ଅଟୋ-ବାଇକ୍ ମୁଁହାମୁଁହି ଧକ୍କା, ୮ ଗୁରୁତର ମେଡିକାଲରେ ଭର୍ତ୍ତି

Published By : Prameya-News7 Bureau | April 29, 2024 IST

ବ୍ରହ୍ମଗିରି ୨୯ ।୪: ଅଟୋ-ବାଇକ୍ ମୁଁହାମୁଁହି ଧକ୍କା । ଦୁର୍ଘଟଣାରେ ୮ ଜଣ ଗୁରୁତର ହୋଇଛନ୍ତି ।  ପୁରୀ ଜିଲ୍ଲା ସାତପଡ଼ା ରାସ୍ତାର ବାଲିସାହି ଛକ ଠାରେ ଦୁର୍ଘଟଣା ଘଟିଛି । 

ସୂଚନାଯୋଗ୍ୟ ଯେ, ପୁରୀ ଜିଲ୍ଲା ସାତପଡ଼ା ରାସ୍ତାର ବାଲିସାହି ଛକ ଠାରେ ଅଟୋ-ବାଇକ୍ ମୁଁହାମୁଁହି ଧକ୍କା ହୋଇଛି । ଦୁର୍ଘଟଣା ଯୋଗୁଁ ୮ ଜଣ ଗୁରୁତର ହୋଇଥିବା ଜଣାପଡିଛି । ସମସ୍ତ ଗୁରୁତରଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ଚିକିତ୍ସା ପାଇଁ ସ୍ଥାନୀୟ ରେବଣା ନୂଆଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ବାଇକ୍ ଚାଳକଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ପୁରୀ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।

You Can Read :

ଦିନ ସାଢ଼େ ୧୧ଟାରେ ୪୧ ଟପିଲା ପାରଦ, ବାଲେଶ୍ୱରରେ ସର୍ବାଧିକ ତାପମାତ୍ରା ୪୧.୪ ଡିଗ୍ରୀ ରେକର୍ଡ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.