ବୁଧବାର ବସିବ ଛତିଶା ନିଯୋଗ ବୈଠକ, ଅକ୍ଷୟ ତୃତୀୟା- ଚନ୍ଦନ ଯାତ୍ରା ନୀତି ନିର୍ଘଣ୍ଟ ନେଇ ହେବ ଆଲୋଚନା

Published By : Prameya-News7 Bureau | April 24, 2024 IST

ପୁରୀ ୨୪।୦୪ : ବୁଧବାର ଅପରାହ୍ନରେ ବସିବ ଛତିଶା ନିଯୋଗ ବୈଠକ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ। ଏହି ବୈଠକରେ ଅକ୍ଷୟ ତୃତୀୟା, ଚନ୍ଦନ ଯାତ୍ରା ନୀତି ନିର୍ଘଣ୍ଟ ନେଇ ହେବ ଆଲୋଚନା। ସେହିପରି ଅନ୍ୟାନ୍ୟ ପ୍ରସଙ୍ଗ ନେଇ ମଧ୍ୟ ହେବ ଆଲୋଚନା। ତେବେ ବୁଧବାର ବସିବାକୁ ଥିବା ବୈଠକରେ ଛତିଶା ନିଯୋଗ ସଦସ୍ୟ, ଜିଲ୍ଲାପାଳ, ଏସପି ଓ ଅନ୍ୟାନ୍ୟ ବରିଷ୍ଠ ପ୍ରଶାସନିକ ଅଧିକାରୀ ଉପସ୍ଥିତ ରହିବେ ।

ସୂଚନାଯୋଗ୍ୟ ଯେ, ମେ ୧୦ ରେ ପବିତ୍ର ଅକ୍ଷୟ ତୃତୀୟା। ମହାପ୍ରଭୁଙ୍କ ପବିତ୍ର ଚନ୍ଦନ ଯାତ୍ରା ପାଇଁ ନରେନ୍ଦ୍ର ସରୋବରରୁ ବାହାରିଲା ଡଙ୍ଗା। ନନ୍ଦା, ଭଦ୍ରା ସହ ବୈଜୟନ୍ତରୀ ଡଙ୍ଗା ମଧ୍ୟ କଢାଗଲା। ନରେନ୍ଦ୍ରରେ ବୁଡ଼ି ରହିଥିବା ପାଞ୍ଚୋଟି ଡଙ୍ଗାକୁ ବାଢ଼ିଛନ୍ତି ଭୋଇ ସେବାୟତ। ଡଙ୍ଗାକୁ ଶୁଖାଯିବା ପରେ ଆବଶ୍ୟକୀୟ ମରାମତି ହେବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.