LIVE TV

ପିକଅପ୍ ଭ୍ୟାନକୁ ସାମ୍ନାରୁ ଧକ୍କା ଦେଲା ହାଇୱା, ଚାଲିଗଲା ୨ ମହିଳାଙ୍କ ଜୀବନ

NEWS7
boudh

ବୌଦ୍ଧ ୨୩।୧୦ : ବୌଦ୍ଧ-କନ୍ଧମାଳ ସୀମାନ୍ତ କୁମେଲବନ୍ଧରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ପିକଅପ୍ ଭ୍ୟାନକୁ ସାମ୍ନାରୁ ଧକ୍କା ଦେଲା ହାଇୱା । ଘଟଣାସ୍ଥଳରେ ଜୀବନ ହାରିଲେ ପିକଅପ୍ ଭ୍ୟାନରେ ବସିଥିବା ଦୁଇ ମହିଳା ଶ୍ରମିକ। ଏହାସହ ୯ ଜଣ ଶ୍ରମିକ ଗୁରୁତର ହୋଇ ମେଡିକାଲରେ ଚିକିତ୍ସିତ ହେଉଛନ୍ତି ।

ଖବର ଅନୁଯାୟୀ, ସମ୍ବଲପୁର କୁଚିଣ୍ଡା ଅଞ୍ଚଳରୁ କନ୍ଧମାଳର ବାଲନ୍ଦାପଡ଼ା ଅଞ୍ଚଳକୁ ରାସ୍ତା କାମ ପାଇଁ ଶ୍ରମିକମାନେ ଆସୁଥିବା ବେଳେ ପିକଅପ୍ ଭ୍ୟାନ୍ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଯେଉଁଥିରେ ଦୁଇ ଜଣ ମହିଳା ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ୯ ଜଣ ଶ୍ରମିକ ଗୁରୁତର ହୋଇ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ଦୁର୍ଘଟଣା ସଂପର୍କରେ ଖବର ପାଇ କଣ୍ଟାମାଳ ଘଟଣାର ତଦନ୍ତ କରିଛି । ହାଇୱା ଡ୍ରାଇଭର ଘଟଣା ସ୍ଥଳରୁ ଫେରାର ହୋଇଯାଇଛି।