‘ନ୍ୟାୟପାଳିକାକୁ ପ୍ରଭାବିତ କରିବାକୁ ପ୍ରୟାସ’; ସିଜେଆଇଙ୍କୁ ଚିଠି ଲେଖିଲେ ୬୦୦ରୁ ଅଧିକ ଆଇନଜୀବୀ

Published By : Prameya-News7 Bureau | March 28, 2024 IST

ନୂଆଦିଲ୍ଲୀ: ନ୍ୟାୟପାଳିକାକୁ ପ୍ରଭାବିତ କରିବାକୁ ପ୍ରୟାସ ଚାଲିଛି । ଏକ ଗୋଷ୍ଠୀ ଆଦଲତର ନିଷ୍ପତ୍ତି ଉପରେ ପ୍ରଶ୍ନ ଉଠାଇବାକୁ ଚେଷ୍ଟା କରୁଛନ୍ତି । ନ୍ୟାୟିକ ପ୍ରକ୍ରିୟାକୁ ଦାବି ଦେବାକୁ ରଣନୀତି ପ୍ରସ୍ତୁତ କରୁଛନ୍ତି । ଏହି ଘଟଣାରେ ରାଜନୈତିକ ହସ୍ତୀ ଓ ଭ୍ରଷ୍ଟାଚାର ସହିତ ଜଡ଼ିତ ଥିବା ଲୋକ ସାମିଲ୍ ରହିଛନ୍ତି । ଏହାକୁ ନେଇ ସାରା ଦେଶର ଆଇନଜୀବୀ ସମୂହ ଚିନ୍ତା ବ୍ୟକ୍ତ କରିଛନ୍ତି । ପ୍ରାୟ ୬୦୦ରୁ ଅଧିକ ଓକିଲ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍ ଡି.ଓ୍ବାଇ ଚନ୍ଦ୍ରଚୂଡ଼ଙ୍କୁ ଚିଠି ଲେଖିଛନ୍ତି । ଏମାନଙ୍କ ମଧ୍ୟରେ ବରିଷ୍ଠ ଓକିଲ ହରିଶ୍ ସାଲଭେ, ମନନ କୁମାର ମିଶ୍ରା, ଅଦିଶ ଅଗ୍ରଓ୍ବାଲ୍, ଚେତନ ମିତ୍ତଲ, ପିଙ୍କୀ ଆନନ୍ଦଙ୍କ ବହୁ ଆଇନଜୀବୀ ରହିଛନ୍ତି । ସେମାନଙ୍କ ତର୍କ ଦେଇଛନ୍ତି, ଲୋକତାନ୍ତ୍ରିକ ଢାଞ୍ଚା ଏବଂ ନ୍ୟାୟିକ ପ୍ରକ୍ରିୟା ଉପରେ ଲୋକଙ୍କ ଥିବା ଭରସା ବିପଦମୁଖୀ ହେଉଛି ।  

ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ କେଜ୍ରିଓ୍ବାଲଙ୍କ ରିମାଣ୍ଡ୍ ଅବଧି ଶେଷ; କୋର୍ଟଙ୍କୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ଦେବେ ମୁଖ୍ୟମନ୍ତ୍ରୀ

ଏହି ଚିଠିରେ ଆଇନଜୀବୀମାନେ ଉଲ୍ଲେଖ କରିଛନ୍ତି, ଏକ ବିଶେଷ ସମୂହ ଭିନ୍ନ ଭିନ୍ନ ଉପାୟରେ ନ୍ୟାୟିକ ପ୍ରକ୍ରିୟାକୁ ପ୍ରଭାବିତ କରିବାକୁ ଚେଷ୍ଠା କରୁଛନ୍ତି । ଏହା ଦ୍ବାରା ନ୍ୟାୟପାଳିକା ଗରିମା କ୍ଷୂର୍ଣ୍ଣ ହେଉଛି । ଯାହା ଜନତାଙ୍କ ପାଇଁ ଠିକ୍ ନୁହେଁ ତାକୁ ନେଇ ଏହି ଗୋଷ୍ଠୀ ବୟାନ ଦେଉଛି । ରାଜନୈତିକ ଫାଇଦା ନେବା ପାଇଁ ଚେଷ୍ଟା ଚଲାଇଛନ୍ତି । ରାଜନୈତକ ପାର୍ଟିର ନେତାମାନେ ନିର୍ବାଚନୀ ପାଇଦା ପାଇଁ ଏପରି କରୁଛନ୍ତି । ଏହି ଖାସ୍ ବିଭିନ୍ନ ଉପାୟରେ ନ୍ୟାୟପାଳିକା କାର୍ଯ୍ୟରେ ହସ୍ତକ୍ଷେପ କରିବାକୁ ଚେଷ୍ଟା କରୁଛନ୍ତି । ଅଦାଲତର ନିଷ୍ପତ୍ତି ଉପରେ ପ୍ରଶ୍ନ ଉଠାଉଛନ୍ତି, ଯାହା ଦ୍ବାରା ନ୍ୟାୟପାଳିକା ଉପରୁ ଲୋକଙ୍କ ଭରସା ଉଠିଯିବ । ଏହି ଗ୍ରୁପ୍ ରାଜନୈତିକ ଏଜେଣ୍ଡା ଆଧାରରେ କୋର୍ଟଙ୍କ ରାୟକୁ ସମାଲୋଚନା କରୁଛନ୍ତି । ଅଦାଲତର ଛବିକୁ ଖରାପ କରିବାକୁ ଚେଷ୍ଟା କରୁଛନ୍ତି ବୋଲି ଚିଠିରେ ଉଲ୍ଲେଖ ହୋଇଛି ।   

 

  • Supreme Court
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.