ନ୍ୟୁୟର୍କ, ୩୦/୦୮: ଆମେରିକା ନିଜ ଦେଶରେ ରହୁଥିବା ଅନେକ ଲୋକଙ୍କୁ କେନ୍ଦ୍ରୀୟ ଆଫ୍ରିକା ଗଣରାଜ୍ୟକୁ ପଠାଇ ଦେଇଛି । ଏହି ଲୋକଙ୍କ ମଧ୍ୟରେ ଜଣେ ଆଫଗାନ ନାଗରିକ ରହିଛନ୍ତି । ଏହି ଆଫଗାନ ନାଗରିକଙ୍କ ଭାଇମାନେ ଆମେରିକା ସେନା ସହ କାମ କରିଥିଲେ । କିନ୍ତୁ ସବୁ ସାହାଯ୍ୟକୁ ଭୁଲି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କଠୋର ନିଷ୍ପତ୍ତି ନେଇଛନ୍ତି ।

ରିପୋର୍ଟ ଅନୁସାରେ, ଦେଶାନ୍ତର ହୋଇଥିବା ଆଫଗାନ୍ ନାଗରିକଙ୍କ ବୟସ ୨୦ ବର୍ଷ । ତାଙ୍କ ଓକିଲ ଉଲମା ଡେଭିଡ୍ କହିଛନ୍ତି ଯେ, ତାଙ୍କୁ ପ୍ରଥମେ ଆଫଗାନିସ୍ତାନ ପଠାଇବାକୁ ନିଷ୍ପତ୍ତି ହୋଇଥିଲା । କିନ୍ତୁ ଆମେରିକାର ଏକ କୋର୍ଟ ଏଥିରେ ରୋକ୍ ଲଗାଇଥିଲେ । ତାଙ୍କ ଉପରେ ତାଲିବାନର ବିପଦ ଥିଲା । ତାଙ୍କର ଭାଇମାନେ ଆମେରିକା ସେନାକୁ ସାହାଯ୍ୟ କରିଥିଲେ । ଲଗାତାର ଭାବେ ତାଙ୍କ ପରିବାରକୁ ତାଲିବାନ ଧମକ ମଧ୍ୟ ଦେଉଥିଲା ।

Also Read :- ପୂର୍ବତନ ମନ୍ତ୍ରୀ ଡମ୍ବୁରୁ ମାଝୀଙ୍କ ଦେହାନ୍ତ, ୮୬ ବର୍ଷରେ ଆଖିବୁଜିଲେ

ଉଲମା କହିଛନ୍ତି ଯେ, ଆଫଗାନ ନାଗରିକଙ୍କ ଜଣେ ଭାଇ ଆମେରିକାରେ ରହୁଛନ୍ତି । ଆଫଗାନ ନ୍ୟାଶନାଲ ଆର୍ମୀରେ କାମ ମଧ୍ୟ କରିଛନ୍ତି । ୨୦୨୧ରେ ଏହି ସେନା ଆମେରିକା ସହ ମିଶି ତାଲିବାନ ବିରୋଧରେ ଲଢୁଥିଲା । ତାଙ୍କର ଆଉ ଜଣେ ଭାଇ ପାଇଲଟ ଥିଲେ ଯାହାଙ୍କୁ ତାଲିବାନ ମାରିଦେଇଛି ।

ଏମାନେ ଦେଶାନ୍ତର

ଶନିବାର ଆମେରିକା କେନ୍ଦ୍ରୀୟ ଗଣରାଜ୍ୟର ରାଜଧାନୀ ବାଙ୍ଗୁଇକୁ ୨୦ ଜଣଙ୍କୁ ପଠାଇଛି । ଏମାନଙ୍କ ମଧ୍ୟକେ ୧୨ ଜଣ ଆଫଗାନ୍ ଏବଂ ୮ ଜଣ ଇରାନ ନାଗରିକ ରହିଛନ୍ତି । ନେପାଳ ଏବଂ ନିକାରଗୁଆର ମଧ୍ୟ ଅନେକ ବ୍ୟକ୍ତିଙ୍କୁ ଦେଶାନ୍ତର କରାଯାଇଛି । ଗୁପ୍ତ ବୁଝମଣା ଅନୁସାରେ ଏପରି ଶହଶହ ଲୋକଙ୍କୁ ଟ୍ରମ୍ପ୍ ପ୍ରଶାସନ ଅନେକ ଦେଶକୁ ପଠାଇଛନ୍ତି । ଇମିଗ୍ରେସନ ପଲିସିରେ ଏହି କାର୍ଯ୍ୟନୁଷ୍ଠାନ ନିଆଯାଇଛି ।