ନିଶ୍ଚିନ୍ତକୋଇଲି ୨୬।୪: ପୋଖରୀରେ ବୁଡି ୨ ଶିଶୁଙ୍କ ମୃତ୍ୟୁ । କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ଅନ୍ତର୍ଗତ ରାମକୃଷ୍ଣପୁର ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା ।
ସୂଚନାଯୋଗ୍ୟ ଯେ, ଶିଶୁ ପୁତ୍ର ଏବଂ ଶିଶୁ କନ୍ୟା ପୋଖରୀ ନିକଟରେ ଖେଳୁଥିବା ବେଳେ କୌଣସି କାରଣ ବଶତଃ ପୋଖରୀରେ ବୁଡ଼ି ଯାଇଥିଲେ । ଦୁଇ ଶିଶୁଙ୍କୁ ନିଶ୍ଚିନ୍ତକୋଇଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ରସିଭ୍ ଡେଥ୍ ବୋଲି କହିଥିଲେ । ମୃତକ ଦୁଇ ଶିଶୁ ଦିଲୀପ ସାହୁଙ୍କ ଦୁଇ ବର୍ଷର ପୁଅ କାମେଶ୍ୱର ସାହୁ ଏବଂ ଓସ୍ତପୂର ବାସିନ୍ଦା ବଳରାମ ସାହୁଙ୍କ ଚାରି ବର୍ଷର ଝିଅ ଭାଗ୍ୟଲକ୍ଷ୍ମୀ ସାହୁ । ବଳରାମଙ୍କ ଝିଅ ନିଜ ମଉସା ଘରକୁ ଆସିଥିବା ବେଳେ ଏଭଳି ଅଘଟଣ ଘଟିଛି ।
କିଭଳି ଦୁଇଟି ଶିଶୁ ଏକୁଟିଆ ସେଠାରେ ଖେଳୁଥିଲେ ଆଉ ତାଙ୍କୁ ସେଠାରେ ଛାଡିଥିଲା କିଏ ଆଉ କିଭଳି ଏହି ଦୁଇ ଶିଶୁଙ୍କ ଉପରେ କୌଣସି ଅଭିଭାବକଙ୍କ ନଜର ରହିନଥିଲା ତାହା ଏବେ ବଡ ପ୍ରଶ୍ନ ସୃଷ୍ଟି କରିଛି ।