ପ୍ରଧାନମନ୍ତ୍ରୀଙ୍କ ଗସ୍ତ ନେଇ ବ୍ୟାପକ ସୁରକ୍ଷା ବ୍ୟବସ୍ଥା, ନୋ ଡ୍ରୋନ୍ ଫ୍ଲାଇଂ ଜୋନ୍ ଘୋଷଣା

Published By : Prameya-News7 Bureau | May 05, 2024 IST

ଭୁବନେଶ୍ବର ୫।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୁଇ ଦିନିଆ ଓଡିଶା ଗସ୍ତ । ରବିବାର ଭୁବନେଶ୍ୱରରେ ଆସି ପହଞ୍ଚିବେ ପ୍ରଧାନମନ୍ତ୍ରୀ । ପ୍ରଧାନମନ୍ତ୍ରୀଙ୍କ ଗସ୍ତ ନେଇ ଭୁବନେଶ୍ୱରରେ ସୁରକ୍ଷା ବ୍ୟବସ୍ଥା କଡାକଡି କରିଛି ପୋଲିସ । ଭୁବନେଶ୍ବର ବିମାନବନ୍ଦର ଠାରୁ ରାଜଭବନ ପର୍ଯ୍ୟନ୍ତ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ବ୍ଲୁ ବୁକ୍ ଅନୁସାରେ SPG ସହ ଆଲୋଚନା କରାଯିବା ସହ ବିମାନବନ୍ଦରରେ CISF ଆଉ ପୋଲିସ ମୁତୟନ ହୋଇଛନ୍ତି I ରାଜଭବନରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି ।

ପ୍ରଧାନମନ୍ତ୍ରୀ ମୋଦୀଙ୍କ ଗସ୍ତ ବେଳେ ନୋ ଡ୍ରୋନ୍ ଫ୍ଲାଇଂ ଜୋନ୍ କରାଯିବ । ଏନେଇ କାରକେଡ୍ ରିହର୍ସଲ ଶେଷ ହୋଇଛି I ସୁରକ୍ଷା ପାଇଁ ୩ ଜଣ ଡିସିପି, ୧୦ ଜଣ ଏସିପି, ୧୭ ଜଣ ଆଇଆଇସି, ୯୦ ଜଣ ଏସ୍‌ଆଇ/ଏଏସ୍‌ଆଇ । ୨୦ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି I ଟ୍ରାଫିକ୍ କଣ୍ଟ୍ରୋଲ ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି । ପ୍ରଧାନମନ୍ତ୍ରୀଙ୍କ ଗସ୍ତ ବେଳେ ରାସ୍ତାକୁ ବାରିକେଡ୍ କରାଯିବ । ଭୁବନେଶ୍ୱରରେ କୌଣସି ରୋଡ୍ ଶୋ’ କିମ୍ବା କାର୍ଯ୍ୟକ୍ରମ ସୂଚନା ଆସିନି ବୋଲି ପୋଲିସ କମିଶନର ସଞ୍ଜୀବ ପଣ୍ଡା କହିଛନ୍ତି ।

You Can Read :

ଆଉ ଥରେ ଓଡିଶା ଆସୁଛନ୍ତି ଅମିତ ଶାହ, ୮ରେ ରାଜନାଥ ସିଂହ ବି ଆସିବେ

  • pm narendra modi
  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.