LIVE TV

ତୋରାବୋରା ପାହାଡରେ ଲାଡେନକୁ ଘେରି ଯାଇଥିଲା ଆମେରିକୀୟ ସେନା, ହେଲେ ସେ ଖସି ପଳାଇଥିଲା: CIA ଅଫିସର

NEWS7
Osama Bin Laden

ନୂଆଦିଲ୍ଲୀ ୨୫।୧୦:   ପୂର୍ବତନ ସିଆଇଏ ଅଧିକାରୀ ଜନ କିରିୟାକୌ ଅଲ-କାଏଦା ନେତା ଓସାମା ବିନ ଲାଡେନକୁ ନେଇ ଏକ ବଡ଼ ଦାବି କରିଛନ୍ତି। ସେ କହିଛନ୍ତି ଯେ ଆଫାଗାନିସ୍ତାନର ତୋରାବୋରା ପାହାଡ଼ରେ ଆମେରିକା କାର୍ଯ୍ୟାନୁଷ୍ଠାନ ଚାଲିଥିବା ବେଳେ ଲାଡେନ ମହିଳା ବେଶରେ ଖସି ପାକିସ୍ତାନକୁ ପଳାୟନ କରିଥିଲା। ୧୧ ସେପ୍ଟେମ୍ବର ୨୦୦୧ ଆମେରିକା ୱାର୍ଲଡ ଟ୍ରେଡ ସେଣ୍ଟର ଆକ୍ରମଣ ଘଟଣାରେ ଲାଡେନ ଆମେରିକାର ମୋଷ୍ଟ ୱାଣ୍ଟେଡ ଆତଙ୍କବାଦୀ ଥିଲା।

କୌରିୟାକୌ ୧୫ ବର୍ଷ ପର୍ଯ୍ୟନ୍ତ ସିଆଇଏରେ ଥିଲେ ଓ ପାକିସ୍ତାନରେ ଚାଲିଥିବା ଆତଙ୍କବାଦ ନିରୋଧ କାର୍ଯ୍ୟକ୍ରମର ମୁଖ୍ୟ ଥିଲେ। ଏଏନଆଇକୁ ଦେଇଥିବା ସାକ୍ଷାତକାରରେ ସେ କହିଛନ୍ତି ଯେ ଆମେ ଜାଣି ନଥିଲୁ ସେଣ୍ଟ୍ରାଲ କମାଣ୍ଡରେ କମାଣ୍ଡରଙ୍କ ଟ୍ରାନ୍ସ ଲେଟର ବାସ୍ତବରେ ଜଣେ ଅଲ-କାଏଦା ସଦସ୍ୟ ଥିଲା, ସେ  କୌଶଳରେ ଆମେରିକା ସେନାରେ ଅନୁପ୍ରବେଶ କରିଥିଲା। ପୂର୍ବତନ ସିଆଇଏ ଅଧିକାରୀ କହିଛନ୍ତି ଯେ ଆପଣଙ୍କ ମନେ ଥିବ ଆମେ ଆଫଗାନିସ୍ତାନ ଉପରେ ବୋମାବର୍ଷା କରିବା ପୂର୍ବରୁ ଏକ ମାସ ଅପେକ୍ଷା କରିଥିଲୁ। ଆମେ ଜାଣିଶୁଣି ଏପରି କରିଥିଲୁ।

ଆମେ ସେ ପର୍ଯ୍ୟନ୍ତ ଅପେକ୍ଷା କରିଥିଲୁ ଯେଉଁ ପର୍ଯ୍ୟନ୍ତ ଅଞ୍ଚଳରେ ଉଚିତ ସୈନ୍ୟ ନିର୍ମାଣ ଶେଷ ହୋଇ ନଥିଲା। ଏହା ପରେ ଆମେ ଅଲ-କାଏଦାର ଜ୍ଞାତ ଠିକଣା ଉପରେ ଆକ୍ରମଣ ଆରମ୍ଭ କରିଥିଲୁ। ଏହା ମୁଖ୍ୟ ରୂପେ ଦକ୍ଷିଣ ଓ ପୂର୍ବ ଆଫଗାନିସ୍ତାନର ପସ୍ତୋ ଅଞ୍ଚଳରେ ଥିଲା। ୨୦୦୧ ଅକ୍ଟୋବରରେ ଆମେ ଆଶ୍ୱସ୍ଥ ହୋଇଥିଲୁ ଯେ ଓସାମା ବିନ ଲାଡେନ ଓ ଏଲ-କାଏଦା ନେତୃତ୍ୱକୁ ଆମେ ତୋରାବୋରା ପାହାଡରେ ଘେରି ଯାଇଛୁ। ଜନ କିରିୟାକୌ କହିଛନ୍ତି ଯେ ଆମେ ଜାଣିନଥିଲୁ ସେଣ୍ଟ୍ରାଲ କମାଣ୍ଡରେ କମାଣ୍ଡରଙ୍କ ଟ୍ରାନ୍ସଲେଟର ଅଲ-କାଏଦାର ସଦସ୍ୟ ବୋଲି।

