କୋଏଲ ନଦୀ ନେଲା ଜୀବନ, ପାଣିରେ ବୁଡ଼ି ନବମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ

Published By : Prameya-News7 Bureau | April 27, 2025 IST

ରାଉରକେଲା : ପୁଣି କୋଏଲ ନେଲା ଜୀବନ । ରାଉରକେଲା ସହରର କୋଏଲ ନଦୀର ବୈକୁଣ୍ଠ ଘାଟ ନିକଟରେ ଗାଧୋଇବା ସମୟରେ ଘଟିଛି ଅଘଟଣ । ଶନିବାର ସନ୍ଧ୍ୟାରେ ଜଣେ ୧୫ ବର୍ଷର ନାବାଳକଙ୍କର ପାଣିରେ ବୁଡ଼ି ମୃତ୍ୟୁ ହୋଇଛି । ମୃତକ ଜଣଙ୍କ ନବମ ଶ୍ରେଣୀରେ ପାଠ ପଢୁଥିଲେ । ମୃତ ଛାତ୍ର କୋଏଲ ନଗର ବି ବ୍ଲକର ସତ୍ୟଜିତ ବେହେରା । ଝିରପାଣି ଥାନା ପୋଲିସ ଓ ଅଗ୍ନିଶମ ବାହିନୀ ମୃତଦେହ ଉଦ୍ଧାର କରି ଇସ୍ପାତ ଜେନେରାଲ ହସ୍ପିଟାଲର ମର୍ଗ ହାଉସରେ ରଖିଥିବା ବେଳେ ରବିବାର ମୃତଦେହ ବ୍ୟବଚ୍ଛେଦ କରାଯାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି ।

You Can Read:

ଗୋଟିଏ ଦିନରେ ଗଞ୍ଜାମ ଜିଲ୍ଲାରେ ୪ ହତ୍ୟାକାଣ୍ଡ, ପୋଲିସକୁ ଚ୍ୟାଲେଞ୍ଜ ଦେଉଛନ୍ତି ଅପରାଧୀ

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.