ଆମେରିକାରେ ରାଜ୍ କରିବେ ଭାରତୀୟ! ନିର୍ବାଚନ ଲାଗି ଯୋଗାଡିଲେ ପାଣ୍ଠି

Published By : Prameya-News7 Bureau | May 15, 2024 IST

ନ୍ୟୁୟର୍କ ୧୫/୦୫: ଆଉ କିଛି ମାସର ଅପେକ୍ଷା । ଶକ୍ତିଶାଳୀ ରାଷ୍ଟ୍ର ଆମେରିକାରେ ହେବ ନିର୍ବାଚନ । ପୁଣି ମୁହାଁମୁହିଁ ହେବେ ଶାସକ-ବିରୋଧୀ । ଏଥର କିନ୍ତୁ ପ୍ରତିଯୋଗିତା ଜୋରଦାର । ମୈଦାନକୁ ଓହ୍ଲାଇଛନ୍ତି ଜଣେ ଭାରତୀୟ ବଂଶୋଦ୍ଭବ । ଆମେରିକୀୟ ରାଜନୀତିରେ ପରୀକ୍ଷା କରୁଛନ୍ତି ନିଜ ଭାଗ୍ୟ ପରୀକ୍ଷା । ଜର୍ଜିଆରେ ରାଜ୍ୟ ସିନେଟର ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ହେଉଛନ୍ତି ପ୍ରସ୍ତୁତ । ରାଷ୍ଟ୍ରପତି ଜୋ ବାଇଡେନଙ୍କ ଦଳ ଡେମୋକ୍ରାଟ ତରଫରୁ କରିବେ ପ୍ରତିଦ୍ୱନ୍ଦ୍ୱିତା ।  

୨୪ ବର୍ଷୀୟ ଅଶ୍ୱିନ ରାମସ୍ୱାମୀ । ZEN_Zରେ ଜନ୍ମିତ ପ୍ରଥମ ଭାରତୀୟ ବଂଶୋଦ୍ଭବ । ଅର୍ଥାତ ୧୯୯୭କୁ ୨୦୧୨ରେ ଜନ୍ମ । ଜର୍ଜିଆ ରାଜ୍ୟ ସିନେଟ୍‌ରୁ ଲଢିବେ ନିର୍ବାଚନ । ତେବେ ନିର୍ବାଚନରେ ଲଢିବାକୁ ସଂଗ୍ରହ କରିଛନ୍ତି ପାଣ୍ଠି । ଏଯାଏଁ ଯୋଗାଡ କରିସାରେଲେଣି ୨.୮୦ ଲକ୍ଷ ଡଲାର । ଫେବୃୟାରୀ ପହିଲାରୁ ଏପ୍ରିଲ ୩୦ ମଧ୍ୟରେ ସଂଗ୍ରହ କରିଛନ୍ତି ରାଶି । ତେବେ ଆଶ୍ଚର୍ଯ୍ୟର କଥା ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ଯୋଗାଢ କରିଛନ୍ତି ଖୁବ୍ କମ୍ ଟଙ୍କା । 


ଜର୍ଜିଆ ଜିଲ୍ଲା ୪୮ ଷ୍ଟେଟ୍ ସିନେଟ ନିର୍ବାଚନ ଲଢିବେ ଅଶ୍ୱିନ । ଯେଉଁଠି ରିପବ୍ଲିକାନ ପାର୍ଟିର ସାଂସଦ ଅଛନ୍ତି ସନ୍ ଷ୍ଟିଲ୍ । ୨୦୨୦ ଜାନୁୟାରୀ କ୍ୟାପିଟାଲ ହିଲ୍ ହିଂସାରେ ସନ୍ ଷ୍ଟିଲ ଥିଲେ ଅଭିଯୁକ୍ତ । ଏହି ମାମଲାରେ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଥିଲେ ମୁଖ୍ୟ ଅଭିଯୁକ୍ତ । ଆହୁରି ବି ଷ୍ଟିଲଙ୍କୁ କୁହାଯାଏ ଟ୍ରମ୍ପଙ୍କ ଘନିଷ୍ଠ ସହଯୋଗୀ । ଜିଲ୍ଲା ୪୮ ମଧ୍ୟରେ ଥିବା ଏରିଆ ମଧ୍ଯରେ ରହିଛି ଜନ୍ କ୍ରିକ୍, ସୁଓ୍ୱାନି, ଆଲଫାରେଟ୍, କାମିଙ୍ଗ, ସୁଗାର ହିଲ୍ ଏବଂ ବୁଫୋର୍ଡ ଅନ୍ତର୍ଭୁକ୍ତ ।  

୧୯୯୦ରେ ତାମିଲନାଡୁରୁ ଆମେରିକା ପଳାଇ ଆସିଥିଲେ ରାମସ୍ୱାମୀଙ୍କ ବାପା ମାଆ । ପରେ ୨୦୨୧ରେ ଷ୍ଟାନଫୋର୍ଡ ୟୁନିଭର୍ସିଟିରେ ପଢିଥିଲେ କମ୍ପ୍ୟୁଟର ସାଇନ୍ସ । କମ୍ପ୍ୟୁଟର ସାଇନ୍ସ ସହ ଆଇନ୍‌ରେ ହାସଲ କରିଛନ୍ତି ଡିଗ୍ରୀ । ଏମିତିକି ଆଇଟି କମ୍ପାନୀରେ କରୁଥିଲେ ଚାକିରୀ । ତେବେ ଭାରତୀୟ-ଆମେରିକୀୟ ସେବା ଲାଗି ଚାକିରୀ ଛାଡି ରାଜନୀତିରେ କରିଥିଲେ ଏଣ୍ଟ୍ରି । ଆଉ ଆଗକୁ ଇଚ୍ଛା ସମ୍ଭାଳିବେ କମାଣ୍ଡ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.