କୂଅ ସଫା କରିବା ହେଲା କାଳ, ବାହାରିପାରିଲେନି ଚାଲିଗଲା ଦୁଇ ଜୀବନ

Published By : Prameya-News7 Bureau | April 23, 2025 IST

ମୁନିଗୁଡା କୂଅ ସଫା କରିବା ହେଲା କାଳ । କୂଅରୁ ବାହାରିପାରିଲେନି ଦୁଇ ବ୍ୟକ୍ତି । ଚାଲିଗଲ ଜୀବନ । ଶ୍ବାସରୁଦ୍ଧ ହୋଇ ଦୁଇ ଜଣଙ୍କ ମୃତ୍ୟୁ ସନ୍ଦେହ । ରାୟଗଡା ଜିଲ୍ଲା ଚନ୍ଦ୍ରପୁର ବ୍ଲକ୍ ବନ୍ଦିରୀ ଗ୍ରାମରେ ଘଟିଛି ଏଭଳି ଅଭାବନୀୟ ଘଟଣା ।

ସୂଚନାଯୋଗ୍ୟ ଯେ, ରାୟଗଡା ଜିଲ୍ଲା ଚନ୍ଦ୍ରପୁର ବ୍ଲକ୍ ବନ୍ଦିରୀ ଗ୍ରାମରେ କୂଅ ସଫା ବେଳେ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି । ସଫା କରୁଥିବା ବେଳେ ଦୁଇ ଜଣ ବ୍ୟକ୍ତି କୂଅରୁ ବାହାରି ପାରିନଥିଲେ । ଫଳରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି । ଦୁଇ ମୃତକ ହେଲେ ଟେଟେ ଟାଙ୍ଗାରାଙ୍ଗା ଓ ଚିତରଞ୍ଜନ ଟାଙ୍ଗାରାଙ୍ଗା । ଖବର ପାଇ ଚନ୍ଦ୍ରପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଘଟଣା ପରେ ଦୁଇ ମୃତଦେହକୁ ଚନ୍ଦ୍ରପୁର ଡାକ୍ତରଖାନାକୁ ଅଣାଯାଇଛି । କେଉଁ ପରିସ୍ଥିତିରେ ଏଭଳି ଘଟଣା ଘଟିଲା ତାର କାରଣ ଅସ୍ପଷ୍ଟ ଥିବା ବେଳେ ଶ୍ବାସରୁଦ୍ଧ ହୋଇ ମୃତ୍ୟୁ ହୋଇ ଥାଇପାରେ ବୋଲି ସନ୍ଦେହ କରାଯାଉଛି । 

You Can Read:

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.