ମୁମ୍ବାଇ: ସିନେମା ଓ ଟେଲିଭିଜନ ଜଗତର ଭେଟେରାନ ଅଭିନେତ୍ରୀ, ସମାଜସେବୀ ତଥା ମିମିକ୍ରି ଆର୍ଟିଷ୍ଟ ଆଶା ସିଂହ ଜୈସୱାଲଙ୍କ ପରଲୋକ ହୋଇଛି। ଗତକାଲି ସନ୍ଧ୍ୟା ୭.୩୦ରେ ତାଙ୍କର ଦେହାନ୍ତ ହୋଇଥିବା ତାଙ୍କ ପୁଅ ଆକାଶ ଭରଦ୍ୱାଜ ସୋସିଆଲ ମିଡିଆରେ ଦୁଃଖଦ ଖବର ଶେୟାର କରି ସୂଚନା ଦେଇଛନ୍ତି। ମାଆଙ୍କୁ ମନେ ପକାଇ ଆକାଶ ତାଙ୍କୁ ‘କର୍ମଠ ଲୌହ-ମାନବୀ’ ବା ‘ଆଇରନ୍ ଲେଡି’ ବୋଲି କହିଛନ୍ତି। ଏଥିସହ ତାଙ୍କ ଆତ୍ମାର ଶାନ୍ତି ଓ ସଦଗତି ପାଇଁ ପ୍ରାର୍ଥନା କରିବା ସହ ତାଙ୍କ କାର୍ଯ୍ୟକୁ ମନେ ରଖିବାକୁ ଫ୍ୟାନଙ୍କୁ ଅନୁରୋଧ କରିଛନ୍ତି।

ଇନଷ୍ଟାଗ୍ରାମରେ ଭାବପ୍ରବଣତାର ପୋଷ୍ଟ କରି ଆକାଶ ଲେଖିଛନ୍ତି “ ସେ ଜଣେ କର୍ମଠ ଲୌହ ମାନବୀ ଥଲେ। ତାଙ୍କ ଆତ୍ମାର ସଦଗତି ଏବଂ ଶାନ୍ତି ପାଇଁ ଆପଣମାନେ ସମସ୍ତେ ପ୍ରାର୍ଥନା କରନ୍ତୁ। ତାଙ୍କ କାମକୁ ସୋସିଆଲ୍ ମିଡିଆରେ ନିଶ୍ଚୟ ଦେଖନ୍ତୁ ଓ ମନେ ରଖନ୍ତୁ। ଏଥିରେ ତାଙ୍କ ଆତ୍ମା ଯେଉଁଠି ବି ଥିବ ଖୁସୀ ହେବ ଯେ ଆପମାନେ ତାଙ୍କ କାମକୁ ଦେଖୁଛନ୍ତି ଓ ମନେ ରଖିଛନ୍ତି।”

Also Read- "ମୁଁ ତୁଚ୍ଛ ଲୋକଙ୍କ ଉପରେ ମନ୍ତବ୍ୟ ଦେବାକୁ ଚାହୁଁନି", କଙ୍ଗନା ରଣାୱତଙ୍କୁ ବାବା ରାମଦେବଙ୍କ ପାଲଟା ଜବାବ

ଆକାଶ ଆହୁରି ଲେକିଛନ୍ତି “ତାଙ୍କ ଜୀବନରେ ତାଙ୍କ କର୍ମ ହିଁ ସବୁକିଛି ଥିଲା। ମୃତ୍ୟୁ ପରେ ତାଙ୍କ ଆତ୍ମା ପରମାନନ୍ଦରେ ମୋକ୍ଷଲାଭ କରୁ—ଏହି ଆଶାରେ ମୁଁ ଏହି ବାର୍ତ୍ତା ପ୍ରସାର କରୁଛି। ମୃତ୍ୟୁକୁ ନେଇ ଦୁଃଖ କର ନାହିଁ, ବରଂ ପରମାନନ୍ଦ ଅନୁଭବ କର ବୋଲି ତାଙ୍କରି ବାର୍ତ୍ତା ଥିଲା।”

ମିମିକ୍ରି କଳାରେ ଥିଲା ସ୍ୱତନ୍ତ୍ର ପରିଚୟ

ଆଶା ସିଂହ ଜୈସୱାଲ ଅଭିନୟ ଓ ସମାଜସେବା ସହ ମିମିକ୍ରି କଳା ପାଇଁ ମଧ୍ୟ ପରିଚିତ ଥିଲେ। ତାଙ୍କ ପୁଅଙ୍କ ଅନୁସାରେ, ସେ ଭାରତର ପ୍ରଥମ ମହିଳା ମିମିକ୍ରି କଳାକାର ଭାବେ ପରିଚିତ ଥିଲେ। ମହାନ ଅଭିନେତ୍ରୀ ମୀନା କୁମାରୀଙ୍କ କଣ୍ଠସ୍ୱରକୁ ନକଲ କରିବାରେ ମଧ୍ୟ ତାଙ୍କର ଖ୍ୟାତି ଥିଲା। ଅଭିନୟ ଓ ସମାଜସେବା କ୍ଷେତ୍ରରେ ମଧ୍ୟ ଆଶାଙ୍କ ଅବଦାନ ରହିଛି। ସେ ‘ଆଶା ଇଭେଣ୍ଟସ୍ ଆଣ୍ଡ ଫିଲ୍ମସ୍’ର ପ୍ରତିଷ୍ଠାତା ଓ ପରିଚାଳକ ଥିଲେ। ଜୀବନର ଶେଷ ସମୟ ପର୍ଯ୍ୟନ୍ତ ସେ ତାଙ୍କ ଅନୁଷ୍ଠାନ ପରିଚାଳନା କରୁଥିଲେ। ବିଆର୍ ଚୋପ୍ରାଙ୍କ ମହାଭାରତରେ ଦ୍ରୋଣାଚାର୍ଯ୍ୟଙ୍କ ପତ୍ନୀ ଭୂମିକାରେ ଅଭିନୟ କରିଥିଲେ। ଏଥିସହିତ ଆସା ଏକାଧିକ ସିନେମା ସିରିଏଲ୍‌ରେ ତାଙ୍କର ଯୋଗଦାନ ଦେଇଛନ୍ତି। ସ୍ୱର ନକଲ କରି ପରିଚିତି ପାଇଛନ୍ତି।

Also Read- ନିଖୋଜ ହେବାର ୨୪ ଘଣ୍ଟା ପରେ ମିଳିଥିଲା ଅଭିନେତ୍ରୀଙ୍କ ଖଣ୍ଡବିଖଣ୍ଡିତ ମୃତଦେହ, କେମିତି ଧରା ପଡ଼ିଲା ହତ୍ୟାକାରୀ ?

ଅଗଷ୍ଟ ୨୩ରେ ଶେଷକୃତ୍ୟ

ରିପୋର୍ଟ ଅନୁସାରେ, ଆଶା ସିଂହ ଜୈସୱାଲଙ୍କ ଶେଷକୃତ୍ୟ ଅଗଷ୍ଟ ୨୩ ତାରିଖ ସକାଳ ୧୦ଟାରେ ମୁମ୍ବାଇର ପବନ ହଂସ, ଭିଲେ ପାର୍ଲେ ୱେଷ୍ଟରେ କରାଯିବାକୁ ଧାର୍ଯ୍ୟ ହୋଇଥିଲା। ଆଶାଙ୍କ ବିୟୋଗରେ ତାଙ୍କ ପରିବାର, ପ୍ରଶଂସକ ଓ ଶୁଭେଚ୍ଛୁମାନଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି।