ବ୍ରହ୍ମପୁର/ ଦେବଗଡ଼: ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତ ଘଟି ୨ ଜଣକ ମୃତ୍ୟୁ ହୋଇଥିବା ବେଳେ, ୧୦ରୁ ଅଧିକ ଆହତ ହୋଇଛନ୍ତି। ଶନିବାର ବ୍ରହ୍ମପୁର ଉପକଣ୍ଠ ଲାଞ୍ଜିଆରେ ବଜ୍ରପାତ ଘଟି ଜଣଙ୍କର ମୃତ୍ୟୁ ହୋଇଛି। ସେହିଭଳି ପାଞ୍ଚ ଜଣ ଗୁରୁତର ଆହତ ହୋଇଛନ୍ତି। ସୂଚନା ଅନୁସାରେ, ଲାଞ୍ଜିଆ ନିକଟସ୍ଥ ଦକ୍ଷିଣପୁର ଠାରେ ଏକ ବିଲରେ କାମ କରୁଥିବା ସମୟରେ ବଜ୍ରପାତ ଘଟିଥିଲା। ଫଳରେ ବିଲରେ କାମ କରୁଥିବା ୧୦ ଜଣ ଦୁଇଟି ଗଛ ନିକଟକୁ ଚାଲିଆସିଥିଲେ। ମାତ୍ର ବଜ୍ରପାତ ସେହି ଗଛରେ ମାଡ଼ ହେବାରୁ ଜଣକର ଜୀବନ ଯାଇଥିବା ବେଳେ ୫ ଆହତ ହୋଇଥିଲେ। ଗୁରୁତରଙ୍କୁ ଚିକିତ୍ସା ପାଇଁ ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି।

ସେପଟେ ଦେବଗଡ଼ରେ ମଧ୍ୟ ବଜ୍ରପାତରେ ଜଣେ ମହିଳା ମୃତ୍ୟୁ ହୋଇଥିବା ବେଳେ ୬ ଗୁରୁତର ହୋଇଛନ୍ତି। ଘଟଣା ଘଟିଛି କୁଣ୍ଢେଇଗୋଳା ଥାନାଞ୍ଚଳ କରଲଗା ଗ୍ରାମରେ। ଦଶାହ ଭୋଜି ଖାଇ ଫେରୁଥିବା ବେଳେ ହଠାତ ଝଡ଼ତୋଫାନ ଓ ବଜ୍ରପାତ ହୋଇଥିଲା। ତେବେ ସମସ୍ତ ଗୁରୁତରଙ୍କୁ ଛେଣ୍ଡିପଦା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।