାରତ ପକ୍ଷରୁ ହର୍ମିନୀଙ୍କୁ ଶୁଭେଚ୍ଛା ଜଣାଇବେ ଓ ଦୁଇ ଦେଶଙ୍କ ମଧ୍ୟରେ ଘନିଷ୍ଠ, ଦୀର୍ଘକାଳୀନ ଓ ମଜଭୁତ ସମ୍ପର୍କ ପୁଷ୍ଟି କରିବେ। ଏ ନେଇ ବିଦେଶମନ୍ତ୍ରାଳୟ ପକ୍ଷରୁ ଶୁକ୍ରବାର ସୂଚନା ଦିଆଯାଇଛି।

ବିଦେଶ ମନ୍ତ୍ରାଳୟ ଦ୍ୱାରା ଏ ନେଇ ଜାରି ବୟାନରେ କୁହାଯାଇଛି ଯେ ଭାରତର ଭିଜନ ମହାସାଗର ଓ ଗ୍ଲୋବାଲ ସାଉଥ୍ ପ୍ରତି ଆମର ସଂକଳ୍ପ ଅନୁସାରେ ସେସେଲ୍ସ ଏକ ମଜଭୁତ ଭାଗିଦାର। ଏହି ଯାତ୍ରା ସେସେଲସ୍ ସହିତ ଭାଗିଦାରୀକୁ ଆହୁରି ମଜଭୁତ ଓ ଆହୁରି ବିସ୍ତାରିତ କରିବାରେ ସହାୟକ ହେବ। ଭାରତ-ସେସେଲସ ଦ୍ୱିପାକ୍ଷୀୟ ସମ୍ପର୍କର ବିଶେଷତା ହେଉଛି ସେସେଲସ୍ ର ସୁରକ୍ଷା ପ୍ରତି ନୂଆଦିଲ୍ଲୀର ସମର୍ଥନ ରହିଛି।

ବୈଦେଶିକ ମନ୍ତ୍ରାଳୟଙ୍କ ଅନୁସାରେ ୧୭୭୦ ମସିହାରେ ୫ ଜଣ ଭାରତୀୟଙ୍କ ଏକ କ୍ଷୁଦ୍ର ସମୂହ ୭ ଜଣ ଆଫ୍ରିକୀୟ ଦାସ ଓ ୧୫ ଜଣ ଫରାସୀ ଉପନିବେଶବାଦୀଙ୍କ ସହ ବାଗାନରେ ଶ୍ରମିକ ରୂପେ କାମ କରିବାକୁ ସେସେଲସ୍ ପହଞ୍ଚିଥିଲେ ଓ ସେମାନଙ୍କୁ ଦ୍ୱୀପର ପ୍ରଥମ ନିବାସୀ ଭାବେ ମାନ୍ୟତା ଦିଆଯାଇଥିଲା। ଏଣୁ ଭାରତ-ସେସେଲସ୍ ସମ୍ପର୍କ ଏକ ଦୃଢ ଐତିହାସିକ ସ୍ମୃତି ବହନ କରେ।