ମୁମ୍ବାଇ ୨୫।୧୧ : ଆଇପିଏଲ୍ ୨୦୨୫ । ମେଗା ଅକ୍ସନରେ ଟପ୍ ଇଣ୍ଟରନ୍ୟାସନାଲ୍ ଖେଳାଳିଙ୍କ ଉପରେ ଟଙ୍କାର ବର୍ଷା ହୋଇଛି । ତେବେ ମେଗା ଅକ୍ସନର ପ୍ରଥମ ଦିନରେ ଅନ୍କ୍ୟାପ୍ ଖେଳାଳି ମଧ୍ୟ ବେଶ୍ ଚର୍ଚ୍ଚାରେ ରହିଥିଲେ । ନିଜ୍ ବେସ୍ ପ୍ରାଇସ୍ ଠାରୁ ଢେର୍ ଅଧିକା ଟଙ୍କାରେ ବିକ୍ରି ହୋଇଛନ୍ତି ପ୍ଲେୟାର । ଯେଉଁମାନଙ୍କୁ ନେବାକୁ ପ୍ରାଞ୍ଚାଇଜ୍ ମାଲିକ୍ଙ୍କ ମଧ୍ୟରେ ଟଣାଓଟାର ଦେଖିବାକୁ ମିଳିଥିଲା ।
ନମନ ଧୀର୍- ୫.୨୫ କୋଟି (ମୁମ୍ବାଇ ଇଣ୍ଡିଆନ୍ସ)
ନମନ ଧୀରଙ୍କ ବର୍ତ୍ତମାନ ଯାଏଁ ଆଇପିଏଲ୍ ଟୁର୍ଣ୍ଣାମେଣ୍ଟରେ ସଂପୂର୍ଣ୍ଣ ସୁଯୋଗ ମିଳିନାହିଁ । ତଥାପି ମୁମ୍ବାଇ ଇଣ୍ଡିଆନ୍ସ ତାଙ୍କ ଉପରେ ବିଶ୍ୱାସ କରିଛି । ମେଗା ନିଲାମରେ ନମନ ଧୀରଙ୍କ ବେସ୍ ପ୍ରାଇସ୍ ୩୦ ଲକ୍ଷ ରହିଥିଲା । ତାଙ୍କୁ କିଣିବା ପାଇଁ ପ୍ରଥମେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ, ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ରାଜସ୍ଥାନ ରୟାଲ୍ସଙ୍କ ମଧ୍ୟରେ ଟଣାଓଟାର ଦେଖିବାକୁ ମିଳିଥିଲା । ସମସ୍ତ ନମନଙ୍କ କିଣିବା ପାଇଁ ଆଗ୍ରହୀ ଥିଲେ, ହେଲେ ବାଜି ମାରିଥିଲା ମୁମ୍ବାଇ । ମୋଟ ୫ କୋଟି ୨୫ ଲକ୍ଷ ଟଙ୍କାରେ ନମନ ଧୀରଙ୍କୁ କିଣିଛି ମୁମ୍ବାଇ ଇଣ୍ଡିଆନ୍ସ ।
ଅବ୍ଦୁଲ୍ ସମଦ- ୪.୨୦ କୋଟି ( ଲକ୍ଷ୍ନୌ ସୁପର ଜାଏଣ୍ଟସ)
ଅବ୍ଦୁଲ୍ ସମଦ ବର୍ଷ ୨୦୨୦ରେ ସନରାଇଜର୍ସ ହାଇଦ୍ରାବାଦ୍ ଟିମ୍ରେ ଜଏନ୍ କରିଥିଲେ। ୨୦୨୪ ପର୍ଯ୍ୟନ୍ତ ହାଇଦ୍ରାବାଦ୍ ପ୍ରାଞ୍ଚାଇଜ୍ ସହିତ ଯୋଡି ହୋଇଥିଲେ ଅବ୍ଦୁଲ୍ । ଶେଷରେ ୨୦୨୫ ସିଜିନ୍ ପାଇଁ ହେଲା ନିଲାମ । ଏଥର ତାଙ୍କ ବେସ୍ ପ୍ରାଇସ୍ ୩୦ ଲକ୍ଷ ଟଙ୍କା ରଖାଯାଇଥିଲା । ତାଙ୍କୁ ୪ କୋଟି ୨୦ ଲକ୍ଷ ଟଙ୍କାରେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ କିଣିଛି ।
ଆଶୁତୋଷ ଶର୍ମା- ୩.୮୦ କୋଟି ( ଦିଲ୍ଲୀ କ୍ୟାପିଟାଲ୍ସ)
୨୦୨୪ ଆଇପିଏଲ୍ର ଚର୍ଚ୍ଚିତ ଷ୍ଟାର ମଧ୍ୟରେ ଜଣେ ଥିଲେ ଆଶୁତୋଷ ଶର୍ମା । ପଞ୍ଜାବ ପାଇଁ ୧୧ଟି ମ୍ୟାଚ୍ ଖେଳି ୧୮୯ ରନ୍ ସଂଗ୍ରହ କରିଥିଲେ । ଏଥିରେ ତାଙ୍କର ଷ୍ଟ୍ରାଇକ୍ ଥିଲା ୧୬୭ । ଗତ ସିଜିନ୍ରେ ଜଣେ ଫିନିସର୍ ଭାବେ ବେଶ୍ ଚର୍ଚ୍ଚା ସାଉଁଣ୍ଟିଥିଲେ ଆଶୁତୋଷ । ୨୦୨୫ ସିଜିନ୍ରେ ଆଶୁତୋଷଙ୍କ ବେସ୍ ପ୍ରାଇସ୍ ୩୦ ଲକ୍ଷ ଥିଲା । ଯେଉଁଥିରେ ତାଙ୍କୁ ୩ କୋଟି ୮୦ ଲକ୍ଷରେ କିଣି ନେଇଛି ଦିଲ୍ଲୀ କ୍ୟାପିଟାଲ୍ସ ।
ଅଂଗକୃଷ ରଘୁବଂଶୀ- ୩ କୋଟି ( କୋଲକାତା ନାଇଟ୍ ରାଇଡର୍ସ )
ଅଂଗକୃଷ ରଘୁବଂଶୀ ଆଇପିଏଲ୍ ୨୦୨୪ରେ ଖୁବ୍ ଚର୍ଚ୍ଚାକୁ ଆସିଥିଲା ।ଯେତେବେଳେ ସେ ୧୫୫ରୁ ଅଧିକ ଷ୍ଟ୍ରାଇକ୍ ରେଟ୍ରେ ପୁରା ଟୁର୍ଣ୍ଣାମେଣ୍ଟରେ ୧୬୩ ରନ୍ ସଂଗ୍ରହ କରିଥିଲେ । ଗତ ସିଜିନ୍ରେ ଏକ ଅର୍ଦ୍ଧଶତକୀୟ ପାରି ମଧ୍ୟ ଖେଳିଥିଲେ । ୨୦୨୫ ସିଜିନ୍ ଲାଗି ୩୦ ଲକ୍ଷ ବେସ୍ ପ୍ରାଇସ୍ ଥିବା ବେଳେ କୋଲକାତା ନାଇଟ୍ ନାଇଡର୍ସ ୩ କୋଟି ଟଙ୍କାରେ କିଣିଛି ।
IPL 2025 Auction : ପ୍ରଥମ ଦିନରେ ରେକର୍ଡ, ୭୨ ଖେଳାଳିଙ୍କୁ ୪୬୭ କୋଟିରେ କିଣାବିକା