LIVE TV

ଖାଇ ସାରି ମା-ଝିଅ ଶୋଇଥିଲେ, ସାପ କାମୁଡ଼ାରେ ଚାଲିଗଲା ଉଭୟଙ୍କ ଜୀବନ

NEWS7
break

ପାଟଣା ୨୮।୦୯ : ସାପ କାମୁଡାରେ ମା', ଝିଅ ମୃତ । କେନ୍ଦୁଝର ଜିଲ୍ଲା ପାଟଣା ଥାନା ବଡ଼ବିଲ ଗାଁର ଘଟିଛି ଏହି ଅଘଟଣ। ମୃତକ ବଡ଼ବିଲ ଗାଁର ଯାତ୍ରୀ ନାୟକ ଓ ତୁରୁମୁଙ୍ଗା ଥାନା କାଶୀପୁର ଗାଁର ଫୁଲମଣି ନାୟକ।

ଖବର ଅନୁଯାୟୀ, ଫୁଲମଣି ଝିଅ ଘରକୁ ବୁଲି ଆସିଥିଲେ। ଶୁକ୍ରବାର ରାତିରେ ମା' ଝିଅ ଘରେ ଶୋଇ ଥିବା ବେଳେ ଚିତି ସାପ କାମୁଡ଼ିଥିଲା । ଘଟଣାସ୍ଥଳରେ ଫୁଲମଣିଙ୍କ ମୃତ୍ୟୁ ଘଟିଥିଲା। ସେହିପରି ଗୁଣିଆ ନିକଟକୁ ଝାଡ଼ିବା ପାଇଁ ନେଉଥିବା ସମୟରେ ଗୁରୁତର ହେବାରୁ ଠାକୁରମୁଣ୍ଡା ମେଡ଼ିକାଲରେ ଯାତ୍ରୀ ନାୟକଙ୍କ ମୃତ୍ୟୁ ଘଟିଥିଲା।