ଭୁବନେଶ୍ୱର ୨୭।୦୪ : ମନ କି ବାତ୍ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର ଅନେକ ଗୁରୁତ୍ୱପୂର୍ଣ୍ଣ ଦିଗ ଉପରେ ଆଲୋଚନା କରିଛନ୍ତି। ରାଜ୍ୟ ପଞ୍ଚାୟତରାଜ ମନ୍ତ୍ରୀ, ଏକାମ୍ର ବିଧାୟକ ବାବୁ ସିଂ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମନ୍ କି ବାତ୍ ଶୁଣିଛନ୍ତି। ଦେଶର ଅଖଣ୍ଡତା ଉପରେ ପ୍ରଶ୍ନ ଥିଲା। ଯେଉଁଭଳି ଭାବେ ଆତଙ୍କବାଦୀ ମାନେ ନିରୀହ ଭାରତୀୟଙ୍କୁ ହତ୍ୟା କଲେ ତାଙ୍କୁ ନିନ୍ଦା କରିଛନ୍ତି ପ୍ରଧାନମନ୍ତ୍ରୀ। ମୃତ ପରିବାର ସଦସ୍ୟଙ୍କୁ ଆଶ୍ଵାସନା ଦେଇଛନ୍ତି ପ୍ରଧାନମନ୍ତ୍ରୀ । ଯେଉଁ ମାନେ ହତ୍ୟା କରିଛନ୍ତି ବା କରାଇଛନ୍ତି ତାଙ୍କୁ ଛଡ଼ା ଯିବ ନାହିଁ ବୋଲି ପ୍ରଧାନମନ୍ତ୍ରୀ ଦୃଢୋକ୍ତି ପ୍ରକାଶ କରିଥିବା କହିଛନ୍ତି ବିଜେପି ବିଧାୟକ ବାବୁ ସିଂ।
ସେହିପରି ମ୍ୟାଁମାର ଭୂକମ୍ପରେ ସହାୟତା ପ୍ରଦାନ କରିବା, ଭାରତୀୟ ମହାକାଶର ଉତ୍ସାହୀ ଓ ପ୍ରେରଣାଦାୟୀ କଥା ପ୍ରଧାନମନ୍ତ୍ରୀ ବଖାଣି ଥିବା କହିଛନ୍ତି ବିଧାୟକ ବାବୁ ସିଂ। ବିଫଳତାକୁ ସଫଳତାରେ ପରିବର୍ତ୍ତନ କରିଥିବା ପାଇଁ ଇସ୍ରୋକୁ ଧନ୍ୟବାଦ ଦେଇଥିଲେ ପ୍ରଧାନମନ୍ତ୍ରୀ। ସେହିପରି ବିହାର ଚମ୍ପାରନ ଠାରୁ ଗାନ୍ଧିଜୀଙ୍କ ଆନ୍ଦୋଳନ, ଦାନ୍ତେୱାଡ଼ାରେ ଆଉ ନକ୍ସଲ ଗୁଳି ଗୋଳା ଶବ୍ଧ ସୁଭିବା ପରିବର୍ତ୍ତେ ବିଜ୍ଞାନ ପଛରେ ଦୌଡ଼ିଲେଣି । ଯାହାକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଛନ୍ତି ।