ଥିରୁଭନନ୍ତପୁରମ: କେରଳରେ ଆମିବିକ ମେନିଙ୍ଗୋଏନ୍‌ସେଫାଲାଇଟିସ୍ ମାମଲା ବୃଦ୍ଧି ପାଉଛି ଏହା ଏକ ବିରଳ ଏବଂ ଘାତକ ମସ୍ତିଷ୍କ ସଂକ୍ରମଣ, ଯାହା ମସ୍ତିଷ୍କ ଖାଉଥିବା ଆମିବା ନେଗ୍ଲେରିଆ ଫାଉଲେରି ଦ୍ୱାରା ହୋଇଥାଏ। ଏହି ରୋଗ ବର୍ତ୍ତମାନ କେରଳବାସିନ୍ଦାଙ୍କ ପାଇଁ ଚିନ୍ତାର କାରଣ ପାଲଟିଲାଣି।

ମଙ୍ଗଳବାର ଦିନ କେରଳ ସ୍ୱାସ୍ଥ୍ୟମନ୍ତ୍ରୀ ବୀଣା ଜର୍ଜ କହିଛନ୍ତି ଯେ ରାଜ୍ୟରେ ଆମିବିକ ମେନିଙ୍ଗୋଏନ୍‌ସେଫାଲାଇଟିସ୍ ଯୋଗୁ ମୋଟ ୮୦ ଟି ମାମଲା ଚିହ୍ନଟ କରାଯାଇଛି। ଏଥିରେ ୨୧ ଜଣଙ୍କ ମୃତ୍ୟୁ ରେକର୍ଡ କରାଯାଇଛି। ସାମ୍ବାଦିକଙ୍କୁ ସୂଚନା ଦେଇ ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ଯେ   ୨୦୨୩ ପରଠାରୁ କେରଳ ସରକାର ସକ୍ରିୟ ଭାବେ ଏହାର ଯାଞ୍ଚ କରୁଛନ୍ତି ବୋଲି ବର୍ଦ୍ଧିତ ମାମଲା ଧରାପଡ଼ୁଛି। ପ୍ରତ୍ୟେକ ଏନସେଫାଲାଇଟିସ୍ ମାମଲାର ତଦନ୍ତ କରି ଏହାର କାରଣ ନିର୍ଣ୍ଣୟ କରିବାକୁ ଜୋର ସ୍ୱାସ୍ଥ୍ୟମନ୍ତ୍ରୀ ଜୋର୍ ଦେଇଛନ୍ତି।

ମନ୍ତ୍ରୀ ଆହୁରି କହିଛନ୍ତି ଯେ ରାଜ୍ୟ ସମଗ୍ର ଅଞ୍ଚଳରେ ମାଇକ୍ରୋବାୟୋଲୋଜି ଲାବ୍‌ରେ ପିସିଆର୍ ପରୀକ୍ଷା ସମେତ ନିଜସ୍ୱ ପରୀକ୍ଷଣ ସୁବିଧା ବିକଶିତ କରିଛି। ଜଳ ଉତ୍ସର କ୍ଲୋରିନେସନ୍ ଭଳି ପ୍ରାରମ୍ଭିକ ଚିହ୍ନଟ, ଚିକିତ୍ସା ଏବଂ ପ୍ରତିରୋଧ ରଣନୀତି ଉପରେ ଧ୍ୟାନ ଦେଇ ୨୦୨୪ ମସିହାରେ ବୈଷୟିକ ନିର୍ଦ୍ଦେଶାବଳୀ ଜାରି କରାଯାଇଥିଲା ବୋଲି ମନ୍ତ୍ରୀ କହିଛନ୍ତି।

ମୁଖ୍ୟତଃ ନେଗ୍ଲେରିଆ ଫାଉଲେରି ଆମିବା ଯୋଗୁ ଏହା ଘଟୁଥିବା ବେଳେ କେରଳରେ ବାଲାମୁଥିଆ ମାଣ୍ଡ୍ରିଲାରିସ୍ ଏବଂ ଆକାନ୍ଥାମୋଏବା ଭଳି ଅନ୍ୟ ପ୍ରଜାତି ମଧ୍ୟ ଚିହ୍ନଟ ହୋଇଛି। ଗାଡ଼ିଆ ପୋଖର କିମ୍ବା ନଦୀର ଦୂଷିତ ଜଳରେ ଗାଧୋଇବା ଦ୍ୱାରା ପାଣି ନାକପାଟି ଦେଇ ପ୍ରବେଶ କରିବା ବେଳେ ଏଭଳି ଆମିବାଗୁଡ଼ିକ ନାକ ଦେଇ ବ୍ରେନ୍ ଭିତରକୁ ଚାଲି ଯାଆନ୍ତି। ଏହାପରେ ସଂକ୍ରମଣ ଆରମ୍ଭ ହୋଇଯାଇଥାଏ।  ସରକାର ଏହାର ନିରାକରଣ ପାର୍ଯ୍ୟ କାର୍ଯ୍ୟ ଜାରି ରଖିଛନ୍ତି ବୋଲି କେରଳ ସ୍ୱାସ୍ଥ୍ୟମନ୍ତ୍ରୀ ବୀଣା ଜର୍ଜ କହିଛନ୍ତି।