ଖୋର୍ଦ୍ଧା ୧୪।୦୯ : ଚାରିଆଡେ ଗଣେଷ ପୂଜାର ମାହୋଲ । ଜଟଣୀରେ ଗଣେଷ ପୂଜା ପାଇଁ ମାହୋଲ ବେଶ ଜୋରଜାର ଥିବା ବେଳେ ଆସିଛି ଏକ ଦୁଃଖଦ ଖବର । ଡିଭାଇଡରରେ ପିଟି ହୋଇ ଚାଲିଗଲା ୨ ଜୀବନ ।

ଖବର ଅନୁଯାୟୀ, ରବିବାର ବିଳମ୍ବିତ ରାତିରେ ଜଟଣୀ ହରିଭାଇନା ଛକରେ ଘଟିଛି ଭୟଙ୍କର ଦୁର୍ଘଟଣା । ଦ୍ରୁତ ଗାତି ସାଜିଛି ମହାବିପତ୍ତି । ଅକରାଣେ ଚାଲିଯାଇଛି ୨ ଜୀବନ । ଦ୍ରୁତ ଗତିରେ ବାଇକ ଚଳାଇ ଯାଉଥିଲେ ଦୁଇ ଯୁବକ । ନିଜ ଗାଡ଼ିକୁ ଭାରସାମ୍ୟ ହରାଇ ରାସ୍ତା ମଝିରେ ଥିବା ଡିଭାଇଡରରେ ପିଟି ହୋଇଯାଇଥିଲା । ଯାହାଫଳରେ ଗାଡ଼ିରେ ଥିବା ଦୁଇ ଜଣ ଛିଟ୍‌କି ହୋଇ ପଡିଯାଇଥିଲେ । ଏପିରିକି ତାଙ୍କ ଦାମୀ ବାଇକ ମଧ୍ୟ କ୍ଷତିଗ୍ରସ୍ତ ହୋଇଥିଲା । ତେବେ ଦୁର୍ଘଟଣାରେ ଗାଡ଼ିରୁ ଛିଟ୍କି ପଡିଥିବା ଦୁଇ ଜଣଙ୍କୁ ଉଦ୍ଧାର କରିଥିଲେ ସ୍ଥାନୀୟ ଲୋକେ । କିନ୍ତୁ ସେତେବେଳକୁ ହୋଇସାରିଥିଲା ବହୁ ବିଳମ୍ବ ।

Also Read:-Ganesh Chaturthi 2026 : ବିଘ୍ନ ବିନାଶକ ଗଣେଶଙ୍କ ପୂଜା, ଆକର୍ଷଣୀୟ ମୂର୍ତ୍ତି ସାଜସଜ୍ଜା ସହ କମ୍ପୁଛି ଶିକ୍ଷାନୁଷ୍ଠାନଠୁ ପୁରପଲ୍ଲୀ

ସେପଟେ ଉଦ୍ଧାର ଦୁଇ ଜଣ ବାଇକ ଆରୋହୀଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ମୃତକ ଦୁଇ ଜଟଣୀ କୁଦିଆରୀ ଅଞ୍ଚଳର ବୋଲି ଜଣାପଡିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍ଭିନ୍ ଜାରି ରଖିଛି ।