LIVE TV

ବିଲକୁ କାମ କରିବାକୁ ଯାଉଥିଲେ, ବିଦ୍ୟୁତ ଆଘାତରେ ଚାଲିଗଲା ୨ ଚାଷୀଙ୍କ ଜୀବନ

NEWS7
breaking

ଜଳେଶ୍ୱର ୨୦।୦୯ : ବିଦ୍ୟୁତ୍‌ ଆଘାତ ନେଇଗଲା ଜୀବନ । ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା କପାସୁଦା ଗାଁରେ ବିଦ୍ୟୁତ ଆଘାତରେ ଦୁଇ ଜଣ ଚାଷୀଙ୍କର ମୃତ୍ୟୁ ହୋଇଯାଇଛି । ମୃତ ଚାଷୀଙ୍କ ନାମ ଜଗନ୍ନାଥ ଜେନା, ରବିନ୍ଦ୍ର ଜେନା ବୋଲି ଜଣାପଡିଛି ।

ଖବର ଅନୁଯାୟୀ, ଦୁଇ ଜଣ ଚାଷୀ ନିଜ ଚାଷ ଜମିକୁ ଯାଉଥିଲେ । ହେଲେ ଚାଷୀ ଜମିରେ ପୂର୍ବରୁ ଏକ ବିଦ୍ୟୁତ ତାର ଛିଣ୍ଡି ପଡ଼ିଥିଲା । ଯାହାକି ଚାଷୀମାନେ ଅଜଣା ଥିଲେ । ଚାଷ ଜମିକୁ ଯାଉଥିବା ବେଳେ ଦୁଇ ଚାଷୀଙ୍କୁ ମାରିଥିଲା ବିଦ୍ୟୁତ ଝଟ୍‌କା । ଆଉ ଘଟଣାସ୍ଥଳରେ ହିଁ ଟଳିପଡିଥିଲେ ଉଭୟ । ଏହାପରେ ସେମାନଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।