ଘଟଗାଁ ୨୭।୪: କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ଅନ୍ତର୍ଗତ ଗରଗଡବାହଳ ନିକଟସ୍ଥ ପାଟହରା ଜଳପ୍ରପାତରେ ବୁଡ଼ି ୨ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଛି । ମୃତକ ୨ ପର୍ଯ୍ୟଟକଙ୍କ ପରିଚୟ ମିଳିନଥିବା ବେଳେ ଜଣେ ଯାଜପୁର ଜିଲ୍ଲାର ଓ ଅନ୍ୟ ଜଣେ ଜଗତସିଂହପୁର ଜିଲ୍ଲାର ଜଣାପଡ଼ିଛି ।
ସାଙ୍ଗମାନଙ୍କ ସହ ପାଟହରା ଜଳପ୍ରପାତ ଓ ପାଟହରା ଗୁମ୍ଫା ବୁଲିବା ପାଇଁ ଆସିଥିଲେ । ଜଳପ୍ରପାତରେ ଗାଧୋଇବା ସମୟରେ ପାଣିରେ ବୁଡି ଯାଇଥିଲେ । ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ପାଖାପାଖି ଘଣ୍ଟାଏ ଖୋଜିବା ପରେ ଉଭୟଙ୍କର ମୃତଦେହ ଗୁଡ଼ିକ ଉଦ୍ଧାର କରିଛି ।
You Can Read:
ବର୍ଷା ଦିନ ପୂର୍ବରୁ ପ୍ରାୟତଃ ସବୁ ପ୍ରୋଜେକ୍ଟର ଶିଳାନ୍ୟାସ କରିବୁ : ପୂର୍ତ୍ତ ମନ୍ତ୍ରୀ