ନୂଆଦିଲ୍ଲୀ,୦୯/୦୮:ଆମେରିକା ଏବଂ ଚାଇନା ପୁଣି ଥରେ ମୁହାଁମୁହିଁ ହୋଇଛନ୍ତି । ସ୍କୋରବୋରୋ ରିଫରେ ଚାଇନା ଯେଉଁ ପ୍ରାକୃତିକ ରିଜର୍ଭ ପ୍ରତିଷ୍ଠା କରିବାକୁ ଚାହୁଁଛି ତାକୁ ୟୁଏସ ବିରୋଧ କରିଛି । ଡ୍ରାଗନର ଏପରି ପଦକ୍ଷେପ ଫିଲିପାଇନ୍ସର ପାରମ୍ପରିକ ମତ୍ସ୍ୟଜୀବୀଙ୍କ ବୃତ୍ତିକୁ ଅଡୁଆରେ ପକାଇବ ବୋଲି ଆମେରିକା କହିଛି ।

ୟୁଏସ ବୈଦେଶିକ ମନ୍ତ୍ରାଳୟ କହିଛି ଯେ, ସେମାନେ ସହଯୋଗୀ ଫିଲିପାଇନ୍ସ ସହ ରହିଛନ୍ତି । ସ୍କାରବୋରୋ ରିଫକୁ ଚାଇନା ଅସ୍ଥିର କରିବାକୁ ଚାହୁଁଛି । ଡ୍ରାଗନ୍ ଏଠାରେ ପ୍ରାକୃତିକ ରିଜର୍ଭ ତିଆରି କରିବ କହୁଛି । ଏହାଦ୍ୱାରା୨୦୧୬ରେ ହୋଇଥିବା ଚୁକ୍ତିର ଖିଲାପ ହେଉଛି । ଏହି ଅଞ୍ଚଳରେ ଫିଲିପାଇନ୍ସ ନାଗରିକ ମାଛ ଧରିଥାନ୍ତି । ବର୍ଷ ବର୍ଷ ଧରି ମାଛ ଧରି ଗୁଜୁରାଣ ମେଣ୍ଟାଉଛନ୍ତି ।

ଆହୁରି ମଧ୍ୟ ୟୁଏସ ପ୍ରକାଶ କରିଛି ଯେ, ଚାଇନା ଆମେରିକାର ସହଯୋଗୀଙ୍କ ନିକଟବର୍ତ୍ତୀ ଅଞ୍ଚଳରେ ନିଜର ଦବଦବା ବୃଦ୍ଧି କରିବାକୁ ଚାହୁଁଛି । ଚାଇନାର ଏହି ଏକପାଖିଆ ନିଷ୍ପତ୍ତି ପରିବେଶ ଉପରେ ପ୍ରତିକୂଳ ପ୍ରଭାବ ପକାଇବ । ଆମେରିକା ମୁକ୍ତ ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରକୁ ସମର୍ଥନ କରି ଆସିଛି । ଆଗକୁ ମଧ୍ୟସମର୍ଥନକରିବ । ଫିଲିପାଇନ୍ସ ସହ ଆମେରିକା ରହିଛି । ସଦାବେଳେ ଏହି ସମର୍ଥନଜାରିରହିବ ।

ସୂଚନାଯୋଗ୍ୟ, ଆମେରିକାର ଏହି ବୟାନ ସ୍କାରବୋରୋ ଅଞ୍ଚଳରେ ଚାଇନାର ନୂତନ ପ୍ରକଳ୍ପ ନିର୍ମାଣ ବାବଦରେ ଘୋଷଣା ପରେ ସାମ୍ନାକୁ ଆସିଛି । ଗତ ଅଗଷ୍ଟତାରିଖରେ ଏହି ଅଞ୍ଚଳରେଚାଇନା ନିଜର ପ୍ରାକୃତିକ ଭଣ୍ଡାର ପ୍ରସ୍ତୁତ କରିବାକୁ ଲକ୍ଷ୍ୟ ରଖିଥିବା ଜଣା ପଡିଥିଲା ।ପ୍ରଥମେ ୨୦୨୫ରେ ଡ୍ରାଗନର ଷ୍ଟେଟ୍ କାଉନସିଲ୍ ରିଜର୍ଭକୁ ମଞ୍ଜୁରି ପ୍ରଦାନ କରିଥିଲା । ଏହି ଅଞ୍ଚଳ ଫିଲିପାଇନ୍ସ ନିକଟରେ ରହିଛି ଏହଂ ଦୀର୍ଘଦିନ ଧରି ଏଠକାର ମତ୍ସ୍ୟଜୀବୀଙ୍କ ରୋଜଗାରର ପନ୍ଥା ହୋଇ ଆସିଛି ।

Also Read :- Love Story : ଦିନରେ ଅଫିସ୍, ରାତିରେ ଫୁଡ୍ ଡେଲିଭରି... ୮ ମାସ କଠିନ ପରିଶ୍ରମ କରି ପ୍ରେମିକାକୁ ଦେଲେ ଡ୍ରିମ୍‌ ଡାଏମଣ୍ଡ ରିଙ୍ଗ୍‌

ଏହି ମାମଲା ସେତେବେଳେ ସାମ୍ନାକୁ ଆସିଛି ଯେତେବେଳେ ଦକ୍ଷିଣ ଚୀନ୍ ସାଗରରେ ଚାଇନା ଏବଂ ଫିଲିପାଇନ୍ସ ମଧ୍ୟରେପୂର୍ବରୁ ଉତ୍ତେଜନା ଲାଗି ରହିଛି ।୨୦୧୬ରେ ଫିଲିପାଇନ୍ସ ନିକଟବର୍ତ୍ତୀ ସାମୁଦ୍ରିକ ସୀମା ବାବଦରେ ଏକ ଆଇନ୍ ଆସିଥିଲା । ଏହି ଅଞ୍ଚଳରେ ଚୀନ ନିଜର ଦବଦବା ଜାହିର କରିପାରିବ ନାହିଁ ବୋଲି ଆଇନରେ ଉଲ୍ଲେଖ ହୋଇଥିଲା ।