ଆମେ ଲାଡେନକୁ ପାହାଡରୁ ତଳକୁ ଆସିବାକୁ କହିଥିଲୁ, ଏହାର ଜବାବରେ ସେ ଅନୁବାଦକ ମାଧ୍ୟମରେ କହିଥିଲା ଯେ ଆମକୁ ଏଥି ପାଇଁ ସକାଳ ପର୍ଯ୍ୟନ୍ତ ସମୟ ଦେବେ କି? ଆମେ ମହିଳା ଓ ପିଲାଙ୍କୁ ବାହାର କରିବାକୁ ଚାହୁଁଛୁ। ତା ପରେ ଆମେ ତଳକୁ ଆସି ଆତ୍ମସମର୍ପଣ କରିଦେବୁ। ଟ୍ରାନ୍ସ ଲେଟର ଜେନେରାଲ ଫ୍ରାଙ୍କସ୍ ଙ୍କୁ ଏଥି ପାଇଁ ରାଜି କରିଦେଇଥିଲା। ଫଳରେ ଲାଡେନ ମହିଳାଙ୍କ ପୋଷାକ ପିନ୍ଧି ଅନ୍ଧକାରର ସୁଯୋଗ ନେଇ ପିକଅପ୍ ଟ୍ରକ୍ ପଛରେ ବସି ପାକିସ୍ତାନ ପଳାୟନ କରିଥିଲା।

ପୂର୍ବତନ ସିଆଇଏ ଅଧିକାରୀ କହିଛନ୍ତି ଯେ ଯେତେବେଳେ ସକାଳ ହେଲା ତୋରାବୋରାରେ ସରେଣ୍ଡର କରିବାକୁ କେହି ନଥିଲେ। ସମସ୍ତେ ଖସି ପଳାଇଥିଲେ। ଏଣୁ ଆମେ ଯୁଦ୍ଧକୁ ପାକିସ୍ତାନ ନେଇଯାଇଥିଲୁ। ୯/୧୧ ଆତଙ୍କବାଦୀ ଆକ୍ରମଣରେ ୩ ହଜାର ଲୋକଙ୍କ ମୃତ୍ୟୁ ହୋଇଥିଲା। କିରିୟାକୌଙ୍କୁ ଆଫଗାନିସ୍ତାନର ତୋରାବୋରା ପାହାଡରେ ଅଲ-କାଏଦା ଆତଙ୍କବାଦୀଙ୍କୁ ଘେରିବା, ସେମାନଙ୍କ ପାକିସ୍ତାନ ପଳାୟନ ଓ ପାକିସ୍ତାନ ଗୁଇନ୍ଦା ଏଜେନ୍ସୀ ସହ ସମ୍ପର୍କ ନେଇ ପଚରାଯିବାରେ ସେ ଏହା କହିଛନ୍ତି।

ପରେ ଆମେରିକା ମେ ୨୦୧୧ରେ ଓସାମା ବିନ ଲାଡେନକୁ ପାକିସ୍ତାନର ଏବୋଟାବାଦ ସହରରେ ଖୋଜି କାଢିଥିଲା। ୨ ମେ ୨୦୧୧ରେ ଆମେରିକା ବିଶେଷ ସୁରକ୍ଷା ବଳ ଲାଡେନର ସୁରକ୍ଷିତ ଠିକଣା ଉପରେ ଚଢଉ କରି ତାକୁ ହତ୍ୟା କରିଥିଲେ। ତେବେ ପ୍ରଥମ ଥର ଆମେରିକା ପଞ୍ଜାରୁ ଲାଡେନ ଖସି ପଳାଇବାକୁ ସକ୍ଷମ ହୋଇଥିବା ପୂର୍ବ ସିଆଇଏ ଅଧିକାରୀଙ୍କ ସାକ୍ଷାତକାରରୁ ସ୍ପଷ୍ଟ ହୋଇଛି।