LIVE TV

ରାଉରକେଲାରେ ଲଜ୍ଜା, ରେଳଧାରଣାରେ ଯୁବତୀଙ୍କୁ ଦୁଷ୍କର୍ମ !

NEWS7
RKL

ରାଉରକେଲା ୦୭।୧୦ : ରାଉରକେଲାରେ ଲଜ୍ଜା । ରେଳଧାରଣା ଉପରେ ଯୁବତୀଙ୍କୁ ଦୁଷ୍କର୍ମ କରିଥିବାର ଅଭିଯୋଗ ହୋଇଛି । ଅଭିଯୋଗ ପରେ ପୋଲିସ ଦୁଇ ଜଣଙ୍କୁ ଅଟକ ରଖିଥିବା ବେଳେ ଜଣେ ଯୁବକ ଫେରାର ହୋଇଯାଇଛି । ଫେରାର ଯୁବକଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଥିବା ସୂଚନା ମିଳିଛି ।

ଖବର ଅନୁଯାୟୀ, ସୋମବାର ରାତି ୮ଟା ସମୟରେ ରେଳ ଧାରଣା ଦେଇ ଯୁବତୀ ଜଣଙ୍କ ଘରକୁ ଫେରୁଥିଲେ । ଏହି ସମୟରେ ରେଳ ଧାରଣାରେ ଜଣେ ଯୁବକ ଉକ୍ତ ଯୁବତୀଙ୍କୁ ଦୁଷ୍କର୍ମ କରିଥିଲେ । ଠିକ୍‌ ଏହି ସମୟରେ ଆଉ ଦୁଇ ଜଣ ଯୁବକ ଆସିଥିଲେ । ତିନି ଜଣ ଯୁବକ ମିଶି ଯୁବତୀଙ୍କୁ ଗଣଦୁଷ୍କର୍ମ ପାଇଁ ଉଦ୍ୟମ କରୁଥିଲେ । ହେଲେ କୌଶଳକ୍ରମେ ଯୁବତୀ ଜଣଙ୍କ ଘଟଣାସ୍ଥଳରେ ଦୌଡ଼ି ପଳାଇଥିଲେ । ଏହାପରେ ନିକଟରେ ଥିବା ପାନପୋଷ ଷ୍ଟେସନ ମ୍ୟାନଜେରଙ୍କ କାର୍ଯ୍ୟାଳୟ ଭିତରକୁ ଦୌଡ଼ି ପଳାଇଥିଲେ । କାର୍ଯ୍ୟାଳୟରେ ଥିବା ସବୁ ଅଧିକାରୀ ଯୁବତୀଙ୍କୁ ଉଲଗ୍ନ ଅବସ୍ଥାରେ ଦେଖି ଅବାକ ହୋଇପଡିଥିଲେ । ପରେ ନିକଟରେ ଥିବା ବସ୍ତି ଲୋକଙ୍କୁ ଡାକିଥିଲେ। ସ୍ଥାନୀୟ ଲୋକେ ଆସି ପ୍ରଥମେ ଯୁବତୀଙ୍କୁ କପଡ଼ା ପିନ୍ଧାଥିଲେ । ଆଉ ରଘୁନାଥପୋଲିସ ପୋଲିସ ଥାନାକୁ ଖବର ଦେଇଥିଲେ । ତୁରନ୍ତ ରେଳବାଇ ଓ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତନାଘନା ଆରମ୍ଭ କରିଥିଲେ । ଘଟଣାର ତଦନ୍ତ କରି ରଘୁନାଥପାଲି ପୋଲିସ ଦୁଇ ଜଣଙ୍କୁ ଅଟକ ରଖିଥିବା ତୃତୀୟ ବ୍ୟକ୍ତିଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି ।