ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ କେଜ୍ରିଓ୍ବାଲଙ୍କ ରିମାଣ୍ଡ୍ ଅବଧି ଶେଷ; କୋର୍ଟଙ୍କୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ଦେବେ ମୁଖ୍ୟମନ୍ତ୍ରୀ

Published By : Prameya-News7 Bureau | March 28, 2024 IST

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଗୁରୁବାର ଅର୍ଥାତ୍ ଆଜି ଅରବିନ୍ଦ କେଜ୍ରିଓ୍ବାଲଙ୍କ ରିମାଣ୍ଡ ଅବଧି ଶେଷ ହେଉଛି । ମନି ଲଣ୍ଡ୍ରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅଧିକ ଦିନ ହେପାଜତକୁ ନେବା ପାଇଁ ଆବେଦନ କରିପାରେ । ପୂର୍ବରୁ ଦିଲ୍ଲୀ ରାଉଜ ଆଭେନ୍ୟୁ କୋର୍ଟ ଆପ୍ ସୁପ୍ରିମୋଙ୍କୁ ସପ୍ତାହେ ରିମାଣ୍ଡ ଦେଇଥିଲେ । ତେବେ ରିମାଣ୍ଡ ବେଳେ ଯାଞ୍ଚ ଏଜେନ୍ସି ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ହାସଲ କରିଛି । 

ବୁଧବାର ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଗରିଫଦାରୀକୁ ବିରୋଧ କରି ଦାୟର ହୋଇଥିବା ଆବେଦନ ହାଇକୋର୍ଟରେ ଖରଜ୍ ହୋଇଛି । ଏହି ମାମଲାରେ ପରବର୍ତ୍ତୀ ଶୁଣାଣି ଏପ୍ରିଲ୍ ୩ ତାରିଖରେ ହେବ । ଅନ୍ୟପଟେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ପଦରୁ କେଜ୍ରିଓ୍ବାଲଙ୍କୁ ହଟାଇବା ପାଇଁ ଆଜି ଉଚ୍ଚ ଅଦାଲତରେ ଶୁଣାଣି ହେବ । ମୁଖ୍ୟ ନ୍ୟାୟଧିଶ ଜଷ୍ଟିସ୍ ମନମୋହନ ଏରଂ ନ୍ୟାୟମୂର୍ତ୍ତି ଜଷ୍ଟିସ୍ ପ୍ରୀତମ ସିଂହ ଆରୋରାଙ୍କ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିବେ । ଏହି ଯାଚିକା ଦିଲ୍ଲୀ ନିବାସୀ ସୁରଜିତ୍ ସିଂହ ଯାଦବ ଦାୟର କରିଛନ୍ତି । କୌଣସି ଦୁର୍ନୀତି ଅଭିଯୁକ୍ତଙ୍କୁ ମୁଖ୍ୟମନ୍ତ୍ରୀ ଭଳି ସାର୍ବଜନୀକ ପଦରୁ ହଟାଇବା ପାଇଁ ହାଇକୋର୍ଟରେ ଆବେଦନ କରିଛନ୍ତି ।

ନିର୍ବାଚନରେ ଲଢିବାକୁ ପଇସା ନାହିଁ, ଏମିତି କାହିଁକି କହିଲେ ନିର୍ମଳା ସୀତାରମଣ

ଅନ୍ୟପଟେ ବୁଧବାର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ ପତ୍ନୀ ସୁନିତା କେଜ୍ରିଓ୍ବାଲଙ୍କ ମାଧ୍ୟମରେ ଏକ ସନ୍ଦେଶ ଦିଲ୍ଲୀ ଏବଂ ଦେଶବାସୀଙ୍କ ପାଇଁ ଦେଇଛନ୍ତି । ସୁନିତା କହିଛନ୍ତି, ମୁଖ୍ୟମନ୍ତ୍ରୀ ଇଡି ରିମାଣ୍ଡରେ ରହିଥିଲେ ମଧ୍ୟରେ ଦିଲ୍ଲୀବାସୀଙ୍କ ଚିନ୍ତା କରୁଛନ୍ତି ।  ସିଏମ୍ କହିଛନ୍ତି, ମୋର ଶରୀର ଜେଲ୍ ଅଛି, ମାତ୍ର ଆତ୍ମା ଦିଲ୍ଲୀବାସୀଙ୍କ ନିକଟରେ ରହିଛି । ଅରବିନ୍ଦ କେଜ୍ରିଓ୍ବାଲ ଆଜି କୋର୍ଟରେ ଦିଲ୍ଲୀ ଅବକାରୀ ନୀତି ନେଇ ମହା ଖୁଲାସା କରିବେ ବୋଲି ଘୋଷଣା କରିଛନ୍ତି । ତେବେ କେଜ୍ରିଓ୍ବାଲ କ’ଣ ଖୁଲାସା କରିବେ ତାହା ଉପରେ ସମସ୍ତଙ୍କ ନଜର ରହିଛି ।  

  • Arvind Kejriwal
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.