ତୁଳସୀ ଯାତ୍ରା ପାର୍ଟି ଗାଡ଼ି ଅଟକ, ପୋଲିସ ହସ୍ତକ୍ଷେପ ପରେ ହେଲା ସମାଧାନ

Published By : Prameya-News7 Bureau | April 27, 2025 IST

ଭଦ୍ରକ: ଯାତ୍ରା ଜଗତରେ ଗତ କିଛି ଦିନ ଧରି ବିବାଦ ଖୁବ୍ ଉଗ୍ର ରୂପ ନେଇଛି l ଏହି ବିବାଦ ତୁଳସୀ ଗଣନାଟ୍ୟକୁ ନେଇ ଆରମ୍ଭ ହୋଇଛି। ଏଠି ଯାତ୍ରା ପାର୍ଟିର ମାଲିକଙ୍କୁ ନେଇ ଏତେ ସବୁ ବିବାଦ ଦେଖାଯାଇଛି ତାଙ୍କ ଅପେରା ପାର୍ଟିର ଟ୍ରକକୁ ଅଟକାଇଥିଲେ ଉତ୍ୟକ୍ତ କମିଟିର କର୍ମକର୍ତ୍ତା l ପୋଲିସ ଓ ନେତାଙ୍କ ହସ୍ତକ୍ଷେପ ପରେ ମାମଲାର ସମାଧାନ ହୋଇଛି। 

ସୂଚନା ଅନୁଯାୟୀ, ଭଦ୍ରକ ଆଗରପଡ଼ା ଥାନା ଅଣିଜୋ ଠାରେ ବାବା ସିନ୍ଧୁକେଶ୍ୱର ଯାତ୍ରା କମିଟି ଦ୍ଵାରା ତୁଳସୀ ଗଣନାଟ୍ୟ ଗତ ୪ଦିନ ଧରି ନାଟକ ଚାଲୁଥିଲା l ଚୁକ୍ତି ଅନୁଯାୟୀ ଅପେରାର ମୁଖ୍ୟ ନାୟକ ଅଶ୍ୱନୀ ଏବଂ ନାୟିକା ସୋନାଲିଙ୍କର ଅନୁପସ୍ଥିତି ପ୍ରଥମ ରାତ୍ରୀରେ ବିଳମ୍ବରେ ନାଟକ ପରିବେଷଣ, ଏଲଇଡି ନଚାଲିବା ସହ ବିଦ୍ୟୁତ୍ ସରବରାହ ଯୋଗୁଁ ୧୫ମିନିଟ୍ ଧରି ନାଟକ ମଞ୍ଚସ୍ଥ ବନ୍ଦ ରହିବା ପରି ଅବ୍ୟବସ୍ଥା ପରିଲକ୍ଷିତ ହୋଇଥିଲା l ଯାହାକୁ ନେଇ ଯାତ୍ରା କମିଟି ଅନେକ କ୍ଷତି ସହିଥିବା ବେଳେ ଆଜି ତୁଳସୀ ଗଣନାଟ୍ୟର ଟେଣ୍ଟ ଗାଡ଼ି ଗୁଡ଼ିକୁ କମିଟି ପକ୍ଷରୁ ଅଟକ ରଖାଯାଇଛି l 

କମିଟି ବ୍ୟାପକ କ୍ଷତି ସହିଥିବାରୁ ଟଙ୍କା ଫେରସ୍ତ ନେଇ ଦାବି ରଖିଛି l ଅନ୍ୟ ପକ୍ଷରେ ଅପେରାର ମାଲିକ ନାଣ୍ଡୁ ବାବୁ କମିଟି ସଦସ୍ୟଙ୍କ ଅଭିଯୋଗ ଶୁଣିବା ପରିବର୍ତ୍ତେ ବିଭିନ୍ନ ଧମକଚମକ ଦେଇଥିବା ଅଭିଯୋଗ ହୋଇଛି l ଏହି ବିବାଦକୁ ନେଇ ଯାତ୍ରା କମିଟିର ସଦସ୍ୟ ଏବଂ ପରିଚାଳକ ଆଗରପଡ଼ା ଥାନାରେ ପହଞ୍ଚିଥିଲେ। ପରେ ପୋଲିସ ଓ ସ୍ଥାନୀୟ ରାଜନେତାଙ୍କ ସହାୟତାରେ ସମସ୍ତ ସମାଧାନ ହୋଇଥିଲା।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.