ପୋଖରୀରେ ବୁଡି ଦୁଇ ଭଉଣୀଙ୍କ ମୃତ୍ୟୁ, ଗାଧୋଇବାକୁ ଯାଇଥିବା ବେଳେ ବୁଡିଗଲେ

Published By : Prameya-News7 Bureau | April 25, 2024 IST

Breaking_1

କୋଣାର୍କ ୨୫।୪: ପୋଖରୀରେ ବୁଡି ଦୁଇ ନାବାଳିକାଙ୍କ ମୃତ୍ୟୁ ହୋଇଛି । ଗାଧୋଇବାକୁ ଯାଇଥିବା ବେଳେ ବୁଡିଗଲେ ଦୁଇ ନାବାଳିକା । ପୁରୀ ଜିଲ୍ଲା ଗୋପ ଥାନା ଡଭାର ଗାଁରେ ଅଘଟଣ ଘଟିଛି ।

ସୂଚନାଯୋଗ୍ୟ ଯେ, ପୁରୀ ଜିଲ୍ଲା ଗୋପ ଥାନା ଡଭାର ଗାଁରେ ପୋଖରୀରେ ବୁଡି ଦୁଇ ନାବାଳିକାଙ୍କ ମୃତ୍ୟୁ ହୋଇଛି । ଗାଧୋଇବାକୁ ଯାଇଥିବା ବେଳେ ବୁଡିଯାଇଥିଲେ ଦୁଇ ନାବାଳିକା ।  ଗ୍ରାମବାସୀଙ୍କ ଦ୍ବାରା ଉଦ୍ଧାର ପରେ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ମେଡିକାଲରେ ମୃତ ଘୋଷଣା କଲେ ଡାକ୍ତର । ମୃତକ ଦ୍ବୟ ଦୁଇ ସମ୍ପର୍କୀୟ ଭଉଣୀ । ଜଣଙ୍କର ବୟସ ୮ ବର୍ଷ ଓ ଅନ୍ୟ ଜଣଙ୍କର ବୟସ ୧୨ ବର୍ଷ ବୋଲି ଜଣାପଡିଛି ।

You Can Read :

ସୋନପୁରରେ ଅମିତ ଶାହଙ୍କ ସଭାର ବହୁତ ପ୍ରଭାବ ରହିବ, ବିଜେପି ଏକାକୀ ସରକାର କରିବ : ମନମୋହନ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.