News7 Logo

ରାସ୍ତା କଡ଼ରେ ବସିଥିବା ବେଳେ ଧକ୍କା ଦେଲା ହାଇଓ୍ୱା, ଚାଲିଗଲା ୨ ଜୀବନ

NEWS7
two

ଚଣ୍ଡିଖୋଲ ୧୦।୦୯ : ହାଇଓ୍ୱା ଧକ୍କାରେ ଦୁଇ ମୃତ । ବିଲ ଜଗିବାକୁ ଯାଇଥିବା ସମୟରେ ରାସ୍ତାକଡ଼ରେ ବସିଥିବା ସମୟରେ ଧକ୍କା ଦେଲା ହାଇଓ୍ୱା । ଯାହାଫଳରେ ଘଟଣାସ୍ଥଳରେ ହିଁ ୨ ଜଣଙ୍କର ମୃତ୍ୟୁ ହୋଇଛି । ଯାଜପୁର ଜିଲ୍ଲା ଜେନାପୁର ଥାନା ଚେଢଇଧରା ବାରମାଣ ନିକଟରେ ଘଟିଛି ଏହି ଦୁର୍ଘଟଣା ।

ଖବର ଅନୁଯାୟୀ, ସ୍ଥାନୀୟ ଅଞ୍ଚଳର ଦୁଇ ଜଣ ରାତିରେ ବିଲ ଜଗିବାକୁ ଯାଇଥିଲେ । ବିଲରେ ଷଣ୍ଢ ପଶି ଫସଲ ନଷ୍ଟ କରୁଥିବାରୁ ବିଲ ଜଗିବାକୁ ଯାଇଥିଲେ । ରାସ୍ତାକଡ଼ରେ ବସିଥିବା ସମୟରେ ଭୋରୁ ଭୋରୁ ଘଟିଲା ଅଘଟଣ । ଦୁଇ ଜଣ ରାସ୍ତା ଉପରେ ବସିଥିବା ବେଳେ ଦ୍ରୁତ ଗତିରେ ଆସୁଥିବା ହାଇଓ୍ୱାଟି ସେମାନଙ୍କ ଉପରେ ମାଡ଼ି ଯାଇଥିଲେ। ଯାହାଫଳରେ ଘଟଣାସ୍ଥଳରେ ହିଁ ଦୁଇ ଜଣଙ୍କର ମୃତ୍ୟୁ ହୋଇଯାଇଛି । ମୃତକ ସ୍ଥାନୀୟ ଅଞ୍ଚଳର ନବଘନ ପରିଡ଼ା ଓ ସନାତନ ସାମଲ । ଦୁର୍ଘଟଣା ପରେ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି ହାଇଓ୍ୱା ଡ୍ରାଇଭର । ବାକି ଜେନାପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ​​​​​​​