News7 Logo

ମହଙ୍ଗା ପଡ଼ିଲା ଡିଜେ ଫାଇଟ୍, ଥାନାରେ ଦୁଇ ଗାଡ଼ି ଅଟକ

NEWS7
dj

ଆସିକା ୧୪।୦୯ : ମହଙ୍ଗା ପଡ଼ିଲା ଡିଜେ ଫାଇଟ୍ । ଗଞ୍ଜାମ ଜିଲ୍ଲା ଶେରଗଡ଼ ବ୍ଲକ ଭୁସୁଣ୍ଡା ଗାଁରେ ଡିଜେ ଲଢେଇ ଘଟଣାରେ ଆକ୍ସନ ନେଇଛି ପୋଲିସ । ଦୁଇ ଡିଜେ ଗାଡ଼ିକୁ ଥାନାରେ ଆଣି ଅଟକ ରଖିଛି ପୋଲିସ ।

ଖବର ଅନୁଯାୟୀ, ଗତ ୭ ତାରିଖ ଦିନ ଗଣେଷ ଭସାଣୀ ସମୟରେ ଶେରଗଡ଼  ଭୁଶୁଣ୍ଡା ଗାଁର ଦୁଇ ଡିଜେ ମୁହାଁମୁହିଁ ହୋଇଥିଲେ । ଏପିରିକି ମୁହାଁମୁହିଁ ସମୟରେ ଗୋଟିଏ ଡିଜେ ଗାଡ଼ି ଅନ୍ୟ ଏକ ଡିଜେ ଗାଡ଼ିକୁ ବାରମ୍ବାର ଧକ୍କା ମାରୁଥିଲା । ଯାହାର ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ତେବେ ଏହି ଡିଜେ ଫାଇଟ୍‌ ନେଇ ଖବର ପ୍ରସାରଣ ହୋଇଥିଲା । ଯାହାପରେ ଆକ୍ସନମୋଡ଼କୁ ଆସିଛି ପୋଲିସ । ଶେରଗଡ଼ ପୋଲିସ କାର୍ଯ୍ୟାନୁଷ୍ଠାନ ନେଇ ଦୁଇ ଡିଜେ ଗାଡିକୁ ଥାନାରେ ଅଟକ ରଖିଛି ।